ICC ଜାରି କଲା ଓମେନ୍‌ ଟି-୨୦ ଓ୍ବାର୍ଲ୍ଡକପ୍‌ ୨୦୨୪ର ସିଡ୍ୟୁଲ୍‌, ଜାଣନ୍ତୁ କେଉଁଠି ହେବ ଭାରତ-ପାକିସ୍ତାନ୍‌ ମ୍ୟାଚ୍‌

ନୂଆଦିଲ୍ଲୀ ୦୫।୦୫: ଘୋଷଣା ହେଲା ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ । ଏହି ଟୁର୍ନାମେଣ୍ଟ ଆୟୋଜନ ବାଂଲାଦେଶରେ ହେବ । ଭାରତୀୟ ମହିଳା ଟିମ୍‌କୁ ଗ୍ରୁପ୍ ଏରେ ରଖାଯାଇଛି। ଏଥିରେ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ମଧ୍ୟ ସାମିଲ୍‌ ଅଛନ୍ତି। ଅକ୍ଟୋବର ୩ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ ।  ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଭାରତର ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ । ଏହି ମ୍ୟାଚ୍ ର୍ ଅକ୍ଟୋବରରେ ଅନୁଷ୍ଠିତ ହେବ । ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହି ମ୍ୟାଚ୍‌ ୬ ଅକ୍ଟୋବରରେ ଖେଳାଯିବ । ଏହାପରେ ଟିମ୍ ଇଣ୍ଡିଆ କ୍ୱାଲିଫାୟର ୧ ଟିମ୍‌କୁ ଭେଟିବ। ଏହି ମ୍ୟାଚ ୧୩ ଅକ୍ଟୋବରରେ ଖେଳାଯିବ । ଏହା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଯଦି ପ୍ରଥମ ସେମିଫାଇନାଲ ବିଷୟରେ ଆଲୋଚନା କରିବା, ତେବେ ଏହା ୧୭ ଅକ୍ଟୋବରରେ ଏବଂ ଦ୍ୱିତୀୟ ସେମିଫାଇନାଲ ୧୮ ଅକ୍ଟୋବରରେ ଖେଳାଯିବ  । ଫାଇନାଲ୍‌ ମ୍ୟାଚ୍ ୨୦ ଅକ୍ଟୋବରରେ ଅନୁଷ୍ଠିତ ହେବ । ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ରେ ମୋଟ ୨୩ଟି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ୧୯ ଦିନରେ ଢାକା ଏବଂ ସିଲହେଟରେ ଖେଳାଯିବ । ଟୁର୍ନାମେଣ୍ଟ ପାଇଁ ଦୁଇଟି ଗ୍ରୁପ ତିଆରି କରାଯାଇଛି ଏବଂ ଗୋଟିଏ ଗ୍ରୁପରେ ୫ଟି ଲେଖାଏଁ ଟିମ୍‌ ରହିଛନ୍ତି । ଗ୍ରୁପ୍ ବିରେ

ICC ଜାରି କଲା ଓମେନ୍‌ ଟି-୨୦ ଓ୍ବାର୍ଲ୍ଡକପ୍‌ ୨୦୨୪ର ସିଡ୍ୟୁଲ୍‌, ଜାଣନ୍ତୁ କେଉଁଠି ହେବ ଭାରତ-ପାକିସ୍ତାନ୍‌ ମ୍ୟାଚ୍‌

ନୂଆଦିଲ୍ଲୀ ୦୫।୦୫: ଘୋଷଣା ହେଲା ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ । ଏହି ଟୁର୍ନାମେଣ୍ଟ ଆୟୋଜନ ବାଂଲାଦେଶରେ ହେବ । ଭାରତୀୟ ମହିଳା ଟିମ୍‌କୁ ଗ୍ରୁପ୍ ଏରେ ରଖାଯାଇଛି। ଏଥିରେ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ମଧ୍ୟ ସାମିଲ୍‌ ଅଛନ୍ତି। ଅକ୍ଟୋବର ୩ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ ।  ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଭାରତର ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ । ଏହି ମ୍ୟାଚ୍ ର୍ ଅକ୍ଟୋବରରେ ଅନୁଷ୍ଠିତ ହେବ । 

ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହି ମ୍ୟାଚ୍‌ ୬ ଅକ୍ଟୋବରରେ ଖେଳାଯିବ । ଏହାପରେ ଟିମ୍ ଇଣ୍ଡିଆ କ୍ୱାଲିଫାୟର ୧ ଟିମ୍‌କୁ ଭେଟିବ। ଏହି ମ୍ୟାଚ ୧୩ ଅକ୍ଟୋବରରେ ଖେଳାଯିବ । ଏହା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଯଦି ପ୍ରଥମ ସେମିଫାଇନାଲ ବିଷୟରେ ଆଲୋଚନା କରିବା, ତେବେ ଏହା ୧୭ ଅକ୍ଟୋବରରେ ଏବଂ ଦ୍ୱିତୀୟ ସେମିଫାଇନାଲ ୧୮ ଅକ୍ଟୋବରରେ ଖେଳାଯିବ  । ଫାଇନାଲ୍‌ ମ୍ୟାଚ୍ ୨୦ ଅକ୍ଟୋବରରେ ଅନୁଷ୍ଠିତ ହେବ । 

ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ରେ ମୋଟ ୨୩ଟି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ୧୯ ଦିନରେ ଢାକା ଏବଂ ସିଲହେଟରେ ଖେଳାଯିବ । ଟୁର୍ନାମେଣ୍ଟ ପାଇଁ ଦୁଇଟି ଗ୍ରୁପ ତିଆରି କରାଯାଇଛି ଏବଂ ଗୋଟିଏ ଗ୍ରୁପରେ ୫ଟି ଲେଖାଏଁ ଟିମ୍‌ ରହିଛନ୍ତି । ଗ୍ରୁପ୍ ବିରେ ମଧ୍ୟ ୫ଟି ଦଳ ଅଛନ୍ତି । ଗ୍ରୁପ ଏରେ ଭାରତ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ପ୍ରଥମ କ୍ୱାଲିଫାୟର ଟିମ୍‌ ରହିବେ । ଗ୍ରୁପ୍ ବିରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଏବଂ ଦ୍ବିତୀୟ କ୍ୱାଲିଫାୟର୍ ଟିମ୍କୁ ରଖାଯାଇଛି ।

ଟୁର୍ନାମେଣ୍ଟରେ ପ୍ରତ୍ୟେକ ଟିମ୍‌କୁ ମୋଟ୍‌ ୪ଟି ଗ୍ରୁପ୍ ମ୍ୟାଚ୍ ଖେଳିବେ । ଏହାପରେ ପ୍ରତ୍ୟେକ ଗ୍ରୁପର ୨ଟି ଟିମ୍‌ ସେମିଫାଇନାଲରେ ଏଣ୍ଟ୍ରି କରିବେ। ଏହା ୧୭ ଏବଂ ୧୮ ଅକ୍ଟୋବରରେ ଖେଳାଯିବ । ଏହାପରେ ଫାଇନାଲ୍‌ ମ୍ୟାଚ୍ ଅନୁଷ୍ଠିତ ହେବ । 

ଖବର ଅନୁଯାୟୀ ଟି-୨୦ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ଟାଇଟଲ ଜିତିବାରେ ସକ୍ଷମ ହୋଇନି ।  ଅଷ୍ଟ୍ରେଲିଆ ଏଥିରେ ସର୍ବାଧିକ ଟାଇଟଲ୍ ଜିତିଛି ।  ଅଷ୍ଟ୍ରେଲିଆ ୬ଥର ଟାଇଟଲ ହାତେଇଛି । ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଥରେ ଲେଖାଏଁ ଓ୍ବାର୍ଲ୍ଡକପ୍‌ ଜିତିଛନ୍ତି । ଭାରତରେ ଟି-୨୦ ବିଶ୍ୱକପ ୨୦୧୬ରେ ଆୟୋଜିତ ହୋଇଥିଲା । ଏହାର ଅନ୍ତିମ ମ୍ୟାଚ୍ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା । ତେବେ ଟିମ୍ ଇଣ୍ଡିଆ ଥରେ ହିଁ ଫାଇନାଲରେ ପ୍ରବେଶ କରିଛି । ୨୦୨୦ରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ।