IMD କଲା ଆଲର୍ଟ, ୫ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ…
ଭୁବନେଶ୍ୱର,୨୫।୫: ଏଥର ସଅଳ ଆସିଲା ମୌସୁମୀ । ୧୬ ବର୍ଷ ପରେ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ପ୍ରବେଶ କରିଛି ମୌସୁମୀ । ମୌସୁମୀ ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ଏଭଳି ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି ଯେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଓଡ଼ିଶାକୁ ମୌସୁମି ବାୟୁ, ସପ୍ତାହ ପୂର୍ବରୁ ଆସି ପହଞ୍ଚିଯାଇ ପାରେ । ଆସନ୍ତା ୪୮ ଘଣ୍ଟା […] The post IMD କଲା ଆଲର୍ଟ, ୫ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ… appeared first on Dharitri Odia News.
ଭୁବନେଶ୍ୱର,୨୫।୫: ଏଥର ସଅଳ ଆସିଲା ମୌସୁମୀ । ୧୬ ବର୍ଷ ପରେ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ପ୍ରବେଶ କରିଛି ମୌସୁମୀ । ମୌସୁମୀ ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ଏଭଳି ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି ଯେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଓଡ଼ିଶାକୁ ମୌସୁମି ବାୟୁ, ସପ୍ତାହ ପୂର୍ବରୁ ଆସି ପହଞ୍ଚିଯାଇ ପାରେ ।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଯାହା ୨୯ ତାରିଖ ବେଳକୁ ଘନୀଭୂତ ହୋଇ ୱେଲମାର୍କ ଲୋପ୍ରେସର ବା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ଯାହା ମୌସୁମୀର ଗତିକୁ ଆହୁରି ସକ୍ରିୟ କରିବ। ଅନୁମାନ କରାଯାଉଛି, ଲଘୁଚାପ ପ୍ରଭାବରେ ଓଡ଼ିଶାକୁ ମଧ୍ୟ ଆଗୁଆ ଆସିବ ମୌସୁମି । ଜୁନ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରବେଶ କରିବା ଅଧିକ ସମ୍ଭାବନା ରହିଛି ।
ଓଡ଼ିଶା ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହିତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ସାଙ୍ଗକୁ ଦକ୍ଷିଣରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ନେଇ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
The post IMD କଲା ଆଲର୍ଟ, ୫ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ… appeared first on Dharitri Odia News.