IIFLକୁ RBI ଛାଟ; ସୁନା ଋଣ ପ୍ରଦାନ ଉପରେ ରୋକ୍
ନୂଆଦିଲ୍ଲୀ: ଆଇଆଇଏଫ୍ଏଲ୍ ଫାଇନାନ୍ସକୁ ଆର୍ବିଆଇ ଝଟ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କ ସୁନା ଋଣ ପ୍ରଦାନ ଏବଂ ମଞ୍ଜୁରି ଉପରେ ରୋକ୍ ଲଗାଇଛି । ତତ୍କାଳ ଏ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି । ସୁନାର ଶୁଦ୍ଧତା ଯାଞ୍ଚ ଏବଂ ପ୍ରମାଣରେ ଗମ୍ଭୀର ତ୍ରୁଟି ମିଳିବା କାରଣରୁ ସର୍ବୋଚ୍ଚ ବ୍ୟାଙ୍କ କମ୍ପାନୀ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଆର୍ବିଆଇର ଏ ନିର୍ଦ୍ଦେଶ କେବଳ କମ୍ପାନୀର ସୁନା ଋଣ କାରବାର ସହ ଜଡ଼ିତ । ଆର୍ଥିକ ସେବା ପ୍ରଦାନକାରୀ ଆଇଆଇଏଫ୍ଏଲ୍ ଫାଇନାନ୍ସ ଅନେକ ପ୍ରକାର ଋଣ ପ୍ରଦାନ କରିଥାଏ । ସୁନା ବନ୍ଧକ ରଖି ଗ୍ରାହକଙ୍କୁ ଋଣ ସୁବିଧା ଦେଇଥାଏ । ମାତ୍ର ସୁନା ଋଣ ପ୍ରଦାନରେ ତ୍ରୁଟି ଦେଖିବା ପରେ ଆରବିଆଇ କମ୍ପାନୀର ଗୋଲ୍ଡ ଲୋନ୍ ଉପରେ ରୋକ୍ ଲଗାଇଛି । ଆର୍ବିଆଇ ପ୍ରକାଶ କରିଛି ଯେ, ଗୋଲ୍ଡ ଲୋନ୍ ପ୍ରଦାନ ବେଳେ କମ୍ପାନୀ ଅନେକ ତ୍ରୁଟି କରିଥିବା ଯାଞ୍ଚରୁ ଜଣାପଡ଼ିଛି । ତେବେ ଆଇଆଇଏଫ୍ଏଲ୍ ଫାଇନାନ୍ସ ପୁରୁଣା ଋଣ ଗୁଡ଼ିକର ଅସୁଲି ପ୍ରକ୍ରିୟା ଜରିଆରେ ଏହାର ସାମ୍ପ୍ରତିକ ଗୋଲ୍ଡ ଲୋନ୍ ପୋର୍ଟଫୋଲିଓକୁ ଜାରି ରଖିପାରିବ । କମ୍ପାନିର ଗୋଲ୍ଡ ଲୋନ୍ ପୋର୍ଟଫୋଲିଓରେ ମାଟେରିଆଲ ସୁପର୍ଭାଇଜରି ଚିନ୍ତାକୁ ଦୃଷ୍ଟିରେ ରଖି ଆର୍ବିଆଇ ତତ୍କାଳ ଏହି କଟକଣାକୁ ଲାଗୁ କରିଛି । ଏସବୁ ତ୍ରୁଟି ଦ୍ୱାରା ଗ୍ରାହକଙ୍କ ସ୍ୱାର୍ଥ ହାନି ହେଉଥିବା ସର୍ବୋଚ୍ଚ ବ୍ୟାଙ୍କ ପ୍ରକାଶ କରିଛି ।
ନୂଆଦିଲ୍ଲୀ: ଆଇଆଇଏଫ୍ଏଲ୍ ଫାଇନାନ୍ସକୁ ଆର୍ବିଆଇ ଝଟ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କ ସୁନା ଋଣ ପ୍ରଦାନ ଏବଂ ମଞ୍ଜୁରି ଉପରେ ରୋକ୍ ଲଗାଇଛି । ତତ୍କାଳ ଏ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି । ସୁନାର ଶୁଦ୍ଧତା ଯାଞ୍ଚ ଏବଂ ପ୍ରମାଣରେ ଗମ୍ଭୀର ତ୍ରୁଟି ମିଳିବା କାରଣରୁ ସର୍ବୋଚ୍ଚ ବ୍ୟାଙ୍କ କମ୍ପାନୀ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଆର୍ବିଆଇର ଏ ନିର୍ଦ୍ଦେଶ କେବଳ କମ୍ପାନୀର ସୁନା ଋଣ କାରବାର ସହ ଜଡ଼ିତ । ଆର୍ଥିକ ସେବା ପ୍ରଦାନକାରୀ ଆଇଆଇଏଫ୍ଏଲ୍ ଫାଇନାନ୍ସ ଅନେକ ପ୍ରକାର ଋଣ ପ୍ରଦାନ କରିଥାଏ । ସୁନା ବନ୍ଧକ ରଖି ଗ୍ରାହକଙ୍କୁ ଋଣ ସୁବିଧା ଦେଇଥାଏ । ମାତ୍ର ସୁନା ଋଣ ପ୍ରଦାନରେ ତ୍ରୁଟି ଦେଖିବା ପରେ ଆରବିଆଇ କମ୍ପାନୀର ଗୋଲ୍ଡ ଲୋନ୍ ଉପରେ ରୋକ୍ ଲଗାଇଛି ।
ଆର୍ବିଆଇ ପ୍ରକାଶ କରିଛି ଯେ, ଗୋଲ୍ଡ ଲୋନ୍ ପ୍ରଦାନ ବେଳେ କମ୍ପାନୀ ଅନେକ ତ୍ରୁଟି କରିଥିବା ଯାଞ୍ଚରୁ ଜଣାପଡ଼ିଛି । ତେବେ ଆଇଆଇଏଫ୍ଏଲ୍ ଫାଇନାନ୍ସ ପୁରୁଣା ଋଣ ଗୁଡ଼ିକର ଅସୁଲି ପ୍ରକ୍ରିୟା ଜରିଆରେ ଏହାର ସାମ୍ପ୍ରତିକ ଗୋଲ୍ଡ ଲୋନ୍ ପୋର୍ଟଫୋଲିଓକୁ ଜାରି ରଖିପାରିବ । କମ୍ପାନିର ଗୋଲ୍ଡ ଲୋନ୍ ପୋର୍ଟଫୋଲିଓରେ ମାଟେରିଆଲ ସୁପର୍ଭାଇଜରି ଚିନ୍ତାକୁ ଦୃଷ୍ଟିରେ ରଖି ଆର୍ବିଆଇ ତତ୍କାଳ ଏହି କଟକଣାକୁ ଲାଗୁ କରିଛି । ଏସବୁ ତ୍ରୁଟି ଦ୍ୱାରା ଗ୍ରାହକଙ୍କ ସ୍ୱାର୍ଥ ହାନି ହେଉଥିବା ସର୍ବୋଚ୍ଚ ବ୍ୟାଙ୍କ ପ୍ରକାଶ କରିଛି । ସର୍ବୋଚ୍ଚ ବ୍ୟାଙ୍କ ଯାଞ୍ଚରୁ ଜାଣିବାକୁ ପାଇଛି ଯେ, ଋଣ ମଞ୍ଜୁରି ତଥା ଖିଲାପି ଋଣ ଲାଗି ସୁନାର ନିଲାମି ସମୟରେ ଧାତୁର ଶୁଦ୍ଧତା ମାପିବା ଏବଂ ଓଜନକୁ ନେଇ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଲୋନ୍-ଟୁ-ଭାଲ୍ୟୁ ଅନୁପାତରେ ବଡ଼ ତ୍ରୁଟି ରହିଥିବା ଆର୍ବିଆଇ ପ୍ରକାଶ କରିଛି ।
ବିବାହ ପୂର୍ବରୁ ଜିମ୍ ଟ୍ରେନରଙ୍କୁ ହତ୍ୟା, ପୁଅକୁ ୧୫ ଥର ଛୁରୀ ଭୁସିଲା ବାପା
ଖାଲି ଏତିକି ନୁହେଁ, କମ୍ପାନୀର ଗୋଲ୍ଡ ଲୋନ୍ କାରବାରରେ ଅନେକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । ଋଣ ମଞ୍ଜୁରୀ ସମୟରେ ତଥା ଖିଲାପୀ ଋଣ ପାଇଁ ସୁନାର ନିଲାମୀ ବେଳେ ଧାତୁର ଶୁଦ୍ଧତା ଏବଂ ଓଜନ ପରଖିବା ବେଳେ କମ୍ପାନୀ ତରଫରୁ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି । ଏହାସହିତ ବୈଧାନିକ ସୀମାଠାରୁ ଢ଼େର ଅଧିକ ନଗଦରେ ଋଣ ରାଶି ବିତରଣ ଏବଂ କଲେକ୍ସନରେ ଗଡବଡ଼ି ଦେଖିବାକୁ ମିଳିଛି । କମ୍ପାନି ମ୍ୟାନେଜ୍ ମେଣ୍ଟକୁ ଏହା ଉପରେ ଅବଗତ କରାଯାଇ ସମାଧାନ କରିବା ପାଇଁ କୁହାଯାଇଛି ।