IND vs PAK: ଟସ୍ ହାରି ଟିମ୍ ଇଣ୍ଡିଆର ବିଶ୍ୱରେକର୍ଡ, ପାକିସ୍ତାନ କରୁଛି ବ୍ୟାଟିଂ
ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍ ଲାଗି ପାକିସ୍ତାନରେ ଗୋଟିଏ ପରିବର୍ତ୍ତନ ହୋଇଛି। ଫଖର ଜମାନଙ୍କ ସ୍ଥାନରେ ଇମାମ ଉଲ୍ ହକଙ୍କୁ ସୁଯୋଗ ମିଳିଛି। ଅପରପକ୍ଷେ ଭାରତୀୟ ଟିମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଟସ୍ ହାରି ବିଶ୍ୱରେକର୍ଡ କରିଛି। ଦିନିକିଆରେ ଭାରତ ପ୍ରଥମ ଟିମ୍ ଭାବେ ଲଗାତାର ଭାବେ […] The post IND vs PAK: ଟସ୍ ହାରି ଟିମ୍ ଇଣ୍ଡିଆର ବିଶ୍ୱରେକର୍ଡ, ପାକିସ୍ତାନ କରୁଛି ବ୍ୟାଟିଂ appeared first on Dharitri Odia News.
ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍ ଲାଗି ପାକିସ୍ତାନରେ ଗୋଟିଏ ପରିବର୍ତ୍ତନ ହୋଇଛି। ଫଖର ଜମାନଙ୍କ ସ୍ଥାନରେ ଇମାମ ଉଲ୍ ହକଙ୍କୁ ସୁଯୋଗ ମିଳିଛି। ଅପରପକ୍ଷେ ଭାରତୀୟ ଟିମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ।
ତେବେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଟସ୍ ହାରି ବିଶ୍ୱରେକର୍ଡ କରିଛି। ଦିନିକିଆରେ ଭାରତ ପ୍ରଥମ ଟିମ୍ ଭାବେ ଲଗାତାର ଭାବେ ୧୨ ଟସ୍ରେ ପରାଜିତ ହୋଇଛି।
ପାକିସ୍ତାନର ଟିମ୍:
ଇମାମ ଉଲ୍ ହକ୍, ବାବର ଆଜମ୍, ସୌଦ ଶକିଲ, ମହମ୍ମଦ ରିଜୱାନ୍, ସଲମାନ ଆଗା, ତୈୟବ ତାହିର, ଖୁସଦିନ ଶାହ, ଶାହିନ ଆଫ୍ରିଦି, ନସିମ ଶାହ, ହାରିସ ରୌଫ ଏବଂ ଅବ୍ରାର ଅହମ୍ମଦ
ଭାରତର ଟିମ୍:
ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ ଏବଂ ମହମ୍ମଦ ଶାମି
The post IND vs PAK: ଟସ୍ ହାରି ଟିମ୍ ଇଣ୍ଡିଆର ବିଶ୍ୱରେକର୍ଡ, ପାକିସ୍ତାନ କରୁଛି ବ୍ୟାଟିଂ appeared first on Dharitri Odia News.