ଝିଅର କିଡନୀ ଖରାପ, ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି ବାପା ମା’

ମନ୍ଦିର ପରିସରର ଗୋଟିଏ ଖୁଣ୍ଟକୁ ଆଉଜି ବସିଥାନ୍ତି ଜଣେ ମହିଳା । ମା’ଟିଏ ସେ ଶିଶୁକୁ କୋଳରେ ଧରି ବସି ଥାଏ l ଛଳ ଛଳ ଆଖିରୁ ଲୁହ ଝରି ପଡୁଥାଏ ତାଙ୍କର l ଆଉ ସେହି ଲୁହ ଧାରର ବ୍ୟଥା କେବଳ ଓଠ ହିଁ ବୁଝି ପରୁଥାଏ l ମା’ ଟି ସେହି ଲୁହ ଛଳ ଛଳ ଆଖିରେ ଟିକେ ମନ୍ଦିର ଆଡକୁ ଚାହୁଁ ଥାନ୍ତି l ହେଲେ ମନ୍ଦିର ପହଡ ପଡ଼ି ସାରିଥାଏ l […] The post ଝିଅର କିଡନୀ ଖରାପ, ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି ବାପା ମା’ appeared first on KNews Odisha.

ଝିଅର କିଡନୀ ଖରାପ, ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି ବାପା ମା’

ମନ୍ଦିର ପରିସରର ଗୋଟିଏ ଖୁଣ୍ଟକୁ ଆଉଜି ବସିଥାନ୍ତି ଜଣେ ମହିଳା । ମା’ଟିଏ ସେ ଶିଶୁକୁ କୋଳରେ ଧରି ବସି ଥାଏ l ଛଳ ଛଳ ଆଖିରୁ ଲୁହ ଝରି ପଡୁଥାଏ ତାଙ୍କର l ଆଉ ସେହି ଲୁହ ଧାରର ବ୍ୟଥା କେବଳ ଓଠ ହିଁ ବୁଝି ପରୁଥାଏ l ମା’ ଟି ସେହି ଲୁହ ଛଳ ଛଳ ଆଖିରେ ଟିକେ ମନ୍ଦିର ଆଡକୁ ଚାହୁଁ ଥାନ୍ତି l ହେଲେ ମନ୍ଦିର ପହଡ ପଡ଼ି ସାରିଥାଏ l ଯାହା ଲାଗୁଥାଏ ଏମା’ଟି ଆଖିର ଲୁହ ଜୀବନରେ କେବେ ଶୁଖିବ କି ନାହିଁ ସେ ନିଜେ ବି ଜାଣି ନାହାନ୍ତି l ଛୋଟ ଛୁଆଟିକୁ କୋଳରେ ଧରି ମା ମନ ମାରି ନିରାଶ ହୋଇ ବସିଥାନ୍ତି l

ମନ କଣ ହେଲା କେଜାଣି ଛୁଆଟିକୁ ଧରି ଉଠି ଯାଇ ମନ୍ଦିର ଦୁଆର ଆଗରେ ଛୁଆଟିକୁ ମୁଣ୍ଡିଆ ମାରିବାକୁ କହି ନିଜେ ପ୍ରଣାମ କରି ଦୁଃଖ ଜଣାଉ ଥିଲେ l ପୁଣି ଆସି ସେହି ସ୍ଥାନରେ ବସି ପଡିଲେ l ମଝିରେ କଣ ଟିକେ ଫୋନ୍ ରେ କଥା ହୋଇ ପୁଣି ନିଜ ଝିଅକୁ ପଣତ କାନିରେ ପୋଛି ଦେଇ ଗେଲ କରି ଦେଉଥିଲେ । ପୁଣି ନିଜ କୋଳରେ ଚାପି ଧରି ଗେଲ କରି ପକାଉ ଥାନ୍ତି l ନିଜ ଲୁହକୁ ନିଜ କାନିରେ ପୋଛି ପକାଉ ଥାନ୍ତି l ମା ଆଖିରେ ଲୁହ ଦେଖି ସେହି କୁନି ଝିଅଟି କୁନି କୁନି ହାତରେ ପୋଛିବାକୁ ଚେଷ୍ଟା କରୁଥାଏ l ସତରେ ସେ ଦୃଶ୍ୟ ଯିଏ ଦେଖିବ ତା ଆଖିରେ ବି ଲୁହ ରହିବନି ।ଏ ମା’ ଟି ଆଜି ମନ୍ଦିରରେ କାହିଁକି ? କାହିଁକି ଗୁମୁରି ଗୁମୁରି କାନ୍ଦୁଛି ?

ଏହି ମା’ର ଦୁଃଖ ଶୁଣିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ । ସେ କହିବା ଅନୁଯାୟୀ ତାଙ୍କ ନାଁ ହେଉଛି ଉର୍ମିଳା, ଘର ଗଞ୍ଜାମ ଜିଲ୍ଲାରେ l ମା’କୋଳରେ ଥିବା ତାଙ୍କର ଏହି ଛୋଟ ଝିଅର ବୟସ ମାତ୍ର ତିନି ବର୍ଷ l ବିଧାତାର କି ବିଡମ୍ବନା କରିଛି କେଜାଣି ଏତେ ଛୋଟ ବେଳୁ ତାର ଦୁଇଟି ଯାକ କିଡନୀ ଖରାପ l ତାର ଚିକିତ୍ସା କରାଇ କରାଇ ଟଙ୍କା ପଇସା ଆଉ ନାହିଁ l ଏଠି ସେଠି ଦୌଡ଼ି ଦୌଡ଼ି ଆଉ ପାଦରେ ବଳ ବି ନାହିଁ l ଏବେ ଧାଇଁ ଆସିଥିଲେ ଭୁବନେଶ୍ୱର ଏହି ମନ୍ଦିର ନିକଟକୁ, କାହାକୁ ଜଣଙ୍କୁ ସାହାଯ୍ୟ ମାଗିବା ଲାଗି l ହେଲେ ନିରାଶ ହେବାକୁ ପଡ଼ିଲା । ଥକା ମାରି ମନ ଦୁଃଖରେ ବସି ଥିଲେ ଏହି ମନ୍ଦିରରେ l ମାଆ ଆଖିର ଲୁହ ଆଉ ମନର କୋହ ଏକାଠି କରି କହୁଥିଲେ ମୁଁ ନିଜେ କିଡନୀ ଦେଇ ଦେବି ହେଲେ ଝିଅଠାରେ କିଡନୀ ଲଗାଇବାକୁ କୁଆଡେ ତିରିଶି ଲକ୍ଷ ଟଙ୍କା ଖର୍ଚ୍ଚ ହେବ l ଏତେ ଟଙ୍କା ଆସିବ କୁଆଡୁ ? ଯଦି ଆପଣମାନେ ଚାହିଁବେ ମୋ ଝିଅ ଭଲ ହୋଇଯିବ । କେବଳ ଟିକେ ସାହାଯ୍ୟ ଦରକାର ।

ହେଲେ ଏଇ ମାଆଟିର କଥା ଶୁଣିବ କିଏ ଆଉ ଏତେଗୁଡ଼ାଏ ଟଙ୍କା ସହାୟତା ଦେବ ବା କିଏ ? ଆମେ ତାଙ୍କୁ ବୁଝାଇଥିଲୁ ନିଜ ଅଞ୍ଚଳକୁ ଯାଇ ଜନପ୍ରତିନିଧି ଆଉ ପ୍ରଶାସନକୁ ଗୁହାରୀ କରିବା ପାଇଁ । ହେଲେ ସେ ମାଆଟିଏ, ନିଜ ପିଲାର ଚିନ୍ତାରେ ଏମିତି ବୁଡ଼ି ରହିଛି ଯେ ଖାଲି କୁଟା ଖିଅଟିଏ ପାଇଲେ ଯେମିତି ଜାବୁଡ଼ି ଧରିବ। ଜଣା ନାହିଁ ଭଗବାନ ଏହି ତିନି ବର୍ଷର ଶିଶୁଟି ପାଇଁ କିଭଳି ଭାଗ୍ୟ ଲେଖିଛନ୍ତି ।

Also Read:ଜୟପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ଦେଲେ ଉପଜିଲ୍ଲାପାଳ,ବିଧାୟକ

The post ଝିଅର କିଡନୀ ଖରାପ, ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି ବାପା ମା’ appeared first on KNews Odisha.