ଆମ୍ୟୁଜମେଣ୍ଟ ପାର୍କର ଛାତିଥରା ଭିଡିଓ, ଦେଖନ୍ତୁ ଆଖି ପିଛୁଳାକେ କେମିତି ଛିଡି ପଡିଲା ୩୬୦ ଡିଗ୍ରୀର ଝୁଲା

ରିୟାଦ,୧।୮: ସାଉଦି ଆରବର ତାଇଫ ସହରରେ ଅବସ୍ଥିତ ଏକ ମନୋରଞ୍ଜନ ପାର୍କ ବା ଆମ୍ୟୁଜମେଣ୍ଟ ପାର୍କରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାର୍କରେ ଥିବା ଏକ ୩୬୦ ଡିଗ୍ରୀ ଘୁରୁଥିବା ଝୁଲା ହଠାତ ଭାଙ୍ଗଯାଇଛି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଭୟଭୀତ କରୁଛି। ରିପୋର୍ଟ ଅନୁଯାୟୀ, ଘଟଣାଟି ଜୁଲାଇ ୩୧ ତାରିଖର। କୁହାଯାଉଛି ଯେ ଲୋକମାନେ ପାର୍କରେ ମଜା କରୁଥିଲେ, […] The post ଆମ୍ୟୁଜମେଣ୍ଟ ପାର୍କର ଛାତିଥରା ଭିଡିଓ, ଦେଖନ୍ତୁ ଆଖି ପିଛୁଳାକେ କେମିତି ଛିଡି ପଡିଲା ୩୬୦ ଡିଗ୍ରୀର ଝୁଲା appeared first on Dharitri Odia News.

ଆମ୍ୟୁଜମେଣ୍ଟ ପାର୍କର ଛାତିଥରା ଭିଡିଓ, ଦେଖନ୍ତୁ ଆଖି ପିଛୁଳାକେ କେମିତି ଛିଡି ପଡିଲା ୩୬୦ ଡିଗ୍ରୀର ଝୁଲା

ରିୟାଦ,୧।୮: ସାଉଦି ଆରବର ତାଇଫ ସହରରେ ଅବସ୍ଥିତ ଏକ ମନୋରଞ୍ଜନ ପାର୍କ ବା ଆମ୍ୟୁଜମେଣ୍ଟ ପାର୍କରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାର୍କରେ ଥିବା ଏକ ୩୬୦ ଡିଗ୍ରୀ ଘୁରୁଥିବା ଝୁଲା ହଠାତ ଭାଙ୍ଗଯାଇଛି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଭୟଭୀତ କରୁଛି।
ରିପୋର୍ଟ ଅନୁଯାୟୀ, ଘଟଣାଟି ଜୁଲାଇ ୩୧ ତାରିଖର। କୁହାଯାଉଛି ଯେ ଲୋକମାନେ ପାର୍କରେ ମଜା କରୁଥିଲେ, କେତେଜଣ ୩୬୦ ଡିଗ୍ରୀ ଦୋଳିରେ ଝୁଲୁଥିଲେ, ଏହି ସମୟରେ ଦୋଳା ମଝିରେ ଭାଙ୍ଗିଗଲା। ଦୋଳାର ଉଭୟ ଅଂଶ ତଳେ ପଡ଼ିଗଲା। ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇଛନ୍ତି।
ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଲୋକମାନେ କିପରି ଦୋଳାର ମଜା ନେଉଛନ୍ତି ତାହା ଦେଖାଯାଉଛି। ସେହି ସମୟରେ ଦୋଳା ମଧ୍ୟଭାଗରୁ ଭାଙ୍ଗି ତଳେ ପଡ଼ିଯାଏ। ଏହି ସମୟରେ, ଦୋଳାରେ ବସିଥିବା ଲୋକମାନେ ଚିତ୍କାର କରୁଥିବାର ଦେଖାଯାଉଛି। ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ମଧ୍ୟ ଲୋକଙ୍କୁ ଭୟଭୀତ କରୁଛି।
ଏକ ରିପୋର୍ଟ ଅନୁଯାୟୀ, ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଦୋଳାର ପୋଲଟି ଦ୍ରୁତ ଗତିରେ ପଛକୁ ବୁଲି ଅନ୍ୟ ପାର୍ଶ୍ୱରେ ଠିଆ ହୋଇଥିବା କିଛି ଲୋକଙ୍କୁ ଧକ୍କା ଦେଇଥିଲା। ଏହା ପଡ଼ିବା ସମୟରେ କେତେକ ଲୋକ ଦୋଳା ଉପରେ ବସିଥିଲେ। ଏହା ପରେ ସୁରକ୍ଷା ଏବଂ ଜରୁରୀକାଳୀନ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସମ୍ପୃକ୍ତ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

The post ଆମ୍ୟୁଜମେଣ୍ଟ ପାର୍କର ଛାତିଥରା ଭିଡିଓ, ଦେଖନ୍ତୁ ଆଖି ପିଛୁଳାକେ କେମିତି ଛିଡି ପଡିଲା ୩୬୦ ଡିଗ୍ରୀର ଝୁଲା appeared first on Dharitri Odia News.