ଉଦ୍ୟୋଗୀଙ୍କ ତାଲିକାରେ ଅଧିକାଂଶ ଶିଳ୍ପପତି ଆଇଆଇଟି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଭାରତର ଆଇଆଇଟି କଲେଜ୍‌ଗୁଡ଼ିକ କେବଳ ଯେ ସଫଳ ଛାତ୍ରଛାତ୍ରୀ ତିଆରି କରୁଛନ୍ତି ତାହା ନୁହେଁ, ବରଂ ଶିଳ୍ପପତି ତିଆରି କରିବାରେ ମଧ୍ୟ ଆଗରେ ରହିଛନ୍ତି। ମାନେ ଏହି ସଂସ୍ଥାନରୁ ପାଠ ପଢ଼ିଥିବା ଅଧିକାଂଶ ଛାତ୍ରଛାତ୍ରୀ ଏବେ ଶିଳ୍ପପତି। ଆଉ ଏହି ତାଲିକାରେ ଆଇଆଇଟି ଦିଲ୍ଲୀ ସବୁଠାରୁ ଆଗରେ ରହିଛି। ଅର୍ଥାତ୍ ଆଇଆଇଟି ଦିଲ୍ଲୀରୁ ପାଠପଢ଼ିଥିବା ସର୍ବାଧିକ ଛାତ୍ରଛାତ୍ରୀ ଏବେ ନିଜସ୍ୱ ଉଦ୍ୟୋଗରେ ଶିଳ୍ପପତି ହୋଇଛନ୍ତି।।ଆଇଡିଏଫସି ଫାଷ୍ଟ ପ୍ରାଇଭେଟ୍ ଏବଂ ହୁରୁନ ଇଣ୍ଡିଆର ମଲିନିଆ ୨୦୨୪ରେ ଶୀର୍ଷ ୨୦୦ ସ୍ୱଉଦ୍ୟୋଗୀ ଶିଳ୍ପତିଙ୍କ ମଧ୍ୟରୁ ଅଧିକାଂସ ଆଇଆଇଟିଆନ। ଏହି ତାଲିକାରେ ସ୍ଥାନ ପାଇଥିବା ପାଖାପାଖି ଏକ ତୃତୀୟାଂଶ ଉଦ୍ୟୋଗୀ ଆଇଆଇଟି ଗ୍ରାଜୁଏଟ୍। ଏଥିରେ ଦିଲ୍ଲୀ ଆଇଆଇଟି ଛାତ୍ରଛାତ୍ରୀ ଅଧିକ ରହିଛନ୍ତି। ତା ପଛକୁ ଆଇଆଇଟି ବମ୍ବେ, ଆଇଆଇଟି ଖଡ଼ଗପୁର ରହିଛି।  Top Undergraduate InstitutionsRankUniversityNo. of FoundersNotable Founders & Companies1IIT Delhi36Deepinder Goyal, Zomato2IIT Bombay20Bhavish Aggarwal, Ola Electric3IIT Kharagpur19Asish Mohapatra, OfBusiness4IIT Kanpur17Varun Khaitan, Abhiraj Singh Bhal, Urban Company5IIT Madras14Vasant Sridhar, OfBusiness6IIT Roorkee11Harshil Mathur, Shashank Kumar, Razorpay7Delhi Univ

ଉଦ୍ୟୋଗୀଙ୍କ ତାଲିକାରେ ଅଧିକାଂଶ ଶିଳ୍ପପତି ଆଇଆଇଟି ଛାତ୍ରଛାତ୍ରୀ

ନୂଆଦିଲ୍ଲୀଭାରତର ଆଇଆଇଟି କଲେଜ୍‌ଗୁଡ଼ିକ କେବଳ ଯେ ସଫଳ ଛାତ୍ରଛାତ୍ରୀ ତିଆରି କରୁଛନ୍ତି ତାହା ନୁହେଁ, ବରଂ ଶିଳ୍ପପତି ତିଆରି କରିବାରେ ମଧ୍ୟ ଆଗରେ ରହିଛନ୍ତି। ମାନେ ଏହି ସଂସ୍ଥାନରୁ ପାଠ ପଢ଼ିଥିବା ଅଧିକାଂଶ ଛାତ୍ରଛାତ୍ରୀ ଏବେ ଶିଳ୍ପପତି। ଆଉ ଏହି ତାଲିକାରେ ଆଇଆଇଟି ଦିଲ୍ଲୀ ସବୁଠାରୁ ଆଗରେ ରହିଛି। ଅର୍ଥାତ୍ ଆଇଆଇଟି ଦିଲ୍ଲୀରୁ ପାଠପଢ଼ିଥିବା ସର୍ବାଧିକ ଛାତ୍ରଛାତ୍ରୀ ଏବେ ନିଜସ୍ୱ ଉଦ୍ୟୋଗରେ ଶିଳ୍ପପତି ହୋଇଛନ୍ତି।।

ଆଇଡିଏଫସି ଫାଷ୍ଟ ପ୍ରାଇଭେଟ୍ ଏବଂ ହୁରୁନ ଇଣ୍ଡିଆର ମଲିନିଆ ୨୦୨୪ରେ ଶୀର୍ଷ ୨୦୦ ସ୍ୱଉଦ୍ୟୋଗୀ ଶିଳ୍ପତିଙ୍କ ମଧ୍ୟରୁ ଅଧିକାଂସ ଆଇଆଇଟିଆନ। ଏହି ତାଲିକାରେ ସ୍ଥାନ ପାଇଥିବା ପାଖାପାଖି ଏକ ତୃତୀୟାଂଶ ଉଦ୍ୟୋଗୀ ଆଇଆଇଟି ଗ୍ରାଜୁଏଟ୍। ଏଥିରେ ଦିଲ୍ଲୀ ଆଇଆଇଟି ଛାତ୍ରଛାତ୍ରୀ ଅଧିକ ରହିଛନ୍ତି। ତା ପଛକୁ ଆଇଆଇଟି ବମ୍ବେ, ଆଇଆଇଟି ଖଡ଼ଗପୁର ରହିଛି।  

Top Undergraduate Institutions

Rank

University

No. of Founders

Notable Founders & Companies

1

IIT Delhi

36

Deepinder Goyal, Zomato

2

IIT Bombay

20

Bhavish Aggarwal, Ola Electric

3

IIT Kharagpur

19

Asish Mohapatra, OfBusiness

4

IIT Kanpur

17

Varun Khaitan, Abhiraj Singh Bhal, Urban Company

5

IIT Madras

14

Vasant Sridhar, OfBusiness

6

IIT Roorkee

11

Harshil Mathur, Shashank Kumar, Razorpay

7

Delhi University

10

Deep Kalra, MakeMyTrip

8

Delhi College of Engineering

8

Vijay Shekhar Sharma, Paytm

9

Birla Institute of Technology and Science (BITS), Pilani

7

Sriharsha Majety, Swiggy

9

University of Mumbai

7

Varun Dua, Acko General Insurance

ଅଣ୍ଡରଗ୍ରାଜୁଏଟ ସଂସ୍ଥାନରେ ଆଇଆଇଟିର ପ୍ରଭାବ

ଆଇଆଇଟି ଦିଲ୍ଲୀ ଏହି ତାଲିକାର ଶୀର୍ଷରେ ଅଛି। ଏହି ସଂସ୍ଥାନରୁ ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କ ସମେତ ୩୬ ଜଣ ପୂର୍ବତନ ଛାତ୍ର ସ୍ୱ ଉଦ୍ୟୋଗୀ ଶିଳ୍ପତି ତାଲିକାରେ ଅଛନ୍ତି। ଆଇଆଇଟି ବମ୍ବେ ଏବଂ ଆଇଆଇଟି ଖଡ଼ଗପୁର ଯଥାକ୍ରମେ ୨୦ ଏବଂ ୧୯ ପୂର୍ବତନ ଛାତ୍ର ସ୍ୱଉଦ୍ୟୋମୀ ଶିଳ୍ପପତି ହୋଇଛନ୍ତି। 

କାନପୁର, ମାଡ୍ରାସ ଏବଂ ରୁରକି ପରି ଅନ୍ୟାନ୍ୟ ପ୍ରମୁଖ ଆଇଆଇଟି ମଧ୍ୟ ତାଲିକାର ଆଗ ଆଡ଼ୁ ରହିଛନ୍ତି। ଏହି କଲେଜ୍‌ଗୁଡ଼ିକରେ ଭାବିଶ ଅଗ୍ରୱାଲ (ଓଲା ଇଲେକ୍ଟ୍ରିକ୍) ଏବଂ ହର୍ଷିଲ ମାଥୁର (ରାଜୋରପେ) ଭଳି ଶିଳ୍ପପତି ସୃଷ୍ଟି ହୋଇଛନ୍ତି। 

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂ ଶ୍ରେଷ୍ଠ ଅଣ୍ଡରଗ୍ରାଜୁଏଟ ଶିକ୍ଷାନୁଷ୍ଠାନଗୁଡ଼ିକର ତାଲିକାରେ ରହିଛି। ଏହି କଲେଜଗୁଡ଼ିକରୁ ପୂର୍ବତନ ଛାତ୍ରଙ୍କ ମଧ୍ୟରେ MakeMyTripର ଦୀପ କାଲରା ଏବଂ ପେଟିଏମର ବିଜୟ ଶେଖର ଶର୍ମାଙ୍କ ପରି ପ୍ରସିଦ୍ଧ ଶିଳ୍ପପତି ବାହାରିଛନ୍ତି। 

ପିଜି ସଂସ୍ଥାନରେ ଆଇଆଇଏମ୍ ଅହମଦାବାଦ ଶୀର୍ଷରେ

Top Postgraduate Institutions

Rank

University

No. of Founders

Notable Founders & Companies

1

IIM Ahmedabad

16

Deep Kalra, MakeMyTrip

2

Indian School of Business (ISB)

10

Ruchi Kalra, Asish Mohapatra, OfBusiness

3

Harvard Business School

8

Umang Bedi, Dailyhunt

3

IIT Bombay

8

Virendra Gupta, Dailyhunt

5

IIM Calcutta

7

Sriharsha Majety, Swiggy

5

Stanford University

7

Nirmit Parikh, Apna

7

IIM Bangalore

6

Peyush Bansal, Lenskart

8

IIT Madras

5

Swapnil Jain, Ather Energy

8

IIT Delhi

5

Nitin Jain, OfBusiness

8

The Wharton School

5

Kavitha Subramanian, Upstox

ସ୍ନାତକୋତ୍ତର ଅଧ୍ୟୟନ ପାଇଁ, IIM ଅହମ୍ମଦାବାଦ MakeMyTripର ଦୀପ କାଲରାଙ୍କ ସମେତ ୧୬ ଜଣ ଉଦ୍ୟୋଗୀଙ୍କ ସହିତ ଆଗରେ ଅଛି। ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍ (ISB) ର ୧୦ ଜଣ ଉଦ୍ୟୋଗୀ ସହ ଏହା ପଛକୁ ରହିଛି। ଆଇଏସବିରୁ ରୁଚି କାଲରା ଏବଂ ଅଫ୍ ବିଜନେସ୍ ର ଆଶିଷ ମହାପାତ୍ର ପାଠପଢ଼ିଛନ୍ତି। ହାର୍ଭାର୍ଡ ବିଜନେସ୍ ସ୍କୁଲ୍, ଷ୍ଟାନଫୋର୍ଡ ୟୁନିଭରସିଟି ଏବଂ ଦି ୱାର୍ଟନ୍ ସ୍କୁଲ୍ ଭଳି ଆନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ପ୍ରମୁଖ ସ୍ଥାନରେ ଅଛନ୍ତି।