ପଞ୍ଚୁକ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର: ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ : ଆଜି ପଞ୍ଚୁକ ବ୍ରତର ଦ୍ବିତୀୟ ଦିନ ।  ଲୋକାରଣ୍ୟ ଶ୍ରୀକ୍ଷେତ୍ର ।  ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ  ।  ସକାଳୁ ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି । ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଓ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥିଲେ । ଏହି ବେଶର ବିଶେଷତ୍ୱ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା […] The post ପଞ୍ଚୁକ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର: ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ appeared first on KNews Odisha.

ପଞ୍ଚୁକ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର: ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
puri

ପୁରୀ : ଆଜି ପଞ୍ଚୁକ ବ୍ରତର ଦ୍ବିତୀୟ ଦିନ ।  ଲୋକାରଣ୍ୟ ଶ୍ରୀକ୍ଷେତ୍ର ।  ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ  ।  ସକାଳୁ ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି । ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଓ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥିଲେ । ଏହି ବେଶର ବିଶେଷତ୍ୱ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ଏହି ବେଶ ଦର୍ଶନ ପାଇଁ ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଚର୍ମଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି
।

ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ବ୍ୟାରିକେଡ ସହ ପ୍ରାୟ ୩୮ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ପଟେ ଶ୍ରଦ୍ଧାଳୁ ପ୍ରବେଶ କରି ଅନ୍ୟ ତିନି ଦ୍ବାର ପଟେ ପ୍ରସ୍ଥାନ କରୁଛନ୍ତି । ମରିଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ଼ରେ ACCESS CONTROL SYSTEM ମାଧ୍ୟମରେ ଭିଡ଼ ପରିଚାଳନା କରାଯାଉଛି । ବ୍ୟାରିକେଡରେ ସେଡ଼ ସହ ପାନୀୟ ଜଳ ବ୍ୟବସ୍ଥା,ବସିବା ପାଇଁ ବ୍ୟବସ୍ଥା ହୋଇଛି। ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବାରୁ ଭିଡ଼ ଆହୁରି ବଢିବାର ସମ୍ଭାବନା ରହିଛି । ଆସନ୍ତକାଲି ମହାପ୍ରଭୁଙ୍କ ଡାଳିକିଆ ବା ତ୍ରିବିକ୍ରମ ବେଶ ଏବଂ ୧୫ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ ।

The post ପଞ୍ଚୁକ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର: ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ appeared first on KNews Odisha.