ହମାସ ଆତଙ୍କୀ ସଂଗଠନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍: ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କର ନହେଲେ...
ନୂଆଦିଲ୍ଲୀ: ହମାସ ଆତଙ୍କୀ ସଂଗଠନକୁ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଧମକ । ଜାନୁଆରୀ ୨୦ ତାରିଖ ଶପଥ ସମାରୋହ ପୂର୍ବରୁ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବାକୁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ନହେଲେ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଦେଖିବ ବିଶ୍ବ । ଆମେରିକୀୟ ସେନାର ଏୟରଷ୍ଟ୍ରାଇକରେ ଥରି ଉଠିବ ମିଡ୍-ଇଷ୍ଟ । ବୋମା ବର୍ଷା କରି ଛାରଖାର କରିଦିଆଯିବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସରେ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହା ସହିତ ସୀମାବର୍ତ୍ତୀ ଅଞ୍ଚଳରୁ ପ୍ରାୟ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇ ବନ୍ଧକ ରଖିଥିଲେ । ଯେଇଁଥିରେ ଇସ୍ରାଏଲ-ଆମେରିକା ନାଗରିକ । ଏବେ ଗାଜାରେ ଶତାଧିକ ଇସ୍ରାଏଲ ବନ୍ଧକ ରହିଥିବା ଅନୁମାନ କରାଯାଉଛି । ଡୋନାଲ୍ଡ ଟ୍ରମ୍ପ ନିଜ ବୟାନରେ କହିଛନ୍ତି, ଜାନୁଆରୀ ୨୦ ତାରିଖରେ ଆମେରିକାରେ ଶପଥ ସମାରୋହ ଆୟୋଜନ ହେବ । ଯଦି ଏହା ପୂର୍ବରୁ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରାନଯାଏ, ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆତଙ୍କ ଖେଳିବ । ସେମାନଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ, ଯେଉଁମାନେ ମଣିଷ ସମାଜକୁ ବିରୋଧ କରି ଏଭଳି ଅତ୍ୟାଚାର କରୁଛନ୍ତି । ବନ୍ଧକଙ୍କୁ ସମୟ ପୂର୍ବରୁ ମୁକ୍ତ କରାନଗଲେ ସେମାନଙ୍କୁ ଆମେରିକା ଇତିହାସରେ କୋଠରରୁ କୋଠର ଦଣ୍ଡ ଦିଆଯିବ । ସେପଟେ ହମାସ ମଧ୍ୟ କିଛି ସର୍ତ୍ତ ରଖିଛି, ବନ୍ଧ
ନୂଆଦିଲ୍ଲୀ: ହମାସ ଆତଙ୍କୀ ସଂଗଠନକୁ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଧମକ । ଜାନୁଆରୀ ୨୦ ତାରିଖ ଶପଥ ସମାରୋହ ପୂର୍ବରୁ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବାକୁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ନହେଲେ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଦେଖିବ ବିଶ୍ବ । ଆମେରିକୀୟ ସେନାର ଏୟରଷ୍ଟ୍ରାଇକରେ ଥରି ଉଠିବ ମିଡ୍-ଇଷ୍ଟ । ବୋମା ବର୍ଷା କରି ଛାରଖାର କରିଦିଆଯିବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସରେ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହା ସହିତ ସୀମାବର୍ତ୍ତୀ ଅଞ୍ଚଳରୁ ପ୍ରାୟ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇ ବନ୍ଧକ ରଖିଥିଲେ । ଯେଇଁଥିରେ ଇସ୍ରାଏଲ-ଆମେରିକା ନାଗରିକ । ଏବେ ଗାଜାରେ ଶତାଧିକ ଇସ୍ରାଏଲ ବନ୍ଧକ ରହିଥିବା ଅନୁମାନ କରାଯାଉଛି ।
ଡୋନାଲ୍ଡ ଟ୍ରମ୍ପ ନିଜ ବୟାନରେ କହିଛନ୍ତି, ଜାନୁଆରୀ ୨୦ ତାରିଖରେ ଆମେରିକାରେ ଶପଥ ସମାରୋହ ଆୟୋଜନ ହେବ । ଯଦି ଏହା ପୂର୍ବରୁ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରାନଯାଏ, ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆତଙ୍କ ଖେଳିବ । ସେମାନଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ, ଯେଉଁମାନେ ମଣିଷ ସମାଜକୁ ବିରୋଧ କରି ଏଭଳି ଅତ୍ୟାଚାର କରୁଛନ୍ତି । ବନ୍ଧକଙ୍କୁ ସମୟ ପୂର୍ବରୁ ମୁକ୍ତ କରାନଗଲେ ସେମାନଙ୍କୁ ଆମେରିକା ଇତିହାସରେ କୋଠରରୁ କୋଠର ଦଣ୍ଡ ଦିଆଯିବ ।
ସେପଟେ ହମାସ ମଧ୍ୟ କିଛି ସର୍ତ୍ତ ରଖିଛି, ବନ୍ଧକଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ କରିବା ଏବଂ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନା ଚାଲିଯିବାକୁ ଦାବି କରିଛି ଆତଙ୍କୀ ସଂଗଠନ । ଇସ୍ରାଏଲ ପ୍ରଧାନମନ୍ତ୍ର ବେଞ୍ଜାମିନ୍ ନେତାନ୍ୟାହୁ ଜବାବ ଦେଇ କହିଛନ୍ତି, ହମାସ ସମ୍ପୂର୍ଣ୍ଣ ଭାବେ ଅନ୍ତ ନହେବା ଯାଏ ଏ ଯୁଦ୍ଧ ଜାରି ରହିବ । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଦେଶ ମଧ୍ୟରୁ ମଧ୍ୟ ବିରୋଧର ସ୍ବର ଉଠିଲାଣି । ଏହାରି ଭିତରେ ସୋମବାର ହମାସ ଆତଙ୍କୀ ସଂଗଠନ ପକ୍ଷରୁ ଏକ ବୟାନ ଜାରି ହୋଇଛି । ଏଥିରେ ୩୩ ବନ୍ଧକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।
୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ନେତୃତ୍ବ ନେଉଥିବା ଆତଙ୍କବାଦୀ ସଂଗଠନ ଇସ୍ରାଏଲୀ ଅଧିବାସୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଯେଉଁଥିରେ ୧୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ ଇସ୍ରାଏଲ ସରକାର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଘନ ଘନ ଆକ୍ରମଣରେ ପ୍ରାୟ ୪୪, ୪୦୦ରୁ ଅଧିକ ପାଲେଷ୍ଟାଇନଙ୍କ ପ୍ରାଣ ହରାଇଛନ୍ତି । ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଗାଜାରୁ ବିସ୍ଥାପିତ ହୋଇଛନ୍ତି । ଏବେବି ଯୁଦ୍ଧ ଜାରି ରହିଛି ।...