Infosysକୁ ୪ ବିଲିୟନ ଡଲାରର GST ନୋଟିସ୍, ପ୍ରତ୍ୟାହାର ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆଇଟି ସେକ୍ଟରର ଦିଗ୍ଗଜ କମ୍ପାନୀ ଇନଫୋସିସ୍ ନିକଟରେ ଏକ ବଡ଼ ସମସ୍ୟାରେ ଘେରିଯାଇଥିଲା, ଯେତେବେଳେ ତାକୁ ୪ ବିଲିୟନ ଡଲାର(୩୩,୫୦୦ କୋଟି ଟଙ୍କା)ର ସେବା ଓ ସାମଗ୍ରୀ କର (ଜିଏସଟି) ନୋଟିସ୍ ମିଳିଥିଲା।  ଏହି ଜିଏସଟି ନୋଟିସ୍ ଆଇଟି ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଓ ଏପରି ମୋଟା ରକମର ଟ୍ୟାକ୍ସ ଡିମାଣ୍ଡର ସମାଲୋଚନା ମଧ୍ୟ ହୋଇଥିଲା। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନୋଟିସ୍‌କୁ ଏବେ ପ୍ରତ୍ୟାହାର କରିବାକୁ ବିଚାର କରୁଥିବା ଜଣାପଡିଛି। ଯଦି ସରକାର ଏ ଦିଗରେ ସେପରି କୌଣସି ପଦକ୍ଷେପ ନିଅନ୍ତି ତେବେ ଏହା ଇନଫୋସିସ୍‌ କୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି। ଏକ ରିପୋର୍ଟରେ ସୂତ୍ରାନୁସାରେ କୁହାଯାଇଛି ଯେ ୨୦୧୭ ମସିହାର ଏହି ଟ୍ୟାକ୍ସ ଡିମାଣ୍ଡକୁ ଏବେ ସରକାର ପ୍ରତ୍ୟାହାର କରିବାକୁ ଯାଉଛନ୍ତି। ଇନଫୋସିସ୍‌କୁ ଏହି ନୋଟିସ୍ ଗତମାସରେ ପଠାଯାଇଥିଲା। ରିପୋର୍ଟ ଅନୁସାରେ ଅର୍ଥମନ୍ତ୍ରାଳୟଙ୍କ କହିବା କଥା ହେଲା ଇନଫୋସିସ୍‌କୁ ନୋଟିସ୍ ନିୟମାନୁସାରେ ପଠାଯାଇଥିଲା। ତେବେ ଏହା ସର୍ଭିସେସ୍ ଏକ୍ସପୋର୍ଟ ଉପରେ ଟ୍ୟାକ୍ସ ନ ଲଗାଇବାର ସିଦ୍ଧାନ୍ତ ବିରୋଧୀ।  ହେଲେ ଇନଫୋସିସ୍ ଓ ଅର୍ଥମନ୍ତ୍ରାଳୟ ମାମଲାରେ କିଛି କହିବାକୁ ମନା କରିଦେଇଛନ୍ତି। ସୂତ୍ର ଅନୁସାରେ କେବଳ ଇନଫୋସିସ୍ ନୁହନ୍ତି ଭାରତରେ କାମ କରୁଥିବା ଏତିହାଦ ଓ ବ୍ରିଟିଶ ଏୟାରୱେଜ ଭଳି ୧୦ ବିଦେଶୀ ଏୟାରଲାଇନ୍ସଙ୍କୁ ପଠାଯାଇଥିବା ପାଖାପାଖି

Infosysକୁ ୪ ବିଲିୟନ ଡଲାରର GST ନୋଟିସ୍, ପ୍ରତ୍ୟାହାର ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆଇଟି ସେକ୍ଟରର ଦିଗ୍ଗଜ କମ୍ପାନୀ ଇନଫୋସିସ୍ ନିକଟରେ ଏକ ବଡ଼ ସମସ୍ୟାରେ ଘେରିଯାଇଥିଲା, ଯେତେବେଳେ ତାକୁ ୪ ବିଲିୟନ ଡଲାର(୩୩,୫୦୦ କୋଟି ଟଙ୍କା)ର ସେବା ଓ ସାମଗ୍ରୀ କର (ଜିଏସଟି) ନୋଟିସ୍ ମିଳିଥିଲା।  ଏହି ଜିଏସଟି ନୋଟିସ୍ ଆଇଟି ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଓ ଏପରି ମୋଟା ରକମର ଟ୍ୟାକ୍ସ ଡିମାଣ୍ଡର ସମାଲୋଚନା ମଧ୍ୟ ହୋଇଥିଲା। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନୋଟିସ୍‌କୁ ଏବେ ପ୍ରତ୍ୟାହାର କରିବାକୁ ବିଚାର କରୁଥିବା ଜଣାପଡିଛି। 

ଯଦି ସରକାର ଏ ଦିଗରେ ସେପରି କୌଣସି ପଦକ୍ଷେପ ନିଅନ୍ତି ତେବେ ଏହା ଇନଫୋସିସ୍‌ କୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି। ଏକ ରିପୋର୍ଟରେ ସୂତ୍ରାନୁସାରେ କୁହାଯାଇଛି ଯେ ୨୦୧୭ ମସିହାର ଏହି ଟ୍ୟାକ୍ସ ଡିମାଣ୍ଡକୁ ଏବେ ସରକାର ପ୍ରତ୍ୟାହାର କରିବାକୁ ଯାଉଛନ୍ତି। ଇନଫୋସିସ୍‌କୁ ଏହି ନୋଟିସ୍ ଗତମାସରେ ପଠାଯାଇଥିଲା। ରିପୋର୍ଟ ଅନୁସାରେ ଅର୍ଥମନ୍ତ୍ରାଳୟଙ୍କ କହିବା କଥା ହେଲା ଇନଫୋସିସ୍‌କୁ ନୋଟିସ୍ ନିୟମାନୁସାରେ ପଠାଯାଇଥିଲା। ତେବେ ଏହା ସର୍ଭିସେସ୍ ଏକ୍ସପୋର୍ଟ ଉପରେ ଟ୍ୟାକ୍ସ ନ ଲଗାଇବାର ସିଦ୍ଧାନ୍ତ ବିରୋଧୀ।  ହେଲେ ଇନଫୋସିସ୍ ଓ ଅର୍ଥମନ୍ତ୍ରାଳୟ ମାମଲାରେ କିଛି କହିବାକୁ ମନା କରିଦେଇଛନ୍ତି। 

ସୂତ୍ର ଅନୁସାରେ କେବଳ ଇନଫୋସିସ୍ ନୁହନ୍ତି ଭାରତରେ କାମ କରୁଥିବା ଏତିହାଦ ଓ ବ୍ରିଟିଶ ଏୟାରୱେଜ ଭଳି ୧୦ ବିଦେଶୀ ଏୟାରଲାଇନ୍ସଙ୍କୁ ପଠାଯାଇଥିବା ପାଖାପାଖି ୧ ବିଲିୟନ ଡଲାରର ଜିଏସଟି ନୋଟିସ୍ କୁ ମଧ୍ୟ ସରକାର ପ୍ରତ୍ୟାହାର କରିବାକୁ ଘୋଷଣା କରିପାରନ୍ତି। ମନେ କରାଯାଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଅର୍ଥମନ୍ତ୍ରୀଙ୍କ ୯ ସେପ୍ଟେମ୍ବର  ଜିଏସଟି କାଉନସିଲ ମିଟିଂ ପରେ ଏ ନେଇ କୌଣସି ଘୋଷଣା ହୋଇ ପାରେ। 

ଇନଫୋସିସ୍‌ର ପୂର୍ବତନ ବୋର୍ଡ ମେମ୍ବର ତଥା ସିଏଫଓ ମୋହନଦାସ ପଇ ଏହି ନୋଟିସ୍ କୁ ଟ୍ୟାକ୍ସ ଟେରରିଜିମ ବୋଲି କହିବାକୁ ପଛେଇ ନଥିଲେ। ଗତ ସପ୍ତାହରେ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ସୁନିଲ କୁମାର ଧରେଶ୍ୱର ଏହି ନୋଟିସ୍ ନେଇ ଅଧିକାରୀଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ଏହା ଛଡା ଆଇଟି ଇଣ୍ଡଷ୍ଟ୍ରିଙ୍କ ସଂସ୍ଥା ଏନଏଏସଏସସି ମଧ୍ୟ ସରକାରଙ୍କୁ ଏହି ମାମଲାରେ ଦଖଲ ଦେବାକୁ ନିବେଦନ କରିଥିଲା ଓ ଏହାକୁ ଇଜ ଅଫ ଡୁଇଂ ବିଜନେଶ ବିରୋଧରେ ବୋଲି ମଧ୍ୟ କହିଥିଲା।