୧୧୮ ଜଣିଆ ମେଡିକାଲ୍ ଟିମ, ୨ ନୌସୈନିକ ଜାହାଜ, ମିଆଁମାର ପାଇଁ ଭାରତର ‘ଅପରେସନ ବ୍ରହ୍ମା’ ଆରମ୍ଭ

ନୂଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ବିଭୀଷିକା ପରେ ଭାରତ ତୁରନ୍ତ ‘ଅପରେସନ ବ୍ରହ୍ମା’ ଆରମ୍ଭ କରିଛି। ଏହି ଅପରେସନ ଆଧାରରେ ଦୁଇଟି ନୌସେନା ଜାହାଜକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ମିଆଁମାର ପଠାଯାଇଛି। ଏହା ବ୍ୟତୀତ ଏକ ଫିଲ୍ଡ ହସ୍ପିଟାଲ ଟିମକୁ ଶନିବାର ଏୟାରଲିଫ୍ଟ କରାଯାଇଛି।  ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ଶନିବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଗନୀତଙ୍କ ନେତୃତ୍ଵରେ ଆଗ୍ରାରୁ ଶତ୍ରୁଜିତ ବ୍ରିଗେଡ ମେଡିକାଲ୍ ରେସପନ୍ସର ୧୧୮ ଜଣିଆ ଟିମ୍ ଆବଶ୍ୟକୀୟ ଚିକିତ୍ସା ଉପକରଣ ସହିତ ମିଆଁମାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟିମ୍ ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଉନ୍ନତ ଚିକିତ୍ସା ଓ ସର୍ଜରୀ ସେବା ଦେବା ପାଇଁ ପ୍ରଶିକ୍ଷିତ ଅଟନ୍ତି। ଏହି ଅପରେସନରେ ଭାରତୀୟ ସେନା ଆହତ ଲୋକଙ୍କୁ ତତ୍କାଳ ଚିକିତ୍ସା ଦେବା ପାଇଁ ୬୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ ଟ୍ରିଟମେଣ୍ଟ ସେଣ୍ଟର ସ୍ଥାପନ କରିବେ। ଏହି କେନ୍ଦ୍ର ସ୍ଥାନୀୟ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାରେ ବିଶେଷ ସହାୟକ ହେବ। ମିଆଁମାରର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ମୁତୟନ କରାଯିବ। ଗାଜିଆବାଦ ସ୍ଥିତ ଅଷ୍ଟମ ବାଟାଲିୟମର କମାଡେଣ୍ଟ ପିକେ ତିଓ୍ଵାରୀଙ୍କ ନେତୃତ୍ଵରେ ଅର୍ବାନ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ(USAR) ଦଳକୁ ମିଆଁମାର ପଠାଯାଇଛି। ୨୪ରୁ ୪୮ ଘଣ୍ଟା ବେଶ ଗୁ

୧୧୮ ଜଣିଆ ମେଡିକାଲ୍ ଟିମ, ୨ ନୌସୈନିକ ଜାହାଜ, ମିଆଁମାର ପାଇଁ ଭାରତର ‘ଅପରେସନ ବ୍ରହ୍ମା’ ଆରମ୍ଭ

ନୂଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ବିଭୀଷିକା ପରେ ଭାରତ ତୁରନ୍ତ ‘ଅପରେସନ ବ୍ରହ୍ମା’ ଆରମ୍ଭ କରିଛି। ଏହି ଅପରେସନ ଆଧାରରେ ଦୁଇଟି ନୌସେନା ଜାହାଜକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ମିଆଁମାର ପଠାଯାଇଛି। ଏହା ବ୍ୟତୀତ ଏକ ଫିଲ୍ଡ ହସ୍ପିଟାଲ ଟିମକୁ ଶନିବାର ଏୟାରଲିଫ୍ଟ କରାଯାଇଛି।  ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ଶନିବାର ଏହାର ସୂଚନା ଦେଇଛନ୍ତି। 

ସେ କହିଛନ୍ତି, ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଗନୀତଙ୍କ ନେତୃତ୍ଵରେ ଆଗ୍ରାରୁ ଶତ୍ରୁଜିତ ବ୍ରିଗେଡ ମେଡିକାଲ୍ ରେସପନ୍ସର ୧୧୮ ଜଣିଆ ଟିମ୍ ଆବଶ୍ୟକୀୟ ଚିକିତ୍ସା ଉପକରଣ ସହିତ ମିଆଁମାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟିମ୍ ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଉନ୍ନତ ଚିକିତ୍ସା ଓ ସର୍ଜରୀ ସେବା ଦେବା ପାଇଁ ପ୍ରଶିକ୍ଷିତ ଅଟନ୍ତି। 

ଏହି ଅପରେସନରେ ଭାରତୀୟ ସେନା ଆହତ ଲୋକଙ୍କୁ ତତ୍କାଳ ଚିକିତ୍ସା ଦେବା ପାଇଁ ୬୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ ଟ୍ରିଟମେଣ୍ଟ ସେଣ୍ଟର ସ୍ଥାପନ କରିବେ। ଏହି କେନ୍ଦ୍ର ସ୍ଥାନୀୟ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାରେ ବିଶେଷ ସହାୟକ ହେବ। 

ମିଆଁମାରର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ମୁତୟନ କରାଯିବ। ଗାଜିଆବାଦ ସ୍ଥିତ ଅଷ୍ଟମ ବାଟାଲିୟମର କମାଡେଣ୍ଟ ପିକେ ତିଓ୍ଵାରୀଙ୍କ ନେତୃତ୍ଵରେ ଅର୍ବାନ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ(USAR) ଦଳକୁ ମିଆଁମାର ପଠାଯାଇଛି। ୨୪ରୁ ୪୮ ଘଣ୍ଟା ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଏହି ସମୟରେ ଅଧକରୁ ଅଧିକ ଉଦ୍ଧାରକାରୀ ଦଳ ଅଭିଯାନରେ ସାମିଲ ହେବ। ଏନଡିଆରଏଫ ଟିମ କଂକ୍ରିଟ କଟର, ଡ୍ରିଲ ମେସିନ, ହାମର, ପ୍ଲାଜମା କଟିଙ୍ଗ ମେସିନ ପରି ଅତ୍ୟାଧୁନିକ ଉପକରଣ ସହ ରେସ୍କ୍ୟୁ ଅପରେସନରେ ସାମିଲ ହେବ।