ପଦବୀ ଅଦଳବଦଳ ପରେ ରେକର୍ଡ ହସ୍ତାନ୍ତରକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ପରିସର ମଧ୍ୟରେ ବ୍ଲକସ୍ତରୀୟ ଜଣାଶୁଣାଣି କାର୍ଯ୍ୟକ୍ରମ ବିଡିଓ ଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳର ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ ଯୋଗଦାନ କରିଥିବା ବେଳେ ଅନ୍ୟତମ ମଞ୍ଚାସୀନ ଅତିଥି ଜିଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା ସମ୍ପର୍କିତ ସମୀକ୍ଷାରେ ଗତ […] The post ପଦବୀ ଅଦଳବଦଳ ପରେ ରେକର୍ଡ ହସ୍ତାନ୍ତରକୁ ନେଇ ଅସନ୍ତୋଷ appeared first on Dharitri Odia News.

ପଦବୀ ଅଦଳବଦଳ ପରେ ରେକର୍ଡ ହସ୍ତାନ୍ତରକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ପରିସର ମଧ୍ୟରେ ବ୍ଲକସ୍ତରୀୟ ଜଣାଶୁଣାଣି କାର୍ଯ୍ୟକ୍ରମ ବିଡିଓ ଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳର ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ ଯୋଗଦାନ କରିଥିବା ବେଳେ ଅନ୍ୟତମ ମଞ୍ଚାସୀନ ଅତିଥି ଜିଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା ସମ୍ପର୍କିତ ସମୀକ୍ଷାରେ ଗତ ୨୦୨୩ ଅକ୍ଟୋବରଠାରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟର ବିବରଣୀ ପଠନ ହେଲା ଓ ଏହାର ସମୀକ୍ଷା କରାଗଲା। ଏକାଧିକ ଅନିୟମିତତା କାର୍ଯ୍ୟକୁ ଆସନ୍ତା ୧୫ ଦିନ ମଧ୍ୟରେ ସମାଧାନ କରି ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଦାରିଙ୍ଗବାଡ଼ି ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ସହାଭାଗିତାରେ କାର୍ଯ୍ୟ କଲେ ଦାରିଙ୍ଗବାଡ଼ିର ବିକାଶ ହୋଇପାରିବ ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ ସ୍ଥାନ ତା’ର ବିକାଶ ପାଇଁ ସମସ୍ତ ବିଭାଗ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଥିଲା। ସେହିପରି ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଗ୍ରାମରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଦଳବଦଳ ଯୋଗୁ ଏବେ ସେହି ସ୍ଥାନରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସଠିକ୍‌ ଭାବେ ସରକାରୀ ରେକର୍ଡପତ୍ର ହସ୍ତାନ୍ତର ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଶୀଘ୍ର ସମାଧାନ କରାଯିବାକୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବ୍ଲକ ଅଞ୍ଚଳର ଲୋକ ପ୍ରତିନିଧିମାନେ ଓ ପଞ୍ଚାୟତ କାର୍ଯ୍ୟାଳୟର କର୍ମଚାରୀ, ସାମାଜିକ ସମୀକ୍ଷକମାନେ ଉପସ୍ଥିତ ଥିଲେ।

The post ପଦବୀ ଅଦଳବଦଳ ପରେ ରେକର୍ଡ ହସ୍ତାନ୍ତରକୁ ନେଇ ଅସନ୍ତୋଷ appeared first on Dharitri Odia News.