କୋରାପୁଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, କରୁଛନ୍ତି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
କୋରାପୁଟ ୨୨।୩: ରାଜ୍ୟରେ ସାଧାରଣ ନିର୍ବାଚନ ତାରିଖ ଯେମିତି ପାଖେଇ ଆସୁଛି ସେତିକି ଜୋରସୋରରେ ଚାଲିଛି ନିର୍ବାଚନ ପ୍ରସ୍ତୁତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ବିଭିନ୍ନ ସ୍ଥାନ ଗସ୍ତ କରି ନିର୍ବାଚନ ପ୍ରକ୍ରିୟା ନେଇ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରୁଛନ୍ତି ।ଏହି ସମୀକ୍ଷା ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ୧୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣଂ ଅଧିକାରୀ ଯୋଗ ଦେଇଛନ୍ତି । ବୈଠକରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା ଚାଲିଛି । ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲା ଲାଗି ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି । ଏଥିଲାଗି ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରୁଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହି ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମତ ଗଣନା କେନ୍ଦ୍ରଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବେ । ଆଇନ ଶୃଙ୍ଖଳା ପରିସ୍ଥିତି ସହ ନିର୍ବାଚନ ପରିଚା
କୋରାପୁଟ ୨୨।୩: ରାଜ୍ୟରେ ସାଧାରଣ ନିର୍ବାଚନ ତାରିଖ ଯେମିତି ପାଖେଇ ଆସୁଛି ସେତିକି ଜୋରସୋରରେ ଚାଲିଛି ନିର୍ବାଚନ ପ୍ରସ୍ତୁତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ବିଭିନ୍ନ ସ୍ଥାନ ଗସ୍ତ କରି ନିର୍ବାଚନ ପ୍ରକ୍ରିୟା ନେଇ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରୁଛନ୍ତି ।
ଏହି ସମୀକ୍ଷା ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ୧୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣଂ ଅଧିକାରୀ ଯୋଗ ଦେଇଛନ୍ତି । ବୈଠକରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା ଚାଲିଛି ।
ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲା ଲାଗି ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି । ଏଥିଲାଗି ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରୁଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହି ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମତ ଗଣନା କେନ୍ଦ୍ରଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବେ । ଆଇନ ଶୃଙ୍ଖଳା ପରିସ୍ଥିତି ସହ ନିର୍ବାଚନ ପରିଚାଳନାର ସମସ୍ତ ଦିଗ, ପୋଷ୍ଟାଲ ବାଲାଟ, ନିର୍ବାଚନ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।
ଏହାପରେ ୨୩ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମଧ୍ୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।
You Can Read:
ବଢିବ ତାତି, ଜଳିବ ଓଡ଼ିଶା: କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁପାରେ