ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍‌ରେ ଆସୁଛି Android 16 ଅପଡେଟ୍, ମିଳିବ ଅନେକ AI ଫିଚର୍

ଯଦି ଆପଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍, ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ । ଗୁଗୁଲ୍ ଖୁବ୍ ଶୀଘ୍ର ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଆଣ୍ଡ୍ରଏଡ୍ ୧୬ ଲଞ୍ଚ କରିପାରେ । ନୂଆ ଆଣ୍ଡ୍ରଏଡ୍ ଭର୍ସନରେ ସ୍ମାର୍ଟଫୋନ୍ ୟୁଜର୍ସମାନେ ଅନେକ ବଡ଼ ବଡ଼ ଫିଚର୍ସ ପାଇବାକୁ ଯାଉଛନ୍ତି । ସ୍ମାର୍ଟଫୋନ୍ ୟୁଜର୍ସମାନେ ଦୀର୍ଘ ସମୟ ଧରି ଆଗାମୀ ଆଣ୍ଡ୍ରଏଡ୍ ଅପଡେଟ୍ ପାଇଁ ଅପେକ୍ଷା କରିଥିଲେ ଏବଂ ଏବେ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । କମ୍ପାନୀ […] The post ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍‌ରେ ଆସୁଛି Android 16 ଅପଡେଟ୍, ମିଳିବ ଅନେକ AI ଫିଚର୍ appeared first on KNews Odisha.

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍‌ରେ ଆସୁଛି Android 16 ଅପଡେଟ୍, ମିଳିବ ଅନେକ AI ଫିଚର୍

ଯଦି ଆପଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍, ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ । ଗୁଗୁଲ୍ ଖୁବ୍ ଶୀଘ୍ର ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଆଣ୍ଡ୍ରଏଡ୍ ୧୬ ଲଞ୍ଚ କରିପାରେ । ନୂଆ ଆଣ୍ଡ୍ରଏଡ୍ ଭର୍ସନରେ ସ୍ମାର୍ଟଫୋନ୍ ୟୁଜର୍ସମାନେ ଅନେକ ବଡ଼ ବଡ଼ ଫିଚର୍ସ ପାଇବାକୁ ଯାଉଛନ୍ତି । ସ୍ମାର୍ଟଫୋନ୍ ୟୁଜର୍ସମାନେ ଦୀର୍ଘ ସମୟ ଧରି ଆଗାମୀ ଆଣ୍ଡ୍ରଏଡ୍ ଅପଡେଟ୍ ପାଇଁ ଅପେକ୍ଷା କରିଥିଲେ ଏବଂ ଏବେ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । କମ୍ପାନୀ ପକ୍ଷରୁ ନିକଟରେ ଅନୁଷ୍ଠିତ MWC 2025ରେ ଆଗାମୀ ଆଣ୍ଡ୍ରଏଡ୍ ଭର୍ସନ ବିଷୟରେ ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁସାରେ, କମ୍ପାନୀ ୧୬ ଜୁନ୍ ୨୦୨୫ରେ ଆଣ୍ଡ୍ରଏଡ୍ ୧୬ ରିଲିଜ୍ କରିପାରେ । ଗୁଗୁଲ୍ ସାଧାରଣତଃ ଅଗଷ୍ଟ ମାସରେ ନୂଆ ଆଣ୍ଡ୍ରଏଡ୍ ଭର୍ସନ ଲଞ୍ଚ କରିଥାଏ କିନ୍ତୁ ଏବେ କମ୍ପାନୀ ଏହାକୁ କିଛି ମାସ ପୂର୍ବରୁ ରିଲିଜ୍ କରିପାରେ । ଗୁଗୁଲର ଆଣ୍ଡ୍ରଏଡ୍ ଇକୋସିଷ୍ଟମର ସଭାପତି ସମୀର ସାମତଙ୍କ ଅନୁସାରେ, ଗୁଗୁଲ୍ ଚଳିତ ବର୍ଷ ଆଣ୍ଡ୍ରଏଡ୍ ଓଏସ୍ ଅପଡେଟ୍ ସହିତ ଆଣ୍ଡ୍ରଏଡ୍ ୧୬ ଲଞ୍ଚ କରିବ । ସେ କହିଛନ୍ତି ଯେ ଆଣ୍ଡ୍ରଏଡ୍ ଡେଭଲପମେଣ୍ଟ୍ ଟିମ୍ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି କିନ୍ତୁ ଗୁଗୁଲ୍ ‘Trunk Stable’ ଡେଭଲପମେଣ୍ଟ୍ ମଡେଲ୍ ଗ୍ରହଣ କରିଛି ।

ସ୍ମାର୍ଟଫୋନ୍ ୟୁଜର୍ସମାନେ Android 16 ରେ ଏପରି ଅନେକ ଫିଚର୍ ପାଇପାରିବେ ଯାହା ୟୁଜର୍ସଙ୍କ ପ୍ରାଇଭେସି ଏବଂ ଡାଟା ସୁରକ୍ଷାକୁ ବୃଦ୍ଧି କରିବ । ଏହା ବ୍ୟତୀତ, Android 16 ଭର୍ସନରେ ୟୁଜର୍ସମାନେ ଅନେକ AI ଆଧାରିତ ଫିଚର୍ସ ପାଇପାରିବେ । ଏଥିରେ ଅଟୋମେଟିକ ଟେକ୍ସଟ୍ ସଜେସନ, ସ୍ମାର୍ଟ ଉତ୍ତର ଏବଂ ରିଅଲ୍-ଟାଇମ୍ ଟ୍ରାନ୍ସଲେସନ୍ ଭଳି ଫିଚର୍ସ ସାମିଲ ହୋଇପାରେ । ଏହା ସହିତ, ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ବ୍ୟାଟେରୀ ଲାଇଫ୍ ଏବଂ ଆପ୍ ଲଞ୍ଚ ସ୍ପିଡ଼କୁ ଅପ୍ଟିମାଇଜ୍ କରିବା ପାଇଁ ନୂଆ ଆଲଗୋରିଦମ ଅନ୍ତର୍ଭୁକ୍ତ କରାଯାଇପାରିବ ।

ଭାରତୀୟ ୟୁଜର୍ସଙ୍କ ପାଇଁ ଗୁଗୁଲ୍ ଆଣ୍ଡ୍ରଏଡ୍ ୧୬ରେ କିଛି ସ୍ୱତନ୍ତ୍ର ଫିଚର୍ସ ପ୍ରଦାନ କରିପାରେ । ଆଗାମୀ ଆଣ୍ଡ୍ରଏଡରେ ୟୁଜର୍ସଙ୍କୁ ଲୋକାଲ୍ ଲାଙ୍ଗୁଏଜ ସପୋର୍ଟ ଦିଆଯାଇପାରିବ । ଏହା ବ୍ୟତୀତ, ଏପରି ଏକ ଫିଚର୍ସ ମଧ୍ୟ ଉପଲବ୍ଧ ହୋଇପାରେ ଯେଉଁଥିରେ ୟୁଜର୍ସମାନେ କେବଳ କଥା କହି ସେମାନଙ୍କ ସ୍ମାର୍ଟଫୋନର ଫିଚର୍ସଗୁଡ଼ିକୁ ବ୍ୟବହାର କରିପାରିବେ । Android 16 ର ସପୋର୍ଟ ପ୍ରଥମେ Google Pixel ସ୍ମାର୍ଟଫୋନରେ ଉପଲବ୍ଧ ହେବ, ତାପରେ କମ୍ପାନୀ ଏହାକୁ ଧୀରେ ଧୀରେ ଅନ୍ୟ ଡିଭାଇସ୍ ପାଇଁ ଉପଲବ୍ଧ କରିବ ।

Also read: ଫ୍ଲିପକାର୍ଟର ବଡ଼ ଅଫର, ମାତ୍ର ୨୨ ହଜାର ଟଙ୍କାରେ ମିଳୁଛି Google ର ଏହି ଦାମି ଫୋନ୍

The post ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍‌ରେ ଆସୁଛି Android 16 ଅପଡେଟ୍, ମିଳିବ ଅନେକ AI ଫିଚର୍ appeared first on KNews Odisha.