ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ସହଯୋଗ ଲୋଡ଼ିଲା ପୋଲିସ

ଖଲ୍ଲିକୋଟ,୨୪ା୩(ପ୍ରଶାନ୍ତ କୁମାର ମିଶ୍ର): ଚଳିତ ବର୍ଷ ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ଲୋକପ୍ରତିନିଧିଙ୍କ ସହଯୋଗ ଲୋଡ଼ିଛି ପୋସିଲ। ସୋମବାର ଏ ସମ୍ପର୍କରେ ଏକ ସଚେତନତା ବୈଠକ ସ୍ଥାନୀୟ ଥାନାରେ ଅନୁଷ୍ଠିତ ହୋଇଛି। ଆଇଆଇସି ରମେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଲ୍ଲିକୋଟ ବ୍ଲକର ସବୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। ଯେଉଁଠି ବି ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ନଜରକୁ ଆସିବ ତୁରନ୍ତ ପୋଲିସକୁ […] The post ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ସହଯୋଗ ଲୋଡ଼ିଲା ପୋଲିସ appeared first on Dharitri Odia News.

ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ସହଯୋଗ ଲୋଡ଼ିଲା ପୋଲିସ

ଖଲ୍ଲିକୋଟ,୨୪ା୩(ପ୍ରଶାନ୍ତ କୁମାର ମିଶ୍ର): ଚଳିତ ବର୍ଷ ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ଲୋକପ୍ରତିନିଧିଙ୍କ ସହଯୋଗ ଲୋଡ଼ିଛି ପୋସିଲ। ସୋମବାର ଏ ସମ୍ପର୍କରେ ଏକ ସଚେତନତା ବୈଠକ ସ୍ଥାନୀୟ ଥାନାରେ ଅନୁଷ୍ଠିତ ହୋଇଛି। ଆଇଆଇସି ରମେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଲ୍ଲିକୋଟ ବ୍ଲକର ସବୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। ଯେଉଁଠି ବି ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ନଜରକୁ ଆସିବ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ଆଇଆଇସି କହିଥିଲେ। ଦଣ୍ଡ ଦଳଙ୍କୁ ଏ ସମ୍ପର୍କରେ ସଚେତନତା କରିବା ପାଇଁ ପଞ୍ଚାୟତର ଲୋକପ୍ରତିନିଧିଙ୍କୁ ଆଇଆଇସି ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ପଣା ସଂକ୍ରାନ୍ତି ବା ମେରୁ ଯାତ୍ରା, ହନୁମାନ ଜୟନ୍ତୀ ଓ ଇଦ ଉଲ ଫିତର ପାଖାପାଖି ପଡ଼ୁଥିବାରୁ ଏହା କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ଦିଗରେ ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲେ ଥାନାଧିକାରୀ।

The post ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ସହଯୋଗ ଲୋଡ଼ିଲା ପୋଲିସ appeared first on Dharitri Odia News.