IPL 2024 ଆରମ୍ଭ ହେବା ପୂର୍ବରୁ ବଦଳିଲା ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନାଁ

ମହିଳା ପ୍ରିମିୟର ଲିଗ୍ (WPL) ୨୦୨୪ର ବିଜେତା ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ RCB ଟିମ୍‌କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର।

IPL 2024 ଆରମ୍ଭ ହେବା ପୂର୍ବରୁ ବଦଳିଲା ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନାଁ

ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୪। ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ (CSK)କୁ ଭେଟିବ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)। ହେଲେ ତା’ ପୂର୍ବରୁ ଆଜି ଆନୁଷ୍ଠାନିକ ଭାବେ ନିଜ ନାଁ ବଦଳାଇ ଦେଇଛି ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ତା’ର ନୂଆ ନାଁ ହେଉଛି ‘ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’।

ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନୂଆ ନାଁ ଘୋଷଣା କରାଯିବା ସହିତ ନୂଆ ଲୋଗକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ RCBର ଅଧିନାୟକ ଫାଫ ଡୁପ୍ଲେସିସ, ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମହିଳା ଟିମ୍ କ୍ୟାପଟେନ୍ ସ୍ମୃତି ମନ୍ଧାନା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହା ପୂର୍ବରୁ ମହିଳା ପ୍ରିମିୟର ଲିଗ୍ (WPL) ୨୦୨୪ର ବିଜେତା ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ RCB ଟିମ୍‌କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। RCBର ପୁରୁଷ ଟିମ୍ ସେମାନଙ୍କୁ ଦେଇଥିଲେ ଗାର୍ଡ ଅଫ୍ ଅନର। ପୁରୁଷ ଟିମ୍‌ ଅଧିନାୟକ ଫାଫ ଡୁପ୍ଲେସିସ, ବିରାଟ କୋହଲି, ମହମ୍ମଦ ସିରାଜ, କ୍ୟାମେରୁନ୍ ଗ୍ରୀନ୍‌, ଗ୍ଲେନ୍ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକ ଓ ଅନ୍ୟ ଖେଳାଳିମାନେ ମହିଳା ଟିମ୍‌କୁ ଗାର୍ଡ ଅଫ୍ ଅନର ଦେଇଥିଲେ।

RCB ପୁରୁଷ ଟିମ୍ ଆଇପିଏଲ୍‌ରେ ଏଯାବତ କେବେ ଚାମ୍ପିଅନ ହୋଇନାହିଁ। ଅନ୍ୟପକ୍ଷରେ ଏଥର RCB ମହିଳା ଟିମ୍ ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍ (WPL) ଜିତିଛି। ଏହା ଆରସିବି ପାଇଁ ଏକ ବଡ଼ ସଫଳତା।