ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଵତନ୍ତ୍ର ମହିଳା ଗ୍ରାମ ସଭା।
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ କାର୍ଯ୍ୟ କରୁଥିବା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକର ମହିଳାଙ୍କୁ ନେଇ ଦୁଇଟି ସ୍ଥାନରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ବ୍ଲକର ସାରଙ୍ଗଗଡ଼ ପଞ୍ଚାୟତର ଦାସିଗୁଡା ଓ ସାଇନ୍ ପଡା ପଞ୍ଚାୟତର ପାଦେରିପଡା ଠାରେ ଜୀବିକା ସୁରକ୍ଷା ମଞ୍ଚ ଆୟୋଜନ କରିଥିଲା।ଏହି ଅବସରରେ ସଂଗଠନର କର୍ମକର୍ତ୍ତା ମହିଳା ଗଣ ଏକାଠି ହୋଇ ବିଭିନ୍ନ ଗ୍ରାମକୁ ସ୍ଵଚ୍ଛ […] The post ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଵତନ୍ତ୍ର ମହିଳା ଗ୍ରାମ ସଭା। appeared first on Odisha.News.
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ କାର୍ଯ୍ୟ କରୁଥିବା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକର ମହିଳାଙ୍କୁ ନେଇ ଦୁଇଟି ସ୍ଥାନରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ବ୍ଲକର ସାରଙ୍ଗଗଡ଼ ପଞ୍ଚାୟତର ଦାସିଗୁଡା ଓ ସାଇନ୍ ପଡା ପଞ୍ଚାୟତର ପାଦେରିପଡା ଠାରେ ଜୀବିକା ସୁରକ୍ଷା ମଞ୍ଚ ଆୟୋଜନ କରିଥିଲା।ଏହି ଅବସରରେ ସଂଗଠନର କର୍ମକର୍ତ୍ତା ମହିଳା ଗଣ ଏକାଠି ହୋଇ ବିଭିନ୍ନ ଗ୍ରାମକୁ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ, ଗାଁ ଗୁଡ଼ିକରେ ଥିବା ନଳ କୂପ ମାନଙ୍କରେ ଗ୍ରୀଷ୍ମ ପ୍ରବାହରେ ପାନୀୟ ଜଳ ସଂଙ୍କଟର ସ୍ଥାୟୀ ସମାଧାନ, ବିଦ୍ୟାଳୟ ଓ ଅଙ୍ଗନବାଡି ଗୁଡ଼ିକରେ ଶୌଚାଳୟ ନିର୍ମାଣ ଓ ମରାମତି ଏବଂ ଗମନାଗମନ ସମସ୍ୟାର ସମ୍ମୁଖିନ ହେଉଥିବା ଭଳି ଦାବି ଗୁଡ଼ିକ ମହିଳା ମାନେ ଉପସ୍ଥାପନ କରି ଲିପିବଦ୍ଧ କରି ଥିଲେ। ଉକ୍ତ ଦାବିଗୁଡିକୁ ସଂଗଠନ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଜିଲ୍ଲା ପାଳ ଓ ମୂଖ୍ୟ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବା ନେଇ ଜଣାପଡିଛି।ଏହି କାର୍ଯ୍ୟକ୍ରମ ଦୁଇଟିରେ ବ୍ଲକ ଜୀବିକା ସୁରକ୍ଷା ମଞ୍ଚ ସଂଯୋଜକ ସିଦ୍ଧେଶ୍ୱର ନାୟକ ଓ ରାଜ୍ୟ ଶାଖା ପରିଚାଳକ ମାନ ସୌରଭ ବେହେରାଙ୍କ ନେତୃତ୍ବରେ ଜନ ସାଥୀ ଲଛମା ବିଷୋୟୀ,ସଦସ୍ୟ ଦିଲ୍ଲୀପ ପୂଜାରୀ,ରାଜୀବ ପ୍ରଧାନ,ଶିବ ଶଙ୍କର ମଲ୍ଲିକ, ଅଙ୍ଗନବାଡି କୁମାରୀ ଦିଗାଲ,ସାନନ୍ଦ ଦିଗାଲ,ରବିନ୍ଦ୍ର ଦିଗାଲ ସହିତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
The post ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଵତନ୍ତ୍ର ମହିଳା ଗ୍ରାମ ସଭା। appeared first on Odisha.News.