ଖୁବ୍ଶୀଘ୍ର କୋଚିଂ ସେଣ୍ଟର ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍ଲାଇନ୍
ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଥିବା ଘରୋଇ କୋଚିଂ ସେଣ୍ଟର ପରିଚାଳନା ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍ଲାଇନ୍ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ତେବେ ଗାଇଡ୍ଲାଇନ୍ ପ୍ରସ୍ତୁତି ନେଇ ଆସନ୍ତା ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପୁସ୍ତକ ଭବନସ୍ଥିତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ପ୍ରମୁଖ ଘେରୋଇ କୋଚିଂ ସେଣ୍ଟର ପ୍ରତିନିଧିମାନେ ଯୋଗଦେବେ। ବିଶେଷ କରି ଖୋର୍ଦ୍ଧା, […] The post ଖୁବ୍ଶୀଘ୍ର କୋଚିଂ ସେଣ୍ଟର ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍ଲାଇନ୍ appeared first on Dharitri Odia News.
ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଥିବା ଘରୋଇ କୋଚିଂ ସେଣ୍ଟର ପରିଚାଳନା ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍ଲାଇନ୍ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ତେବେ ଗାଇଡ୍ଲାଇନ୍ ପ୍ରସ୍ତୁତି ନେଇ ଆସନ୍ତା ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।
ପୁସ୍ତକ ଭବନସ୍ଥିତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ପ୍ରମୁଖ ଘେରୋଇ କୋଚିଂ ସେଣ୍ଟର ପ୍ରତିନିଧିମାନେ ଯୋଗଦେବେ। ବିଶେଷ କରି ଖୋର୍ଦ୍ଧା, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ବାଲେଶ୍ୱର ଆଦି ଜିଲାର ୨୫ ଅନୁଷ୍ଠାନରୁ ପ୍ରତିନିଧି ଯୋଗଦେବେ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଅଯାଇଛି।
ସୂଚନାଥାଉକି, ରାଜ୍ୟରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ କୋଚିଂ ସେଣ୍ଟର ଖୋଲାଯାଉଛି। ଦିନକୁ ଦିନ ଏପରି କୋଚିଂସେଣ୍ଟର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏସବୁର ପରିଚାଳନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ନ ଥିବାରୁ ବିଭିନ୍ନ ସମୟରେ ଅନେକ ଅଭିଯୋଗ ଆସୁଛି।
ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଅନେକ କୋଚିଂ ସେଣ୍ଟରରେ କୌଣସି ବ୍ୟବସ୍ଥା ନ ଥିବାବେଳେ ଆର୍ଥିକ ଶୋଷଣ ଭଳି ଅଭିଯୋଗ ଉଠିଛି। ତେଣୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରିବା ପାଇଁ ଛାତ୍ରୀଛାତ୍ର ଓ ଅଭିଭାବକ ଦାବିକରି ଆସୁଛନ୍ତି।
The post ଖୁବ୍ଶୀଘ୍ର କୋଚିଂ ସେଣ୍ଟର ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍ଲାଇନ୍ appeared first on Dharitri Odia News.