Infinix ଲଞ୍ଚ କରିଛି ଏକ ଦମଦାର୍ ଟାବଲେଟ୍, ମିଳିବ ଜବରଦସ୍ତ ଫିଚର୍ସ

Infinix ୧୦,୦୦୦mAh ବ୍ୟାଟେରୀ ସହିତ ଏହାର ପାୱାରଫୁଲ୍ ଟାବଲେଟ୍ ଲଞ୍ଚ କରିଛି । ଏହି Infinix ଟାବଲେଟ୍ ଫ୍ଲାଗସିପ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୮୮ ପ୍ରୋସେସରରେ କାମ କରେ । ଏହା ବ୍ୟତୀତ କମ୍ପାନୀ Infinix GT 30 Pro ସ୍ମାର୍ଟଫୋନ ମଧ୍ୟ ଲଞ୍ଚ କରିଛି । ଏହି ଇନଫିନିକ୍ସ ଟାବଲେଟ୍ GT ଫିଚର୍ସ ସହିତ ଆସିଥାଏ, ଯେଉଁଥିରେ ଏକ ପାୱାରଫୁଲ୍ ପ୍ରୋସେସର ଏବଂ ଏକ ଫ୍ଲାଗସିପ୍ ଲେଭଲର ଡିସପ୍ଲେ ମଧ୍ୟ ରହିଛି । ଏହା ୮GB RAM […] The post Infinix ଲଞ୍ଚ କରିଛି ଏକ ଦମଦାର୍ ଟାବଲେଟ୍, ମିଳିବ ଜବରଦସ୍ତ ଫିଚର୍ସ appeared first on KNews Odisha.

Infinix ଲଞ୍ଚ କରିଛି ଏକ ଦମଦାର୍ ଟାବଲେଟ୍, ମିଳିବ ଜବରଦସ୍ତ ଫିଚର୍ସ
tablet

Infinix ୧୦,୦୦୦mAh ବ୍ୟାଟେରୀ ସହିତ ଏହାର ପାୱାରଫୁଲ୍ ଟାବଲେଟ୍ ଲଞ୍ଚ କରିଛି । ଏହି Infinix ଟାବଲେଟ୍ ଫ୍ଲାଗସିପ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୮୮ ପ୍ରୋସେସରରେ କାମ କରେ । ଏହା ବ୍ୟତୀତ କମ୍ପାନୀ Infinix GT 30 Pro ସ୍ମାର୍ଟଫୋନ ମଧ୍ୟ ଲଞ୍ଚ କରିଛି । ଏହି ଇନଫିନିକ୍ସ ଟାବଲେଟ୍ GT ଫିଚର୍ସ ସହିତ ଆସିଥାଏ, ଯେଉଁଥିରେ ଏକ ପାୱାରଫୁଲ୍ ପ୍ରୋସେସର ଏବଂ ଏକ ଫ୍ଲାଗସିପ୍ ଲେଭଲର ଡିସପ୍ଲେ ମଧ୍ୟ ରହିଛି । ଏହା ୮GB RAM ସହିତ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜକୁ ସପୋର୍ଟ କରେ । ତେବେ ଆସନ୍ତୁ ଜାଣିବା Infinix Xpad GTର ଫିଚର୍ସ ବିଷୟରେ ।

Infinix Xpad GTର ଫିଚର୍ସ :
Infinixର ଏହି ଗେମିଂ ଟାବଲେଟ୍ରେ ୧,୮୪୦ x ୨,୮୦୦ ପିକ୍ସେଲ ରିଜୋଲ୍ୟୁସନ୍ ସହିତ ୧୩ ଇଞ୍ଚର ୨.୮K ଡିସପ୍ଲେ ଅଛି । ଏହି ଟାବଲେଟର ଡିସପ୍ଲେ ୧୪୪Hz ହାଇ ରିଫ୍ରେସ୍ ରେଟ୍ ଏବଂ HDR10 ସପୋର୍ଟ ସହିତ ଆସିଥାଏ । ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୮୮ ଅକ୍ଟାକୋର୍ ପ୍ରୋସେସର୍ ଅଛି । ଏହି ଟାବଲେଟରେ ୮GB RAM ସହିତ ୨୫୬GB ପର୍ଯ୍ୟନ୍ତ ଅନବୋର୍ଡ ଷ୍ଟୋରେଜ୍ ରହିବ । କେବଳ ଏତିକି ନୁହେଁ, ଏହି ଟାବଲେଟ୍ଟି Infinix AI ଫିଚର୍ସ ସହିତ ଲେସ୍ ।

ଏହି ଟାବଲେଟର ବ୍ୟାକରେ ଏକ ୧୩MP ସିଙ୍ଗଲ୍ କ୍ୟାମେରା ମଧ୍ୟ ଉପଲବ୍ଧ ହେବ । ଏଥି ସହ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୯MP କ୍ୟାମେରା ଅଛି । ଏହି ଟାବଲେଟରେ ୮ଟି ସ୍ପିକର ଅଛି, ଯାହା ୩D ସାଉଣ୍ଡ, DTS ଅଡିଓ ସପୋର୍ଟ ସହିତ ଆସିଥାଏ । ଏହି ଟାବଲେଟକୁ କୀବୋର୍ଡ ଏବଂ ଷ୍ଟାଇଲସ୍ ପେନ୍ ସହିତ ଆଡ୍ କରାଯାଇପାରିବ । କମ୍ପାନୀ ଏହି ଦୁଇଟି ଆସେସୋରିଜ୍ ପୃଥକ ଭାବରେ ଯୋଗାଇଥାଏ । ଟାବଲେଟରେ ଏକ ପାୱାରଫୁଲ୍ ୧୦,୦୦୦ ବ୍ୟାଟେରୀ ଅଛି, ଯାହା ସହିତ ୩୩W USB ଟାଇପ୍ C ଚାର୍ଜିଂ ଫିଚର୍ସ ଉପଲବ୍ଧ । ଏଥିରେ ହିଟ୍ ମ୍ୟାନେଜମେଣ୍ଟ ପାଇଁ ଭାପର ଚାମ୍ବର କୁଲିଂ ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି । ଏଥି ସହ ଏହା Android 15 ଅପରେଟିଂ ସିଷ୍ଟମରେ କାମ କରେ ।

Infinix Xpad GTର ପ୍ରାଇସ୍ :
ଇନଫିନିକ୍ସର ଏହି ଟାବଲେଟକୁ ମାଲେସିଆରେ ଲଞ୍ଚ କରାଯାଇଛି । ଏହାକୁ ୮GB RAM + ୨୫୬GBର ଗୋଟିଏ ଷ୍ଟୋରେଜ୍ ଅପ୍ସନରେ ଲଞ୍ଚ କରାଯାଇଛି । ଯାହାର ମୂଲ୍ୟ RM ୧୬୯୯ ଅର୍ଥାତ୍ ପ୍ରାୟ ୩୪,୦୦୦ ଟଙ୍କା । ଏହାକୁ କେବଳ ଗୋଟିଏ ଗ୍ରେ କଲର ଅପ୍ସନରେ କିଣାଯାଇପାରିବ । ଏହି ଟାବଲେଟ୍ ଭାରତରେ ଲଞ୍ଚ ହେବ କି ନାହିଁ, କମ୍ପାନୀ କନଫର୍ମ କରିନାହିଁ ।

Infinix GT 30 Pro 5G :
ଏହି ଟାବଲେଟ୍ ସହିତ Infinix GT 30 Pro 5G ଗେମିଂ ସ୍ମାର୍ଟଫୋନରେ ମଧ୍ୟ ଉପସ୍ଥାପନ କରିଛି । ଏହି ସ୍ମାର୍ଟଫୋନ୍‌ରେ ୧୨GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ ରହିଛି । ଏଥିରେ ମିଡିଆଟେକ୍ ଡାଇମେନ୍ସିଟି ୮୩୫୦ ଅଲଟିମେଟ୍ ପ୍ରୋସେସର୍ ଅଛି । ଏଥି ସହ ଏହି ଫୋନରେ ୧୦୮MP ମେନ୍ ଏବଂ ୧୨MP ସେଲଫି କ୍ୟାମେରା ଅଛି । ଏଥିରେ ୫୫୦୦mAh ବ୍ୟାଟେରୀ ସହିତ ୪୫W ୱାୟର୍ଡ ଏବଂ ୩୦W ୱାୟାରଲେସ୍ ଚାର୍ଜିଂ ଫିଚର୍ସ ରହିବ ।

The post Infinix ଲଞ୍ଚ କରିଛି ଏକ ଦମଦାର୍ ଟାବଲେଟ୍, ମିଳିବ ଜବରଦସ୍ତ ଫିଚର୍ସ appeared first on KNews Odisha.