IND vs AUS: ସ୍ମିଥ-କେରିଙ୍କ ଅର୍ଦ୍ଧଶତକୀୟ ଇନିଂସ, ସେମିରେ ୨୬୪ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍

ଦୁବାଇ: ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯାଉଛି। ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଅଧିନାୟକ ଷ୍ଟିଭ ସ୍ମିଥ ୭୩ ରନର ଇନିଂସ ଖେଳିଥିବା ବେଳେ ଆଲେକ୍ସ କେରି ୬୧ ରନ ଯୋଗଦାନ ଦେଇଛନ୍ତି। ଫାଇନାଲ୍‌ରେ ପହଞ୍ଚିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୬୫ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ସଫଳତା ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ବରୁଣ ଚକ୍ରବର୍ତ୍ତୀ  ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ତୃତୀୟ ଓଭରରେ ଝଟକା ଲାଗିଥିଲା। କୁପର କୋନୋଲି ଖାତା ଖୋଲି ପାରି ନ ଥିଲେ।  ଟ୍ରେଭିସ ହେଡ୍ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ବଡ ସଟ୍ ଖେଳିଥିଲେ। ହେଡ୍ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡ଼ିଥିଲେ। ୫୪ ରନ ସ୍କୋରରେ ହେଡ୍‌ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। ହେଡ୍ ୩୩ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ। ହେଡ୍‌ ଆଉଟ୍ ପରେ ସ୍ମିଥ ଓ ମାର୍ନସ ଲାବୁସେନ ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ରନ ଗତି ବଜାୟ ରଖି ତୃ

IND vs AUS: ସ୍ମିଥ-କେରିଙ୍କ ଅର୍ଦ୍ଧଶତକୀୟ ଇନିଂସ,  ସେମିରେ ୨୬୪ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍

ଦୁବାଇ: ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯାଉଛି। ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଅଧିନାୟକ ଷ୍ଟିଭ ସ୍ମିଥ ୭୩ ରନର ଇନିଂସ ଖେଳିଥିବା ବେଳେ ଆଲେକ୍ସ କେରି ୬୧ ରନ ଯୋଗଦାନ ଦେଇଛନ୍ତି। ଫାଇନାଲ୍‌ରେ ପହଞ୍ଚିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୬୫ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ସଫଳତା ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ବରୁଣ ଚକ୍ରବର୍ତ୍ତୀ  ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ତୃତୀୟ ଓଭରରେ ଝଟକା ଲାଗିଥିଲା। କୁପର କୋନୋଲି ଖାତା ଖୋଲି ପାରି ନ ଥିଲେ।  ଟ୍ରେଭିସ ହେଡ୍ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ବଡ ସଟ୍ ଖେଳିଥିଲେ। ହେଡ୍ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡ଼ିଥିଲେ। ୫୪ ରନ ସ୍କୋରରେ ହେଡ୍‌ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। ହେଡ୍ ୩୩ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ। 

ହେଡ୍‌ ଆଉଟ୍ ପରେ ସ୍ମିଥ ଓ ମାର୍ନସ ଲାବୁସେନ ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ରନ ଗତି ବଜାୟ ରଖି ତୃତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ଲାବୁସେନ ୨୯ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଜୋସ୍ ଇଙ୍ଗ୍ଲିଶ(୧୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଏହା ପରେ ସ୍ମିଥ ଓ ଆଲେକ୍ସ କେରି ପଞ୍ଚମ ଓ୍ଵିକେଟ୍‌ରେ ୫୪ ରନ ଯୋଡ଼ି ଦଳର ସ୍କୋରକୁ ୧୯୮ ରନରେ ପହଞ୍ଚାଇଥିଲେ। 

ସ୍ମିଥଙ୍କୁ କ୍ଲିନ ବୋଲ୍ଡ କରି ମହମ୍ମଦ ଶାମି ଭାରତକୁ ବଡ଼ ସଫଳତା ଦେଇଥିଲେ। କଙ୍ଗାରୁ ଅଧିନାୟକ ୭୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ନିମ୍ନକ୍ରମରେ ଓ୍ଵିକେଟ୍ କିପର ବ୍ୟାଟର ଆଲେକ୍ସ କେରି ଦମଦାର ବ୍ୟାଟିଂ କରିଥିଲେ। ସେ ୫୭ ବଲ୍‌ରୁ ୮ ଚୌକା ଓ ୧ ଛକା ସହ ୬୧ ରନ କରିଥିଲେ। ବେନ ଦ୍ଵରାସିସ୍ ୧୯ ରନର ଛୋଟ ଇନିଂସ ଖେଳିଥିଲେ। ଶେଷରେ ଅଷ୍ଟ୍ରେଲିଆ ୨୬୪ ରନରେ ଅଲଆଉଟ୍ ହୋଇଛି। 

ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୧୦ ଓଭରରେ ୪୮ ରନ ଦେଇ ୩ଟି ସଫଳତା ପାଇଛନ୍ତି। ରବୀନ୍ଦ୍ର ଜାଡ଼େଜା ୪୦ ରନରେ ୨ଟି ଓ ବରୁଣ ଚକ୍ରବର୍ତ୍ତୀ ୪୯ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅକ୍ଷର ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।