କିଟ୍ ବିଶ୍ବବିଦ୍ୟାଳୟ ବିରୋଧରେ ଅପପ୍ରଚାର ଓ ମିଥ୍ୟା ଖବର ପ୍ରକାଶ କରାଯାଉଛି : ବୁଦ୍ଧିଜୀବୀ ଅନିଲ ଧୀର
ଭୁବନେଶ୍ୱର : ଏକ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ରାଜ୍ୟ ପାଇଁ ସୁନାମ ଆଣିଛି କିଟ ବିଶ୍ବବିଦ୍ଯାଳୟ। କେବଳ ରାଜ୍ୟ ନୁହେଁ ଦେଶକୁ ମଧ୍ୟ ବିଶ୍ବସ୍ତରରେ ପରିଚିତି ଆଣିଦେଇଛି । କିନ୍ତୁ ଗତ ଛଅ ସାତ ଦିନ ଧରି ଏଭଳି ଏକ ସୁନାମ ଲାଭ କରିଥିବା ବିଶ୍ବବିଦ୍ୟାଳୟ ବିରୋଧରେ ଅପପ୍ରଚାର ଓ ମିଥ୍ୟା ଖବର ପ୍ରକାଶ କରାଯାଉଛି । ଏହା ଉଦବେଗଜନକ ବୋଲି କହିଛନ୍ତି ବୁଦ୍ଧିଜୀବୀ ଅନିଲ ଧୀର। କିଟ ବିଶ୍ବବିଦ୍ୟାଳୟକୁ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଦେଶର ରାଷ୍ଟ୍ରଦୂତ […] The post କିଟ୍ ବିଶ୍ବବିଦ୍ୟାଳୟ ବିରୋଧରେ ଅପପ୍ରଚାର ଓ ମିଥ୍ୟା ଖବର ପ୍ରକାଶ କରାଯାଉଛି : ବୁଦ୍ଧିଜୀବୀ ଅନିଲ ଧୀର appeared first on KNews Odisha.

ଭୁବନେଶ୍ୱର : ଏକ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ରାଜ୍ୟ ପାଇଁ ସୁନାମ ଆଣିଛି କିଟ ବିଶ୍ବବିଦ୍ଯାଳୟ। କେବଳ ରାଜ୍ୟ ନୁହେଁ ଦେଶକୁ ମଧ୍ୟ ବିଶ୍ବସ୍ତରରେ ପରିଚିତି ଆଣିଦେଇଛି । କିନ୍ତୁ ଗତ ଛଅ ସାତ ଦିନ ଧରି ଏଭଳି ଏକ ସୁନାମ ଲାଭ କରିଥିବା ବିଶ୍ବବିଦ୍ୟାଳୟ ବିରୋଧରେ ଅପପ୍ରଚାର ଓ ମିଥ୍ୟା ଖବର ପ୍ରକାଶ କରାଯାଉଛି ।
ଏହା ଉଦବେଗଜନକ ବୋଲି କହିଛନ୍ତି ବୁଦ୍ଧିଜୀବୀ ଅନିଲ ଧୀର। କିଟ ବିଶ୍ବବିଦ୍ୟାଳୟକୁ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଦେଶର ରାଷ୍ଟ୍ରଦୂତ ଆସି ପ୍ରଶଂସା କରିଛନ୍ତି। ଶିକ୍ଷାନୁଷ୍ଠାନ ଭାବେ ଯେତିକି ପରିଚିତ ପାଇଛି ସମାଜସେବୀ ଭାବେ ସେଭଳି ଲୋକପ୍ରିୟତା ହାସଲ କରିଛନ୍ତି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଆଦିବାସୀ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ସେଠାକାର ଲୋକଙ୍କ ଠାରୁ କିଟ ଓ କିସର ପ୍ରଶଂସା ଶୁଣିଛନ୍ତି ବୋଲି କହିଛନ୍ତି ଅନୀଲ ଧୀର।
ଅତିରଞ୍ଜିତରୁ ସୃଷ୍ଟି ହେଉଛି ଅସନ୍ତୋଷ। କିଟରେ ଘଟିଯାଇଥିବା ଏକ ଅଭାବନୀୟ ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ । ଏହି ଘଟଣାରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସ୍ୱାଭାବିକ । ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ କିଟ୍ କର୍ତ୍ତୃପକ୍ଷ ମଧ୍ୟ ନିଜର ତ୍ରୁଟି ସ୍ୱୀକାର କରିବା ସହ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିସାରିଛନ୍ତି ।
ଏହି ଘଟଣାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ଶାନ୍ତ ଆଡ଼କୁ ଗତି କରୁଛି। ଏଭଳି ସମୟରେ କିଛି ମେନଷ୍ଟ୍ରିମ୍ ମିଡିଆ ସହ ସାମାଜିକ ଗଣମାଧ୍ୟମରେ କପୋଳକଳ୍ପିତ ଓ ମିଥ୍ୟା ଖବର ପରିବେଷଣ କରାଯାଉଛି। କିଟ୍ ବିଶ୍ୱବିଦ୍ୟାଳୟକୁ ବଦନାମ କରିବାକୁ ପ୍ରୟାସ ହେଉଛି। ବିଭିନ୍ନ ଗଣମାଧ୍ୟମ ଓ ସଂଗଠନ ଏହାକୁ ଅତିରଞ୍ଜିତ କରି କ୍ରମାଗତ ଭାବେ ସମ୍ବାଦ ପରିବେଷଣ କରୁଥିବାରୁ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହାକୁ ନେଇ କିଟ୍ ଓ କିସରେ ପଢୁଥିବା ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆତଙ୍କିତ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି । ସେହିପରି ଏହି ଘଟଣାରେ ଦେଶର ଏକ ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନ ଓ ଏହାର ପ୍ରତିଷ୍ଠାତାଙ୍କୁ ବଦନାମ କରାଯିବା ଠିକ୍ ନୁହେଁ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ମାନେ ମତ ପୋଷଣ କରିଛନ୍ତି ।
The post କିଟ୍ ବିଶ୍ବବିଦ୍ୟାଳୟ ବିରୋଧରେ ଅପପ୍ରଚାର ଓ ମିଥ୍ୟା ଖବର ପ୍ରକାଶ କରାଯାଉଛି : ବୁଦ୍ଧିଜୀବୀ ଅନିଲ ଧୀର appeared first on KNews Odisha.