ICC ଟେଷ୍ଟ ରାଙ୍କିଙ୍କରେ ବଡ ପରିବର୍ତ୍ତନ, ଉଠିଲେ କୋହଲି, ଜୈସଓ୍ବାଲ୍, ଖସିଲେ ବାବର
ନୂଆଦିଲ୍ଲୀ ୨୮।୦୮: ସାମ୍ନାକୁ ଆସିଲା ଆଇସିସିର ରାଙ୍କିକ୍ । ଇଂଲଣ୍ଡ ବ୍ୟାଟର ଜୋ-ରୁଟ ହେଲେ ନମ୍ବର ୧ । ସେହିପରି ନ୍ୟୁଜିଲ୍ୟାଣ୍ଡର କେନ୍ ଓ୍ବିଲିୟମ୍ସନ୍ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କିଓ୍ବି ବ୍ୟାଟର ଡେରିଲ୍ ମିଚେନ୍ ତୃତୀୟ ସ୍ଥାନରେ ରହିଛନ୍ତି । ଏହାବ୍ୟତୀତ ଇଂଲିସ ବ୍ୟାଟର ହ୍ୟାରି ବ୍ରୁକ୍ସ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ତେବେ ବାଂଲାଦେଶ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନର ବାବର ଆଜାମଙ୍କ ରାଙ୍କିଙ୍କରେ ହ୍ରାସ ଦେଖିବାକୁ ମିଳିଛି । ଏହାପୂର୍ବରୁ ବାବର ଆଜାମ ଆଇସିସି ଟେଷ୍ଟ ରାଙ୍କିଙ୍କରେ ତୃତୀୟ ସ୍ଥାନରେ ରହିଥିଲେ କିନ୍ତୁ ବର୍ତ୍ତମାନ ସେ ୯ମ ସ୍ଥାନକୁ ଖସି ଆସିଛନ୍ତି।ତେବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଗଲେ, ବିରାଟ କୋହଲି ଏବଂ ଯଶସ୍ୱୀ ଜୈସୱାଲଙ୍କୁ ଫାଇଦା ହୋଇଛନ୍ତି । ବିରାଟ କୋହଲି ୨ଟି ସ୍ଥାନ ହାସଲ କରିଛନ୍ତି । ଯେତେବେଳେ କି ଯଶସ୍ବୀ ଜୈଶଓ୍ବାଲ୍ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଲମ୍ଫ ଦେଇଛନ୍ତି । ପୂର୍ବରୁ ବିରାଟ କୋହଲି ୧୦ ନମ୍ବରରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ୮ ନମ୍ବରରେ ପହଞ୍ଚିଛନ୍ତି । ଭାରତୀୟ ଦଳର ଓପନର୍ ଯଶସ୍ବୀ ଜୈଶଓ୍ବାଲ୍ ୮ମ ସ୍ଥାନରେ ଥିଲେ । କିନ୍ତୁ ବର୍ତ୍ତମାନ ର଼୍ୟାଙ୍କିଙ୍ଗରେ ସେ ସପ୍ତମ ସ୍ଥାନକୁ ଉଠିଛନ୍ତି।ଟପ୍-୩ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଇସିସି ଟେଷ୍ଟ ମାନ୍ୟତାର ଟପ୍-୧୦ରେ ସାମିଲ ହୋଇଛନ୍ତି । ଯେଉଁଥିରେ ବିରାଟ କୋହଲି ଅ
ନୂଆଦିଲ୍ଲୀ ୨୮।୦୮: ସାମ୍ନାକୁ ଆସିଲା ଆଇସିସିର ରାଙ୍କିକ୍ । ଇଂଲଣ୍ଡ ବ୍ୟାଟର ଜୋ-ରୁଟ ହେଲେ ନମ୍ବର ୧ । ସେହିପରି ନ୍ୟୁଜିଲ୍ୟାଣ୍ଡର କେନ୍ ଓ୍ବିଲିୟମ୍ସନ୍ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କିଓ୍ବି ବ୍ୟାଟର ଡେରିଲ୍ ମିଚେନ୍ ତୃତୀୟ ସ୍ଥାନରେ ରହିଛନ୍ତି । ଏହାବ୍ୟତୀତ ଇଂଲିସ ବ୍ୟାଟର ହ୍ୟାରି ବ୍ରୁକ୍ସ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ତେବେ ବାଂଲାଦେଶ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନର ବାବର ଆଜାମଙ୍କ ରାଙ୍କିଙ୍କରେ ହ୍ରାସ ଦେଖିବାକୁ ମିଳିଛି । ଏହାପୂର୍ବରୁ ବାବର ଆଜାମ ଆଇସିସି ଟେଷ୍ଟ ରାଙ୍କିଙ୍କରେ ତୃତୀୟ ସ୍ଥାନରେ ରହିଥିଲେ କିନ୍ତୁ ବର୍ତ୍ତମାନ ସେ ୯ମ ସ୍ଥାନକୁ ଖସି ଆସିଛନ୍ତି।
ତେବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଗଲେ, ବିରାଟ କୋହଲି ଏବଂ ଯଶସ୍ୱୀ ଜୈସୱାଲଙ୍କୁ ଫାଇଦା ହୋଇଛନ୍ତି । ବିରାଟ କୋହଲି ୨ଟି ସ୍ଥାନ ହାସଲ କରିଛନ୍ତି । ଯେତେବେଳେ କି ଯଶସ୍ବୀ ଜୈଶଓ୍ବାଲ୍ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଲମ୍ଫ ଦେଇଛନ୍ତି । ପୂର୍ବରୁ ବିରାଟ କୋହଲି ୧୦ ନମ୍ବରରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ୮ ନମ୍ବରରେ ପହଞ୍ଚିଛନ୍ତି । ଭାରତୀୟ ଦଳର ଓପନର୍ ଯଶସ୍ବୀ ଜୈଶଓ୍ବାଲ୍ ୮ମ ସ୍ଥାନରେ ଥିଲେ । କିନ୍ତୁ ବର୍ତ୍ତମାନ ର଼୍ୟାଙ୍କିଙ୍ଗରେ ସେ ସପ୍ତମ ସ୍ଥାନକୁ ଉଠିଛନ୍ତି।
ଟପ୍-୩ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଇସିସି ଟେଷ୍ଟ ମାନ୍ୟତାର ଟପ୍-୧୦ରେ ସାମିଲ ହୋଇଛନ୍ତି । ଯେଉଁଥିରେ ବିରାଟ କୋହଲି ଅଷ୍ଟମ ସ୍ଥାନରେ, ଯଶସ୍ୱୀ ଜୈସୱାଲ ସପ୍ତମ ସ୍ଥାନରେ ଏବଂ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ଅଛନ୍ତି । ଏଥିସହିତ ପାକିସ୍ତାନ ବିପକ୍ଷରେ ୧୯୧ ରନ୍ର ଚମତ୍କାର ଇନିଂସ ଖେଳିଥିବା ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ମୁଶଫିକୁର ରହୀମ ଆଇସିସି ଟେଷ୍ଟ ରାଙ୍କିଙ୍କରେ ୧୭ତମ ସ୍ଥାନରେ ରହିଛନ୍ତି । ଏହାପୂର୍ବରୁ ସେ ୨୫ ନମ୍ବରରେ ଥିଲେ ।