ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟାକଲେ ୨ ଦୁର୍ବୃତ୍ତ
ନୂଆଦିଲ୍ଲୀ,୩ା୧୦: ଦିଲ୍ଲୀର ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗୁରୁବାର ପୋଲିସ କହିଛି, କାଳିନ୍ଦୀକୁଞ୍ଜ ଥାନା ଅନ୍ତର୍ଗତ ଜୟତପୁରର ନିମା ହସ୍ପିଟାଲ ଭିତରେ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଡାକ୍ତରଖାନା କର୍ମଚାରୀଙ୍କ ଅନୁଯାୟୀ, ଦୁଇଜଣ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାକୁ ଆସିଥିଲେ, ଡ୍ରେସିଂ କରିବା ପରେ ସେମାନେ ଜାଭେଦ ଅଖତର ନାମକ ଜଣେ ଡାକ୍ତରଙ୍କୁ ଭେଟିବାକୁ କହିଥିଲେ। ଡାକ୍ତରଙ୍କ କ୍ୟାବିନ୍ରେ ପ୍ରବେଶ […] The post ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟାକଲେ ୨ ଦୁର୍ବୃତ୍ତ appeared first on Dharitri Odia News.
ନୂଆଦିଲ୍ଲୀ,୩ା୧୦: ଦିଲ୍ଲୀର ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗୁରୁବାର ପୋଲିସ କହିଛି, କାଳିନ୍ଦୀକୁଞ୍ଜ ଥାନା ଅନ୍ତର୍ଗତ ଜୟତପୁରର ନିମା ହସ୍ପିଟାଲ ଭିତରେ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଡାକ୍ତରଖାନା କର୍ମଚାରୀଙ୍କ ଅନୁଯାୟୀ, ଦୁଇଜଣ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାକୁ ଆସିଥିଲେ, ଡ୍ରେସିଂ କରିବା ପରେ ସେମାନେ ଜାଭେଦ ଅଖତର ନାମକ ଜଣେ ଡାକ୍ତରଙ୍କୁ ଭେଟିବାକୁ କହିଥିଲେ। ଡାକ୍ତରଙ୍କ କ୍ୟାବିନ୍ରେ ପ୍ରବେଶ କରିବା ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସର ଏକ ଜିମ୍ ବାହାରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିବାର ଏକ ମାସ ପରେ ଏହି ଘଟଣା ଘଟିଛି। ସୁଟର ଉକ୍ତ ବ୍ୟକ୍ତିଙ୍କ ଉପରକୁ ୧୧ଟି ଗୁଳି ଚଳାଇଥିଲେ। ତେବେ ଗୁରୁବାର ଡାକ୍ତରଖାନାରେ ପୀଡ଼ିତଙ୍କ ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡ ପୂର୍ବରୁ ପ୍ରାୟ ଏକ ଘଣ୍ଟା ଧରି ଗୁଳି ଚଳାଇଥିଲେ। ସେମାନେ ଜିମ୍ ଚାରିପାଖରେ ଘେରି ରହିଥିଲେ ଏବଂ ସୁଯୋଗ ପାଇବା ମାତ୍ରେ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ।
The post ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟାକଲେ ୨ ଦୁର୍ବୃତ୍ତ appeared first on Dharitri Odia News.