ICC T20 World Cup 2024 Schedule: ଟି୨୦ ବିଶ୍ୱକପ୍ ଲାଗି କାର୍ଯ୍ୟସୂଚୀ ଘୋଷଣା, ଜୁନ ୯ରେ ମହାମୁକାବିଲା…
ନୂଆଦିଲ୍ଲୀ, ୫ା୧: ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍ ୧ରେ ଆରମ୍ଭ ହେବ। ଜୁନ୍ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍ ‘ଏ’ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଜୁନ୍ ୯ରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ। ଲିଗ୍ ପର୍ଯ୍ୟାୟ ମ୍ୟାଚ […] The post ICC T20 World Cup 2024 Schedule: ଟି୨୦ ବିଶ୍ୱକପ୍ ଲାଗି କାର୍ଯ୍ୟସୂଚୀ ଘୋଷଣା, ଜୁନ ୯ରେ ମହାମୁକାବିଲା… appeared first on Dharitri Odia News.
ନୂଆଦିଲ୍ଲୀ, ୫ା୧: ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍ ୧ରେ ଆରମ୍ଭ ହେବ। ଜୁନ୍ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍ ‘ଏ’ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଜୁନ୍ ୯ରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ। ଲିଗ୍ ପର୍ଯ୍ୟାୟ ମ୍ୟାଚ ପାଇଁ ଗ୍ରୁପ୍ ‘ଏ’ରେ ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା ଏବଂ ୟୁଏସ୍ଏ ସହିତ ଭାରତ ସ୍ଥାନ ପାଇଛି। ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଦଳ ଜୁନ୍ ୧୨ରେ ଭାରତ ଟୁର୍ନାମେଣ୍ଟର ସହ ଆୟୋଜକ ୟୁଏସ୍ଏକୁ ଭେଟିବ। ପରେ ଜୁନ୍ ୧୫ରେ କାନାଡା ବିପକ୍ଷରେ ଗ୍ରୁପ୍ର ଶେଷ ମ୍ୟାଚ ଖେଳିବା ଲାଗି ଦଳ ଫ୍ଲୋରିଡା ଗସ୍ତ କରିବ।
ଜୁନ୍ ୧ରେ ୟୁଏସଏ-କାନାଡା ମ୍ୟାଚ ସହ ଟୁର୍ନାମେଣ୍ଟ ଆରମ୍ଭ ହେବ। ସେମିଫାଇନାଲ ଜୁନ୍ ୨୬ରେ ଗୁୟାନା ଓ ଜୁନ୍ ୨୭ରେ ତ୍ରିନିଦାଦଠାରେ ଖେଳାଯିବାକୁ ଥିବା ବେଳେ ବାର୍ବାଡୋସରେ ଜୁନ୍ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଜୁନ୍ ୧ରୁ ୧୮ ପର୍ଯ୍ୟନ୍ତ ଖେଳାଯିବାକୁଥିବା ବେଳେ ସୁପର-୮ ଗେମ୍ ଗୁଡ଼ିକ ଜୁନ୍ ୧୯ରୁ ୨୪ ପର୍ଯ୍ୟନ୍ତ ଖେଳାଯିବ। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସୁପର-୮ରେ ପ୍ରବେଶ କରିବେ। ଏହି ପର୍ଯ୍ୟାୟରେ ଦଳଗୁଡ଼ିକୁ ୨ଟି ଗ୍ରୁପ୍ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍ରେ ୪ଟି ଲେଖାଏଁ ଦଳ ରହିବେ। ସୁପର-୮ରୁଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ।
ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍ଏ ମିଳିତ ଭାବେ ଆୟୋଜନ କରିଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେଉଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି।
ଗ୍ରୁପ୍ ‘ଏ’: ଭାରତ, ପାକିସ୍ତାନ, ଆୟର୍ଲାଣ୍ଡ , କାନାଡା, ୟୁଏସ୍ଏ।
ଗ୍ରୁପ୍ ‘ବି’: ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲାଣ୍ଡ, ଓମାନ।
ଗ୍ରୁପ୍ ‘ସି’: ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଉଗାଣ୍ଡା, ପପୁଆ ନ୍ୟୁ ଗିନି।
ଗ୍ରୁପ୍ ‘ଡି’: ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲାଣ୍ଡ୍ସ, ନେପାଳ।
The post ICC T20 World Cup 2024 Schedule: ଟି୨୦ ବିଶ୍ୱକପ୍ ଲାଗି କାର୍ଯ୍ୟସୂଚୀ ଘୋଷଣା, ଜୁନ ୯ରେ ମହାମୁକାବିଲା… appeared first on Dharitri Odia News.