Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ…
ନୂଆଦିଲ୍ଲୀ,୨୯।୧ : ପରିବର୍ତ୍ତିିତ ଜୀବନ ଶୈଳୀ ଯୋଗୁ ଅଧିକାରୀଙ୍କ ମଧ୍ୟରେ ଶାରୀରିକ ମାନ ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ନୂତନ ଫିଟନେସ ନୀତି ଆପଣେଇଛି। ଏହି ନୂତନ ନୀତି ଅନୁଯାୟୀ ସାମରିକ ଅଧିକାରୀମାନଙ୍କୁ ଏକ ନୂତନ ପରୀକ୍ଷା ଦେବାକୁ ପଡିବ। ଏଥିରେ ସେନା ଅଧିକାରୀ ଯେଉଁମାନେ ନୂତନ ମାନଦଣ୍ଡ ପୂରଣ କରୁନାହାନ୍ତି ସେମାନଙ୍କୁ ଉନ୍ନତି ପାଇଁ ୩୦ ଦିନ ସମୟ ଦିଆଯିବ ଏବଂ ଯଦି ଏହି ସମୟ ମଧ୍ୟରେ ସେମାନଙ୍କର ଶାରୀରିକ ସୁସ୍ଥତା କ୍ଷେତ୍ରରେ […] The post Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ… appeared first on Dharitri Odia News.
ନୂଆଦିଲ୍ଲୀ,୨୯।୧ : ପରିବର୍ତ୍ତିିତ ଜୀବନ ଶୈଳୀ ଯୋଗୁ ଅଧିକାରୀଙ୍କ ମଧ୍ୟରେ ଶାରୀରିକ ମାନ ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ନୂତନ ଫିଟନେସ ନୀତି ଆପଣେଇଛି। ଏହି ନୂତନ ନୀତି ଅନୁଯାୟୀ ସାମରିକ ଅଧିକାରୀମାନଙ୍କୁ ଏକ ନୂତନ ପରୀକ୍ଷା ଦେବାକୁ ପଡିବ। ଏଥିରେ ସେନା ଅଧିକାରୀ ଯେଉଁମାନେ ନୂତନ ମାନଦଣ୍ଡ ପୂରଣ କରୁନାହାନ୍ତି ସେମାନଙ୍କୁ ଉନ୍ନତି ପାଇଁ ୩୦ ଦିନ ସମୟ ଦିଆଯିବ ଏବଂ ଯଦି ଏହି ସମୟ ମଧ୍ୟରେ ସେମାନଙ୍କର ଶାରୀରିକ ସୁସ୍ଥତା କ୍ଷେତ୍ରରେ କୌଣସି ଉନ୍ନତି ନ ହୁଏ, ତେବେ ସେମାନଙ୍କ ଛୁଟି ହ୍ରାସ ଭଳି ପଦକ୍ଷେପ ନିଆଯାଇପାରେ । ସେନାରେ ମେଦବହୁଳଙ୍କ ସଂଖ୍ୟା ବଢୁଥିବାରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନୂତନ ନିୟମ ଅନୁଯାୟୀ ପ୍ରତ୍ୟେକ ସୈନିକଙ୍କୁ ଆର୍ମି ଫିଜିକାଲ ଫିଟନେସ ଆସେସମେଣ୍ଟ (ଏପିଏସି) କାର୍ଡ ପ୍ରସ୍ତୁତ ରଖିବାକୁ ପଡ଼ିବ। ଏହି ନୂତନ ପରିବର୍ତ୍ତନ ଅନୁଯାୟୀ, ପ୍ରତି ତିନିମାସରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ କମାଣ୍ଡିଂ ଅଫିସରଙ୍କ ବଦଳରେ ବ୍ରିଗେଡିୟର୍ ର଼୍ୟାଙ୍କର ଅଧିକାରୀ ନଜର ରଖିବେ।
ପରୀକ୍ଷା ପ୍ରକ୍ରିୟାରେ ସମାନତା ଆଣିବା ଏବଂ ଜୀବନଶୈଳୀ ଯୋଗୁ ଶାରୀରିକ ସମସ୍ୟା ହେବାର ଆଶଙ୍କା ମଧ୍ୟରେ ସାମରିକ ଅଧିକାରୀଙ୍କ ମେଦବହୁଳତା କିମ୍ବା ଶାରୀରିକ ଅଯୋଗ୍ୟତାର ସମାଧାନ କରିବାକୁ ନୂତନ ନୀତିରେ ଲକ୍ଷ୍ୟ ରଖାଯାଇଛି।
ପ୍ରଚଳିତ ନିୟମ ଅନୁଯାୟୀ, ପ୍ରତି ତିନି ମାସରେ ଯୁଦ୍ଧ ଶାରୀରିକ ଦକ୍ଷତା ପରୀକ୍ଷା (ବିପିଇଟି) ଏବଂ ଶାରୀରିକ ଦକ୍ଷତା ପରୀକ୍ଷା (ପିପିଟି) କରାଯାଉଛି। ବିପିଇଟି ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କୁ ୫ କିଲୋମିଟର ଦୌଡିବାକୁ, ୬୦ମିଟର ସ୍ପ୍ରିଣ୍ଟ କରିବାକୁ, ଦଉଡି ସାହାଯ୍ୟରେ ଚଢ଼ିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟରେ ୯ ଫୁଟ ଗର୍ତ୍ତ ଅତିକ୍ରମ କରିବାକୁ ପଡିଥାଏ। ଏହି ସମସ୍ତ ପରୀକ୍ଷଣରେ, ସାମରିକ କର୍ମଚାରୀଙ୍କ ବୟସ ଅନୁଯାୟୀ ସମୟ ସ୍ଥିର କରାଯାଇଥାଏ ।
ଖବର ଅନୁଯାୟୀ, ଫିଟନେସ ପରୀକ୍ଷଣର ନୂତନ ନିୟମ ଅନୁଯାୟୀ ବ୍ରିଗେଡିୟର୍ ର଼୍ୟାଙ୍କର ଅଧିକାରୀ ଦୁଇ କଲୋନେଲ ଏବଂ ଜଣେ ମେଡିକାଲ ଅଫିସରଙ୍କ ପ୍ରତି ତିନିମାସରେ ସେନା କର୍ମଚାରୀଙ୍କ ଫିଟନେସ ପରୀକ୍ଷା କରିବେ। ବିପିଇଟି ଏବଂ ପିପିଟି ବ୍ୟତୀତ ସୈନିକମାନଙ୍କୁ ମଧ୍ୟ କିଛି ନୂତନ ପରୀକ୍ଷା ଦେବାକୁ ପଡିବ। ଏଥିରେ ୧୦ କିଲୋମିଟରର ସ୍ପିଡ ମାର୍ଚ୍ଚ ଏବଂ ପ୍ରତି ୬ ମାସରେ ୩୨କିଲୋମିଟରର ଏକ ରୁଟ ମାର୍ଚ୍ଚ ଅନ୍ତର୍ଭୁକ୍ତ । ଏହା ସହିତ ୫୦ ମିଟର ସନ୍ତରଣ ପରୀକ୍ଷା ମଧ୍ୟ ଦେବାକୁ ପଡିବ ।
ସମସ୍ତ ସୈନିକଙ୍କୁ ଆର୍ମି ଫିଜିକାଲ ଆସେସମେଣ୍ଟ କାର୍ଡ ପ୍ରସ୍ତୁତ ରଖିବାକୁ ପଡିବ ଏବଂ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା ଫଳାଫଳ ଦାଖଲ କରିବାକୁ ପଡିବ ।
The post Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ… appeared first on Dharitri Odia News.