ଗଞ୍ଜେଇ ସହ ବନ୍ଧୁକ ଜବତ, ୨ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ମଧ୍ୟାହ୍ନରେ ବେଆଇନ୍ ଭାବେ ଚାଲାଣ ହେଉଥ‌ିବା ୫୦ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ସୋନପୁର ଅବକାରୀ ବିଭାଗ। ଏକ କାରରେ ସୋନପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ସୋନପୁର- ବରଗଡ ରାସ୍ତା ର ମହାଦେବପାଲି ଠାରେ ଉକ୍ତ ସମୟରେ ଆସୁଥିବା ଏକ ଟାଟା ଇଣ୍ଡିଗୋ ଗାଡି ନଂ ଓଡି୧୪ଇ ୮୯୭୮ କାରକୁ ଅଟକାଇ ଯାଞ୍ଚ କରାଯିବାରୁ […] The post ଗଞ୍ଜେଇ ସହ ବନ୍ଧୁକ ଜବତ, ୨ ଗିରଫ appeared first on Odisha.News.

ଗଞ୍ଜେଇ ସହ ବନ୍ଧୁକ ଜବତ, ୨ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ମଧ୍ୟାହ୍ନରେ ବେଆଇନ୍ ଭାବେ ଚାଲାଣ ହେଉଥ‌ିବା ୫୦ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ସୋନପୁର ଅବକାରୀ ବିଭାଗ। ଏକ କାରରେ ସୋନପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ସୋନପୁର- ବରଗଡ ରାସ୍ତା ର ମହାଦେବପାଲି ଠାରେ ଉକ୍ତ ସମୟରେ ଆସୁଥିବା ଏକ ଟାଟା ଇଣ୍ଡିଗୋ ଗାଡି ନଂ ଓଡି୧୪ଇ ୮୯୭୮ କାରକୁ ଅଟକାଇ ଯାଞ୍ଚ କରାଯିବାରୁ ଉକ୍ତ କାରରୁ ୫୦ କେଜି ଗଞ୍ଜେଇ ବାହାରିଥିଲା। କାରରେ ଥ‌ିବା ବୌଦ୍ଧ ଜିଲ୍ଲା ମକୁନ୍ଦପୁର ଗାଁ ର ଚନ୍ଦ୍ରକାନ୍ତ ପଧାନ (୨୨) ଓ ଅରବିନ୍ଦ ଦେହୁରୀ (୨୪) ଙ୍କ ପାଖରୁ ଏକ ବନ୍ଧୁକ ଓ ୬ ରାଉଣ୍ଡ ଗୁଳି ମିଳିଥିବା ବେଳେ ତାଙ୍କୁ ଅବକାରୀ ବିଭାଗ ଅଟକ ରଖିଥିଲେ। ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଉକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଅବକାରୀ ଅଧୀକ୍ଷକ ପ୍ରବୀର ସାମଲ ସୁଚନା ଦେଇଛନ୍ତି। ଶ୍ରୀ ସାମଲଙ୍କ ନିର୍ଦ୍ଦେଶରେ ଏହି ଚଢଉରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା ଓ ବିଭାଗୀୟ ଅଧିକାରୀ ପ୍ରମୁଖ ସାମିଲ ଥିଲେ।

The post ଗଞ୍ଜେଇ ସହ ବନ୍ଧୁକ ଜବତ, ୨ ଗିରଫ appeared first on Odisha.News.