IMDB List: ଟପ୍ ୧୦ ପପୁଲାର ଇଣ୍ଡିଆନ ଷ୍ଟାର ଲିଷ୍ଟ ଜାରି ; ଶୀର୍ଷରେ ତୃପ୍ତି ଡିମ୍ରି, ପଛରେ ରହିଲେ ଶାହରୁଖ-ଦୀପିକା

ମୁମ୍ଵାଇ ୦୬।୧୨; ପ୍ରତିବର୍ଷ IMDB ସବୁଠାରୁ ଲୋକପ୍ରିୟ ତାରକା ତାଲିକା ପ୍ରକାଶ ପାଏ।  ଏଥର ବର୍ଷର ସବୁଠାରୁ ଲୋକପ୍ରିୟ ତାରକାଙ୍କ ତାଲିକା ମଧ୍ୟ ବାହାରିଛି। କିନ୍ତୁ ଏଥର ଶାହାରୁଖ ଖାନ, ଦୀପିକା ପାଦୁକୋନ କିମ୍ବା ଆଲିଆ ଭଟ୍ଟଙ୍କ ଭଳି ତାରକାଙ୍କ ନାମ ତାଲିକାର ଶୀର୍ଷରେ ନାହିଁ। ତେବେ ନମ୍ବର ୧ ରେ କିଏ ଅଛନ୍ତି? ରଣବୀର କପୁରଙ୍କ ଫିଲ୍ମ ଆନିମଲ ମାଧ୍ୟମରେ ଲାଇମଲାଇଟକୁ ଆସିଥିବା ଅଭିନେତ୍ରୀ ତୃପ୍ତି ଡିମ୍ରି ୧ ନମ୍ବରରେ ଅଛନ୍ତି।IMDB ଦ୍ଵାରା ପ୍ରକାଶିତ ତାଲିକା ଅନୁଯାୟୀ ଅଭିନେତ୍ରୀ ତୃପ୍ତି ଡିମ୍ରି ବଲିଉଡର କିଛି ବଡ ନାମକୁ ପଛରେ ପକାଇ ୨୦୨୪ର ସବୁଠାରୁ ଲୋକପ୍ରିୟ ଭାରତୀୟ ଅଭିନେତ୍ରୀ ହୋଇପାରିଛନ୍ତି। ଏହି ର଼୍ୟାଙ୍କିଙ୍ଗରେ ତୃପ୍ତି ଶୀର୍ଷ ସ୍ଥାନ ହାସଲ କରିଛି । ତୃପ୍ତି ଏଥିପାଇଁ ଦର୍ଶକ ଏବଂ ପ୍ରଶଂସକଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି। IMDB ଗୁରୁବାର ଶ୍ରେଷ୍ଠ ୧୦ଟି ଲୋକପ୍ରିୟ ତାରକାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା I ପ୍ରତି ମାସରେ ୨୫୦ ମିଲିୟନରୁ ଅଧିକ ପେଜରିଭ୍ୟୁ ଏବଂ ପରିଦର୍ଶକ ଉପରେ ଆଧାରିତ ଥିଲା । IMDB ଲିଷ୍ଟର ରେଟିଂଆଇଏମଡିବି ତାଲିକାରେ ତୃପ୍ତି ଡିମ୍ରି ଏକ ନମ୍ବରରେ, ଦୀପିକା ପାଦୁକୋନ ଦ୍ୱିତୀୟରେ, ତୃତୀୟରେ ଇଶାନ ଖଟ୍ଟର, ଚତୁର୍ଥରେ ଶାହାରୁଖ ଖାନ, ପଞ୍ଚମ ସ୍ଥାନରେ ଶୋଭିତା ଧୁଲିପାଲା, ଷଷ୍ଠରେ ଶରଭରୀ ୱାଗ, ସପ୍ତମ ସ୍ଥାନରେ ଐଶ୍ୱର୍ଯ୍ୟା ରାୟ, ଅଷ୍ଟମ ସ୍ଥାନରେ ସାମନ୍ଥା ରୁଥ 

IMDB List: ଟପ୍ ୧୦ ପପୁଲାର ଇଣ୍ଡିଆନ ଷ୍ଟାର ଲିଷ୍ଟ ଜାରି ; ଶୀର୍ଷରେ ତୃପ୍ତି ଡିମ୍ରି, ପଛରେ ରହିଲେ ଶାହରୁଖ-ଦୀପିକା

ମୁମ୍ଵାଇ ୦୬।୧୨; ପ୍ରତିବର୍ଷ IMDB ସବୁଠାରୁ ଲୋକପ୍ରିୟ ତାରକା ତାଲିକା ପ୍ରକାଶ ପାଏ।  ଏଥର ବର୍ଷର ସବୁଠାରୁ ଲୋକପ୍ରିୟ ତାରକାଙ୍କ ତାଲିକା ମଧ୍ୟ ବାହାରିଛି। କିନ୍ତୁ ଏଥର ଶାହାରୁଖ ଖାନ, ଦୀପିକା ପାଦୁକୋନ କିମ୍ବା ଆଲିଆ ଭଟ୍ଟଙ୍କ ଭଳି ତାରକାଙ୍କ ନାମ ତାଲିକାର ଶୀର୍ଷରେ ନାହିଁ। ତେବେ ନମ୍ବର ୧ ରେ କିଏ ଅଛନ୍ତି? ରଣବୀର କପୁରଙ୍କ ଫିଲ୍ମ ଆନିମଲ ମାଧ୍ୟମରେ ଲାଇମଲାଇଟକୁ ଆସିଥିବା ଅଭିନେତ୍ରୀ ତୃପ୍ତି ଡିମ୍ରି ୧ ନମ୍ବରରେ ଅଛନ୍ତି।

IMDB ଦ୍ଵାରା ପ୍ରକାଶିତ ତାଲିକା ଅନୁଯାୟୀ ଅଭିନେତ୍ରୀ ତୃପ୍ତି ଡିମ୍ରି ବଲିଉଡର କିଛି ବଡ ନାମକୁ ପଛରେ ପକାଇ ୨୦୨୪ର ସବୁଠାରୁ ଲୋକପ୍ରିୟ ଭାରତୀୟ ଅଭିନେତ୍ରୀ ହୋଇପାରିଛନ୍ତି। ଏହି ର଼୍ୟାଙ୍କିଙ୍ଗରେ ତୃପ୍ତି ଶୀର୍ଷ ସ୍ଥାନ ହାସଲ କରିଛି । ତୃପ୍ତି ଏଥିପାଇଁ ଦର୍ଶକ ଏବଂ ପ୍ରଶଂସକଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି। IMDB ଗୁରୁବାର ଶ୍ରେଷ୍ଠ ୧୦ଟି ଲୋକପ୍ରିୟ ତାରକାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା I ପ୍ରତି ମାସରେ ୨୫୦ ମିଲିୟନରୁ ଅଧିକ ପେଜରିଭ୍ୟୁ ଏବଂ ପରିଦର୍ଶକ ଉପରେ ଆଧାରିତ ଥିଲା । 

IMDB ଲିଷ୍ଟର ରେଟିଂ

ଆଇଏମଡିବି ତାଲିକାରେ ତୃପ୍ତି ଡିମ୍ରି ଏକ ନମ୍ବରରେ, ଦୀପିକା ପାଦୁକୋନ ଦ୍ୱିତୀୟରେ, ତୃତୀୟରେ ଇଶାନ ଖଟ୍ଟର, ଚତୁର୍ଥରେ ଶାହାରୁଖ ଖାନ, ପଞ୍ଚମ ସ୍ଥାନରେ ଶୋଭିତା ଧୁଲିପାଲା, ଷଷ୍ଠରେ ଶରଭରୀ ୱାଗ, ସପ୍ତମ ସ୍ଥାନରେ ଐଶ୍ୱର୍ଯ୍ୟା ରାୟ, ଅଷ୍ଟମ ସ୍ଥାନରେ ସାମନ୍ଥା ରୁଥ ପ୍ରଭୃ, ଆଲିଆ ଭଟ୍ଟ ନବମରେ ଏବଂ ପ୍ରଭାସଙ୍କ ନାମ ଦଶମ ସ୍ଥାନରେ ସାମିଲ।

ଏହି ସଫଳତା ପାଇଁ ତୃପ୍ତି ଧନ୍ୟବାଦ କରି କହିଛନ୍ତି, “ତାଲିକାରେ ୧ନମ୍ବରରେ ରହିବା ପ୍ରକୃତରେ ଗୌରବର ବିଷୟ। ଏସବୁ ମୋର ପ୍ରଶଂସକଙ୍କ ପ୍ରେମ, ସମର୍ଥନ ଏବଂ ସମସ୍ତଙ୍କ କଠିନ ପରିଶ୍ରମର ପ୍ରମାଣ। ଯାହାଙ୍କ ସହ ମୋର କାମ କରିବାର ସୌଭାଗ୍ୟ ଅଛି। ”