IIFA 2024 ବଡ଼ ପରିବର୍ତ୍ତନ, ଏଥର ସାମିଲ ହେବ ସାଉଥ ଫିଲ୍ମ

ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଆଓ୍ଵାଡ ଶୋ’ IIFA 2024 । ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଶୋ’ଟି ଏହି ମାସ ଆରମ୍ଭ ହେଉଥିବା ବେଳେ, ପ୍ରଥମ ଥର ପାଇଁ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ହିନ୍ଦୀ ସମେତ ଅନ୍ୟ ଚାରୋଟି ଭାଷାର ଫିଲ୍ମ ଏହି ଶୋ’ରେ ସାମିଲ ହେବାକୁ ଯାଉଛି । ସେହି ଚାରୋଟି ଭାଷା ହେଉଛି, ତାମିଲ, ତେଲୁଗୁ, ମାଲାୟାଲମ୍‌, ଓ କନ୍ନଡ । ଏହା […] The post IIFA 2024 ବଡ଼ ପରିବର୍ତ୍ତନ, ଏଥର ସାମିଲ ହେବ ସାଉଥ ଫିଲ୍ମ appeared first on KNews Odisha.

IIFA 2024 ବଡ଼ ପରିବର୍ତ୍ତନ, ଏଥର ସାମିଲ ହେବ ସାଉଥ ଫିଲ୍ମ
iifa

ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଆଓ୍ଵାଡ ଶୋ’ IIFA 2024 । ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଶୋ’ଟି ଏହି ମାସ ଆରମ୍ଭ ହେଉଥିବା ବେଳେ, ପ୍ରଥମ ଥର ପାଇଁ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ହିନ୍ଦୀ ସମେତ ଅନ୍ୟ ଚାରୋଟି ଭାଷାର ଫିଲ୍ମ ଏହି ଶୋ’ରେ ସାମିଲ ହେବାକୁ ଯାଉଛି । ସେହି ଚାରୋଟି ଭାଷା ହେଉଛି, ତାମିଲ, ତେଲୁଗୁ, ମାଲାୟାଲମ୍‌, ଓ କନ୍ନଡ ।

ଏହା ବ୍ୟତୀତ, IIFA 2024 ଶୋ’ ୩ ଦିନ ଧରି ଚାଲିବାର ଯୋଜନା ରହିଛି । ଆବୁଧାବିରେ ଆୟୋଜିତ ହେବାକୁ ଯାଉଥିବା ଏହି ଶୋ’ ୨୭ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।
ତିନି ଦିନର କାର୍ଯ୍ୟସୂଚୀ :-

• ପ୍ରଥମ ଦିନ – ତାମିଲ, ତେଲୁଗୁ, ମାଲାୟାଲମ୍‌, ଓ କନ୍ନଡ ଫିଲ୍ମଗୁଡ଼ିକୁ ପୁରସ୍କାର ଦିଆଯିବ ।
• ଦ୍ୱିତୀୟ ଦିନ – ହିନ୍ଦୀ ଫିଲ୍ମଗୁଡ଼ିକୁ ପୁରସ୍କାର ଦିଆଯିବ।
• ତୃତୀୟ ଦିନ – ମ୍ୟୁଜିକ୍‌ ନାଇଟ୍‌ ପାଳନ କରାଯିବ ।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ IIFA ସହ ଜଡିତ ସମସ୍ତ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ କରନ୍‌ ଜୋହର, ରାଣା ଡଗଗୁଦତୀ, ସିଦ୍ଧାନ୍ତ ଚାଟୁର୍ବେଦୀ, ଅଭିଷେକ୍‌ ବାନାର୍ଜୀ, ଏବଂ ଶାହାରୁଖ ଖାନଙ୍କ ସମେତ ଅନ୍ୟ କଳାକାରମାନେ ଯୋଗ ଦେଇଥିଲେ ।

The post IIFA 2024 ବଡ଼ ପରିବର୍ତ୍ତନ, ଏଥର ସାମିଲ ହେବ ସାଉଥ ଫିଲ୍ମ appeared first on KNews Odisha.