ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଯାଇଥିଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ, ଶବ ହୋଇ ଗାଁକୁ ଫେରିଲେ

ସୁବର୍ଣ୍ଣପୁର : ଏଇ ବରଷେ ହେବ ଝିଅକୁ ବାହା ଦେଇଥିଲେ । ଋଣକରି ଝିଅ ବାହାଦେଲେ ସିନା ସେସବୁକୁ ସୁଝିବେ କେମିତି ? ଅର୍ଥାଭାବରୁ ପରିବାର ମୁଣ୍ଡରେ ପଡ଼ିଥିଲା ଚଡ଼କ । ସେଥିପାଇଁ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । କାମ କରି ଦୁଇ ପଇସା ଆଣିଲେ ପରିବାର ସୁରୁଖୁରୁରେ ଚଳିବା ସହ ଝିଅ ବାହାଘରର ଧାର କରଜ କିଛି ବାକି ସୁଝି ହୋଇଯିବ । ହେଲେ ବିଧିର ବିଧାନ […] The post ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଯାଇଥିଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ, ଶବ ହୋଇ ଗାଁକୁ ଫେରିଲେ appeared first on KNews Odisha.

ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଯାଇଥିଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ, ଶବ ହୋଇ ଗାଁକୁ ଫେରିଲେ

ସୁବର୍ଣ୍ଣପୁର : ଏଇ ବରଷେ ହେବ ଝିଅକୁ ବାହା ଦେଇଥିଲେ । ଋଣକରି ଝିଅ ବାହାଦେଲେ ସିନା ସେସବୁକୁ ସୁଝିବେ କେମିତି ? ଅର୍ଥାଭାବରୁ ପରିବାର ମୁଣ୍ଡରେ ପଡ଼ିଥିଲା ଚଡ଼କ । ସେଥିପାଇଁ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । କାମ କରି ଦୁଇ ପଇସା ଆଣିଲେ ପରିବାର ସୁରୁଖୁରୁରେ ଚଳିବା ସହ ଝିଅ ବାହାଘରର ଧାର କରଜ କିଛି ବାକି ସୁଝି ହୋଇଯିବ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଏ ଆଶା ଆଶାରେ ହିଁ ରହିଗଲା । କାମ ଅନ୍ବେଷଣରେ ବାହାର ରାଜ୍ୟକୁ କାମ ପାଇଁ ଯାଇଥିବା ଘରର ରୋଜଗାରିଆ ପୁଅ ଏବେ ମୃତ ହୋଇ ଘରକୁ ଫେରିଛି । ସ୍ବାମୀର ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ତା’ର ଚେତା ରହୁନି ସ୍ତ୍ରୀର । କାନ୍ଦ ବୋବାଳିରେ ଫାଟି ପଡ଼ୁଥାଏ ପୁରା ପରିବେଶ । ପରିବାର ବନ୍ଧୁ ପରିଜନ ସମସ୍ତଙ୍କ ଆଖିରେ ଲୁହ । କାହାରି ଧୈର୍ଯ୍ୟ ରହୁନି । କେମିତି ବା ରହିବ । କଥା ଦେଇଥିଲେ ଝିଅ ବାହାଘରର କରଜ ସୁଝିଦେବେ ବୋଲି ହେଲେ ସବୁଦିନ ଦିନ ପାଇଁ ଆରପାରିକୁ ଚାଲିଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁରେ ।

ଦଫା ଉର୍ମାଙ୍କ ୪୫ ବର୍ଷିୟ ପୁଅ ବିଶ୍ଵାମିତ୍ର ଉର୍ମା । ଦୁଇପୁଅ ଏବଂ ଝିଅକୁ ନେଇ ବିଶ୍ଵାମିତ୍ରଙ୍କ ତେଲ ଲୁଣର ସଂସାର । ଝିଅ ବଡ ହୋଇଥିବାରୁ ଗତ ବର୍ଷ ବାହାଦେଇଥିଲେ । ସାହୁ ସାହୁକାର ଋଣକରି ଝିଅ ବାହାଦେଲେ । ସେସବୁକୁ ସୁଝିବାକୁ ପାଖରେ ନାହିଁ ଟଙ୍କା । ତେଣୁ ସେ କିଛି ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଚାଲିଗଲେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ । ଆଜକୁ ୫ ଦିନ ତଳେ ଘରୁ ବାହାରିଥିଲେ ହେଁ ବିଶ୍ଵାମିତ୍ର କିନ୍ତୁ ପହଞ୍ଚି ପାରି ନଥିଲେ ଠିକଣା ଜାଗାରେ । ତେଲେଙ୍ଗାନା ରାଜ୍ୟର ତ୍ରିପୁରାକୁ ଯିବା ବାଟରେ ତେନାଲି ରେଳଷ୍ଟେସନ ପହଞ୍ଚିବା ପୂର୍ବରୁ ଚଳନ୍ତା ଟ୍ରେନରୁ ତଳକୁ ଖସି ପଡ଼ି ଚାଲିଗଲା ବିଶ୍ଵାମିତ୍ରଙ୍କ ଜୀବନ । ପୁରା ପରିବାରରେ ଖେଳି ଯାଇଛି ଶୋକର ଛାୟା ।

ତେନାଲି ରେଲଓେର ଜିଆରପି ପୋଲିସ ବିଶ୍ବାମିତ୍ର ମୃତଦେହକୁ ଜବତ କରିବା ସହ ଘରକୁ ଖବର ଦେଇଥିଲେ । ଖବର ପାଇବା ପରେ କାନ୍ଦ ବୋବାଳରେ ଫାଟି ପଡିଥିଲା ପୁରା ଗାଁ ଆଉ ନରମି ଯାଇଥିଲା ପରିବେଶ । କ୍ଷଣିକ ପାଇଁ ସ୍ତବ୍ଧ ହୋଇଯାଇଥିଲା ସାହି ପଡିଶା । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାଶ୍ରମ ବିଭାଗର ସହାୟତାରେ ପରିବାର ଲୋକେ ସେଠାକୁ ଯାଇ ମୃତଦେହକୁ ଘରକୁ ଆଣି ଅନ୍ତିମ ସଂସ୍କାର କରିଛନ୍ତି । ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା,ଏସଡିପିଓ ହେମନ୍ତ ରାଓ ଘଟଣା ସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଦେବା ସହ ସରକାରୀ ବିଧି ବ୍ୟବସ୍ଥାରେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାନ୍ତ୍ୱନା ଦେଇଛନ୍ତି ।

 

Also Read:ଉପଭୋକ୍ତାଙ୍କୁ ଆଶ୍ବସ୍ତି : ବଢିବ ନାହିଁ ବିଦ୍ୟୁତ୍ ଦର

The post ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଯାଇଥିଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ, ଶବ ହୋଇ ଗାଁକୁ ଫେରିଲେ appeared first on KNews Odisha.