IMF ନିକଟରୁ ୨୫ ବର୍ଷରେ ୨୨ ବିଲିୟନ ଡଲାର ଆଣିଛି ପାକ୍; କିନ୍ତୁ ଡିଫେନ୍ସରେ ଖର୍ଚ୍ଚ କରିଛି ୧୮୫ ବିଲିୟନ ଡଲାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ ୨.୩ ବିଲିୟନ ଡଲାରର ପ୍ୟାକେଜ୍ ମଞ୍ଜୁର କରିଛି । ଏଥିମଧ୍ୟରୁ, ୧ ବିଲିୟନ ଡଲାର ପ୍ରଥମେ ଦିଆଯିବ ଓ ପରେ RSF ମାଧ୍ୟମରେ ୧.୩ ବିଲିୟନ ଡଲାର ଆସିବ । ଆତଙ୍କବାଦକୁ ସମର୍ଥନ କରିଆସୁଥିବା ପାକିସ୍ତାନର ପ୍ୟାକେଜରେ ଭୋଟ୍ ନଦେବାକୁ ଭାରତ ସ୍ଥିର କରିଥିଲା । ଦେବାଳିଆ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଅଧିକାଂଶ ସମୟରେ ଆଇଏମଏଫଠୁ ଋଣ ନେଇଥାଏ । ଆର୍ଥିକ ଦୁର୍ଦ୍ଦଶା, ଦୁର୍ବଳ ବୈଦେଶିକ ମୁଦ୍ରା ଭଣ୍ଡାର ଓ ଦାୟିତ୍ବ ପୂରଣ କରିବାରେ ଅକ୍ଷମତା ଦର୍ଶାଇ ପଡ଼ୋଶୀ ଦେଶ ବାରମ୍ବାର ଋଣ ମାଗିଥାଏ ।ସେପଟେ ଦେଖିବାକୁ ଗଲେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ସବୁବେଳେ ଉର୍ଦ୍ଧ୍ବରେ ରହିଆସିଛି । ୧୯୯୯ରୁ ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନ ଆଇଏମଏଫ୍ ପାଖରୁ  ୨୨ ବିଲିୟନ ଡଲାରରୁ ଅଧିକ ଋଣ ଆଣିଛି । ଏହି ପାଣ୍ଠି ଦେଶର ସଂଘର୍ଷପୂର୍ଣ୍ଣ ଅର୍ଥନୀତିକୁ ସ୍ଥିର କରିବା ପାଇଁ ଦିଏ ଆଇଏମଏଫ । କିନ୍ତୁ ଏହି ସମୟ ମଧ୍ୟରେ  ପାକିସ୍ତାନ ନିଜର ପ୍ରତିରକ୍ଷା ଶକ୍ତି ବଢ଼ାଇଛି । ପଡ଼ୋଶୀ ଦେଶ ୧୮୦ ବିଲିୟନ୍ ଡଲାରରୁ ଅଧିକ ଖର୍ଚ୍ଚ କରିଛି ।ପ୍ରତିବର୍ଷ IMF ପାଣ୍ଠି ଅପେକ୍ଷା ୫ରୁ ୧୦ଗୁଣ ଅଧିକ ପ୍ରତିରକ୍ଷା ବଜେଟ୍ ଲାଗି ଖର୍ଚ୍ଚ କରୁଛି ପାକିସ୍ତାନ । ଉଦାହରଣ ସ୍ୱରୂପ, ୧୯୯୯ ମସିହାରେ, ପାକିସ୍ତାନ IMF ଠାରୁ ପ୍ରାୟ ୬୧୧ ନିୟୁତ ଡଲାର ପାଇଥିଲା । କିନ୍ତୁ ପ୍ରତିରକ୍ଷା ପାଇଁ ୩.୦୮ ବିଲିୟନ ଡଲାର

IMF ନିକଟରୁ ୨୫ ବର୍ଷରେ ୨୨ ବିଲିୟନ ଡଲାର ଆଣିଛି ପାକ୍; କିନ୍ତୁ ଡିଫେନ୍ସରେ ଖର୍ଚ୍ଚ କରିଛି ୧୮୫ ବିଲିୟନ ଡଲାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ ୨.୩ ବିଲିୟନ ଡଲାରର ପ୍ୟାକେଜ୍ ମଞ୍ଜୁର କରିଛି । ଏଥିମଧ୍ୟରୁ, ୧ ବିଲିୟନ ଡଲାର ପ୍ରଥମେ ଦିଆଯିବ ଓ ପରେ RSF ମାଧ୍ୟମରେ ୧.୩ ବିଲିୟନ ଡଲାର ଆସିବ । ଆତଙ୍କବାଦକୁ ସମର୍ଥନ କରିଆସୁଥିବା ପାକିସ୍ତାନର ପ୍ୟାକେଜରେ ଭୋଟ୍ ନଦେବାକୁ ଭାରତ ସ୍ଥିର କରିଥିଲା । ଦେବାଳିଆ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଅଧିକାଂଶ ସମୟରେ ଆଇଏମଏଫଠୁ ଋଣ ନେଇଥାଏ । ଆର୍ଥିକ ଦୁର୍ଦ୍ଦଶା, ଦୁର୍ବଳ ବୈଦେଶିକ ମୁଦ୍ରା ଭଣ୍ଡାର ଓ ଦାୟିତ୍ବ ପୂରଣ କରିବାରେ ଅକ୍ଷମତା ଦର୍ଶାଇ ପଡ଼ୋଶୀ ଦେଶ ବାରମ୍ବାର ଋଣ ମାଗିଥାଏ ।

ସେପଟେ ଦେଖିବାକୁ ଗଲେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ସବୁବେଳେ ଉର୍ଦ୍ଧ୍ବରେ ରହିଆସିଛି । ୧୯୯୯ରୁ ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନ ଆଇଏମଏଫ୍ ପାଖରୁ  ୨୨ ବିଲିୟନ ଡଲାରରୁ ଅଧିକ ଋଣ ଆଣିଛି । ଏହି ପାଣ୍ଠି ଦେଶର ସଂଘର୍ଷପୂର୍ଣ୍ଣ ଅର୍ଥନୀତିକୁ ସ୍ଥିର କରିବା ପାଇଁ ଦିଏ ଆଇଏମଏଫ । କିନ୍ତୁ ଏହି ସମୟ ମଧ୍ୟରେ  ପାକିସ୍ତାନ ନିଜର ପ୍ରତିରକ୍ଷା ଶକ୍ତି ବଢ଼ାଇଛି । ପଡ଼ୋଶୀ ଦେଶ ୧୮୦ ବିଲିୟନ୍ ଡଲାରରୁ ଅଧିକ ଖର୍ଚ୍ଚ କରିଛି ।

ପ୍ରତିବର୍ଷ IMF ପାଣ୍ଠି ଅପେକ୍ଷା ୫ରୁ ୧୦ଗୁଣ ଅଧିକ ପ୍ରତିରକ୍ଷା ବଜେଟ୍ ଲାଗି ଖର୍ଚ୍ଚ କରୁଛି ପାକିସ୍ତାନ । ଉଦାହରଣ ସ୍ୱରୂପ, ୧୯୯୯ ମସିହାରେ, ପାକିସ୍ତାନ IMF ଠାରୁ ପ୍ରାୟ ୬୧୧ ନିୟୁତ ଡଲାର ପାଇଥିଲା । କିନ୍ତୁ ପ୍ରତିରକ୍ଷା ପାଇଁ ୩.୦୮ ବିଲିୟନ ଡଲାର ଖର୍ଚ୍ଚ କରିଥିଲା । ବର୍ଷ ବର୍ଷ ଏହି ଧାରା ଜାରି ରଖିଛି ପାକିସ୍ତାନ । ଯେତେ ଅଧିକ ସହାୟତା ଆସେ, ସେତେ ଅଧିକ ସାମରିକ ଶକ୍ତି ପାଇଁ ଖର୍ଚ୍ଚ କରିଥାଏ ପାକିସ୍ତାନ  । ୨୦୨୩ରେ ପାକିସ୍ତାନକୁ ଆଇଏମଏଫ ୧.୨ ବିଲିୟନ ଡଲାର ଦେଇଥିଲା । ହେଲେ ସେହି ବର୍ଷ ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ୮.୫୨ ବିଲିୟନ ଡଲାର ଥିଲା । ଯାହା ଆଇଏମଏଫ ସହାୟତାର ପ୍ରାୟ ସାତ ଗୁଣ ଅଧିକ । 

୨୦୨୧ରେ, ଆଇଏମଏଫ ପାକିସ୍ତାନକୁ ଟିକସ ବୃଦ୍ଧି ଓ ଶକ୍ତି ସବସିଡି ହ୍ରାସ କରିବାକୁ କହିଥିଲା। ଏହା ବଦଳରେ, ଦେଶ ଏହାର ପ୍ରତିରକ୍ଷା ବଜେଟ୍ ୧୧.୮୪ ବିଲିୟନ ଡଲାରକୁ ବୃଦ୍ଧି କରିଥିଲା । ଅର୍ଥାଭାବରୁ ଲୋକେ ଡହଳ ବିକଳ ହେଉଥିବା ବେଳେ ଦେଶର ପ୍ରତିରକ୍ଷା ବଜେଟ୍‌ରେ ହାତ ମାରିନାହାନ୍ତି ପାକିସ୍ତାନ ସରକାର । ଯେକୌଣସି ବି ସ୍ଥିତିରେ ପାକିସ୍ତାନ ସରକାର ଦେଶର ପ୍ରତିରକ୍ଷା ବଜେଟକୁ ବଢ଼ାଇଛନ୍ତି । ୧୫ ବର୍ଷର ପ୍ୟାଟର୍ଣ୍ଣକୁ ଦେଖିଲେ ଆଇଏମଏଫ ସହାୟତା ମିଳୁ ବା ନମିଳୁ ପାକିସ୍ତାନ କିନ୍ତୁ ନିଜ ରକ୍ଷା ବଜେଟ୍‌ରେ କୌଣସି ସାଲିସ୍ କରିନାହିଁ । ୨୦୦୫, ୦୬ ଓ ୦୭ରେ ପାକିସ୍ତାନକୁ ଆଇଏମଏଫ୍ ପାଖରୁ କିଛି ଅର୍ଥ ମିଳିନଥିଲା । ଏହା ସତ୍ତ୍ୱେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ଯଥାକ୍ରମେ ୪.୫୯ ବିଲିୟନ୍ ଡଲାର, ୪.୯୭ ବିଲିୟନ ଡଲାର ଏବଂ ୫.୩୪ ବିଲିୟନ୍ ଡଲାର ଥିଲା ।