IPL 2024: କ୍ଲାସେନଙ୍କ ବିସ୍ଫୋରକ ଇନିଂସ ବୃଥା, ରୋମାଞ୍ଚକର ମ୍ୟାଚ୍‌ରେ ବାଜି ମାରିଲା କୋଲକାତା

କୋଲକାତା: ରୋମାଞ୍ଚକର, ସଂଘର୍ଷପୂର୍ଣ୍ଣ, ଉତ୍କଣ୍ଠାପୂର୍ଣ୍ଣ। ଏହାକୁ ହିଁ କୁହାଯାଏ ଆଇପିଏଲ। ଚଳିତ ଆଇପିଏଲ୍‌ର ତୃତୀୟ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଏହିପରି ମ୍ୟାଚ୍। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ମ୍ୟାଚ୍‌ର ଫଇସଲା ଶେଷ ବଲରେ ହୋଇଛି। ହେନରିକ  କ୍ଲାସେନଙ୍କ ବିଧ୍ଵଂସୀ ୬୩ ରନ ବୃଥା ହୋଇଥିବା ବେଳେ ହାଇସ୍କୋରିଂ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୪ ରନରେ  ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ରସେଲଙ୍କ ଅପରାଜିତ ବିସ୍ଫୋରକ ୬୪ ରନ ଓ ଫିଲିପ ସଲ୍ଟଙ୍କ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦୮ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୭ ଓ୍ଵିକେଟ୍ ହରାଇ ୨୦୪ ରନ କରିଥିଲା। ଦଳ ବିଜୟର ଦ୍ଵାର ଦେଶରେ ପହଞ୍ଚି ଶେଷରେ ପରାଜୟର ସ୍ଵାଦ ଚାଖିଛି। ବିଜୟ ସହ କେକେଆର ଅଭିଯାନ ଆରମ୍ଭ କରିଥିବା ବେଳେ ହାଇଦ୍ରାବାଦ ହାତରେ ନିରାଶ କରିଛି। ଶେଷ ଓଭର ବୋଲିଂ କରିଥିବା ହର୍ଷିତ ରାଣା କୋଲକାତାକୁ ଏକ ସ୍ମରଣୀୟ ବିଜୟ ଦେଇଛନ୍ତି। ଶେଷ ଓଭରରେ ହାଇଦ୍ରାବାଦକୁ ବିଜୟ ପାଇଁ ୧୩ ରନ ଦରକାର ଥିଲା। ହେଲେ ହର୍ଷିତ ମାପଚୁପ ବୋଲିଂ କରି ୨ଟି ଓ୍ଵିକେଟ୍ ନେଇ ମାତ୍ର ୮ ରନ ଦେଇଥିଲେ। Also read: ୧୮ ମାର୍ଚ୍ଚରେ ପଡିଆରୁ ଯାଇଥିଲେ ଷ୍ଟ୍ରେଚରରେ, ୨୨ ମାର୍ଚ୍ଚରେ ମାତ୍ର ୧୦ ବଲ୍‌ରେ ନେଲେ ୪ ଓ୍ବିକେଟ୍‌୨୦୯ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦର

IPL 2024: କ୍ଲାସେନଙ୍କ ବିସ୍ଫୋରକ ଇନିଂସ ବୃଥା, ରୋମାଞ୍ଚକର ମ୍ୟାଚ୍‌ରେ ବାଜି ମାରିଲା କୋଲକାତା

କୋଲକାତା: ରୋମାଞ୍ଚକର, ସଂଘର୍ଷପୂର୍ଣ୍ଣ, ଉତ୍କଣ୍ଠାପୂର୍ଣ୍ଣ। ଏହାକୁ ହିଁ କୁହାଯାଏ ଆଇପିଏଲ। ଚଳିତ ଆଇପିଏଲ୍‌ର ତୃତୀୟ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଏହିପରି ମ୍ୟାଚ୍। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ମ୍ୟାଚ୍‌ର ଫଇସଲା ଶେଷ ବଲରେ ହୋଇଛି। ହେନରିକ  କ୍ଲାସେନଙ୍କ ବିଧ୍ଵଂସୀ ୬୩ ରନ ବୃଥା ହୋଇଥିବା ବେଳେ ହାଇସ୍କୋରିଂ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୪ ରନରେ  ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ରସେଲଙ୍କ ଅପରାଜିତ ବିସ୍ଫୋରକ ୬୪ ରନ ଓ ଫିଲିପ ସଲ୍ଟଙ୍କ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦୮ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୭ ଓ୍ଵିକେଟ୍ ହରାଇ ୨୦୪ ରନ କରିଥିଲା। ଦଳ ବିଜୟର ଦ୍ଵାର ଦେଶରେ ପହଞ୍ଚି ଶେଷରେ ପରାଜୟର ସ୍ଵାଦ ଚାଖିଛି। ବିଜୟ ସହ କେକେଆର ଅଭିଯାନ ଆରମ୍ଭ କରିଥିବା ବେଳେ ହାଇଦ୍ରାବାଦ ହାତରେ ନିରାଶ କରିଛି। ଶେଷ ଓଭର ବୋଲିଂ କରିଥିବା ହର୍ଷିତ ରାଣା କୋଲକାତାକୁ ଏକ ସ୍ମରଣୀୟ ବିଜୟ ଦେଇଛନ୍ତି। ଶେଷ ଓଭରରେ ହାଇଦ୍ରାବାଦକୁ ବିଜୟ ପାଇଁ ୧୩ ରନ ଦରକାର ଥିଲା। ହେଲେ ହର୍ଷିତ ମାପଚୁପ ବୋଲିଂ କରି ୨ଟି ଓ୍ଵିକେଟ୍ ନେଇ ମାତ୍ର ୮ ରନ ଦେଇଥିଲେ। 

Also read: ୧୮ ମାର୍ଚ୍ଚରେ ପଡିଆରୁ ଯାଇଥିଲେ ଷ୍ଟ୍ରେଚରରେ, ୨୨ ମାର୍ଚ୍ଚରେ ମାତ୍ର ୧୦ ବଲ୍‌ରେ ନେଲେ ୪ ଓ୍ବିକେଟ୍‌

୨୦୯ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦର ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ଅଭିଶେଷ ଶର୍ମା ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୫.୩ ଓଭରରେ ୬୦ ରନ ଯୋଡ଼ି ଦଳକୁ ଭଲ ଆରମ୍ଭ ଦେଇଥିଲେ। ତେବେ ୭୨ ରନ ଭିତରେ ମୟଙ୍କ ଓ ଅଭିଷେକ ୩୨ ରନ ଲେଖାଏଁ କରି ଆଉଟ୍ ହୋଇଥିଲେ। ଏହା ପରେ ଆଡନ ମାରକ୍ରମ ୧୮ ରନ କରି ବିଦାୟ ନେଇଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ହାଇଦ୍ରାବାଦର ରନ ଗତି ଧିମେଇ ଯାଇଥିଲା ଏବଂ ଦଳର ଆବଶ୍ୟକ ରନ ରେଟ୍ ବଢି ଚାଲିଥିଲା। ମଧ୍ୟକ୍ରମରେ ରାହୁଲ ତ୍ରିପାଠୀ ୨୦ ରନ କରିଥିଲେ। ତେବେ ହେନରିକ କ୍ଲାସେନ କ୍ରିଜରୁ ଆସିବା ପରେ ମ୍ୟାଚ୍‌ର ଗତିପଥ ବଦଳିଥିଲା। କ୍ଲାସେନ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍‌କୁ ରୋମାଞ୍ଚକର ମୋଡକୁ ଆଣିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ଶାହବାଜ ଅହମ୍ମଦ। 

କ୍ଲାସେନ ଛକା ବର୍ଷା କରି ଷ୍ଟାଡିୟମରେ ଉପସ୍ଥିତି କେକେଆର ପ୍ରଶଂସକଙ୍କୁ ସ୍ତବ୍ଧ କରିଥିଲେ। କ୍ଲାସେନ ଷଷ୍ଠ ଓ୍ଵିକେଟ୍‌ରେ ଶେହବାଜ ଅହମ୍ମଦଙ୍କ ସହ ମିଶି ୧୩ ବଲରୁ ୫୦ ରନ ଯୋଡ଼ିଥିଲେ। ଶେଷ ୩ ଓଭରରେ ହାଇଦ୍ରାବାଦକୁ ବିଜୟ ପାଇଁ ୬୦ ରନ ଦରକାର ଥିଲା। ୧୮ ତମ ଓ ୧୯ ତମ ଓଭରରେ କ୍ଲାସେନ ଧୂଆଁଧାର ବ୍ୟାଟିଂ କରି ଆବଶ୍ୟକ ରନ ସଂଗ୍ରହ କରିଥିଲେ। ଆଉ ଶେଷ ଓଭରରେ ଦରକାର ଥିଲା ୧୩ ରନ। କିନ୍ତୁ କେକେଆର ପକ୍ଷରୁ ବୋଲିଂ କରିଥିବା ହର୍ଷିତ ରାଣା ଚତୁରତାର ସହ ବୋଲିଂ କରି ଶାହ ଅହମ୍ମଦ(୧୬)ଙ୍କୁ ଆଉଟ୍ କରିଥିଲେ। ଓଭରର ପଞ୍ଚମ ବୋଲରେ କ୍ଲାସେନଙ୍କୁ ଆଉଟ୍ କରି କେକେଆର ଶିବିରକୁ ଆଶ୍ଵସ୍ତ କରିଥିଲେ। କ୍ଲାସେନ ୨୯ ବଲ୍‌ରୁ ୮ ଛକା ସହ ୬୩ ରନ କରିଥିଲେ ହେଁ ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇ ବିଜୟୀ କରାଇ ପାରି ନ ଥିଲେ। ଶେଷରେ ଦଳ ୭ ଓ୍ଵିକେଟ୍ ହରାଇ ୨୦୪ ରନ କରି ପାରିଥିଲା।

କୋଲକାତା ପକ୍ଷରୁ ହର୍ଷିତ ରାଣା ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆନ୍ଦ୍ରେ ରସେଲ ୨ଟି ସଫଳତା ପାଇଛନ୍ତି।