IPL 2024: ଡିକକ୍‌ଙ୍କ ପରେ ପୁରନ-କୃଣାଲଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ସମ୍ମୁଖରେ ବିଶାଳ ଲକ୍ଷ୍ୟ

ଲକ୍ଷ୍ନୌ: ଘରୋଇ ମଇଦାନରେ ଲକ୍ଷ୍ନୌ ସୁପର ଜିଆଣ୍ଟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମେ ବ୍ୟାଟିଂ କରି ଦଳ ୮ ଓ୍ଵିକେଟ୍ ହରାଇ ୧୯୯ ରନର ବିଶାଳ ସ୍କୋର କରିଛି। କ୍ଵିଣ୍ଟନ ଡି କକ ୫୪ ରନ କରିଥିବା ବେଳେ କୃଣାଲ ପାଣ୍ଡ୍ୟା ଅପରାଜିତ ୪୩ ରନ ଓ ନିକୋଲାସ ପୂରନ ୪୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ପଞ୍ଜାବ ସମ୍ମୁଖରେ ରହିଛି ୨୦୦ ରନର ବିଜୟ ଲକ୍ଷ୍ୟ।ଲକ୍ଷ୍ନୌ ପକ୍ଷରୁ ସାମ କରନ ୨୮ ରନ ଦେଇ ୩ଟି ଏବଂ ଅର୍ଶଦୀପ ସିଂ ୩୦ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି।  ପଞ୍ଜାବ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ଜିତିଥିବା ବେଳେ ଗୋଟିଏରେ ପରାଜିତ ହୋଇଛି। ଲକ୍ଷ୍ନୌ ଗୋଟିଏ ଖେଳି ପରାଜୟ ସହ ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି। Also read: ଦମଦାର ବ୍ୟାଟିଂ ପରେ ବି କାହିଁକି ଟ୍ରୋଲ ହେଉଛନ୍ତି ବିରାଟ କୋହଲି, କ'ଣ ରହିଛି ଏହା ପଛର କାରଣ ?ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଓପନର ଡି କକ୍ ଓ କେଏଲ ରାହୁଲ ୩୫ ରନ ଯୋଡ଼ିଥିଲେ। ରାହୁଲ ୧୫ ରନ କରି ଆଉଟ୍ ହୋଇଥିଲେ। ଦେବଦତ୍ତ ପାଡିକଲ(୯) ପୁଣି ଥରେ ନିରାଶ କରିଛନ୍ତି। ମାର୍କସ ଷ୍ଟୋଇନିସ ୧୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଡି କକ୍ ଓ ନିକୋଲାସ ପୂରନ ଦ୍ରୁତ ବ୍ୟାଟିଂ କରିଥିଲେ। ଡି କକ୍ ୩୮ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଅନ୍ୟପଟେ ନିକୋଲାସ ପୂରନ ଧୂଆଁଧାର ବ୍ୟାଟିଂ କରି ଦଳ

IPL 2024: ଡିକକ୍‌ଙ୍କ ପରେ ପୁରନ-କୃଣାଲଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ସମ୍ମୁଖରେ ବିଶାଳ ଲକ୍ଷ୍ୟ

ଲକ୍ଷ୍ନୌ: ଘରୋଇ ମଇଦାନରେ ଲକ୍ଷ୍ନୌ ସୁପର ଜିଆଣ୍ଟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମେ ବ୍ୟାଟିଂ କରି ଦଳ ୮ ଓ୍ଵିକେଟ୍ ହରାଇ ୧୯୯ ରନର ବିଶାଳ ସ୍କୋର କରିଛି। କ୍ଵିଣ୍ଟନ ଡି କକ ୫୪ ରନ କରିଥିବା ବେଳେ କୃଣାଲ ପାଣ୍ଡ୍ୟା ଅପରାଜିତ ୪୩ ରନ ଓ ନିକୋଲାସ ପୂରନ ୪୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ପଞ୍ଜାବ ସମ୍ମୁଖରେ ରହିଛି ୨୦୦ ରନର ବିଜୟ ଲକ୍ଷ୍ୟ।ଲକ୍ଷ୍ନୌ ପକ୍ଷରୁ ସାମ କରନ ୨୮ ରନ ଦେଇ ୩ଟି ଏବଂ ଅର୍ଶଦୀପ ସିଂ ୩୦ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି।  ପଞ୍ଜାବ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ଜିତିଥିବା ବେଳେ ଗୋଟିଏରେ ପରାଜିତ ହୋଇଛି। ଲକ୍ଷ୍ନୌ ଗୋଟିଏ ଖେଳି ପରାଜୟ ସହ ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି। 

Also read: ଦମଦାର ବ୍ୟାଟିଂ ପରେ ବି କାହିଁକି ଟ୍ରୋଲ ହେଉଛନ୍ତି ବିରାଟ କୋହଲି, କ'ଣ ରହିଛି ଏହା ପଛର କାରଣ ?

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଓପନର ଡି କକ୍ ଓ କେଏଲ ରାହୁଲ ୩୫ ରନ ଯୋଡ଼ିଥିଲେ। ରାହୁଲ ୧୫ ରନ କରି ଆଉଟ୍ ହୋଇଥିଲେ। ଦେବଦତ୍ତ ପାଡିକଲ(୯) ପୁଣି ଥରେ ନିରାଶ କରିଛନ୍ତି। ମାର୍କସ ଷ୍ଟୋଇନିସ ୧୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଡି କକ୍ ଓ ନିକୋଲାସ ପୂରନ ଦ୍ରୁତ ବ୍ୟାଟିଂ କରିଥିଲେ। ଡି କକ୍ ୩୮ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। 

ଅନ୍ୟପଟେ ନିକୋଲାସ ପୂରନ ଧୂଆଁଧାର ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ସେ ୨୧ ବଲ୍‌ରୁ ୩ ଚୌକା ଓ ୩ ଛକା ସହ ୪୨ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ କୃଣାଲ ପାଣ୍ଡ୍ୟା ଦଳର ଇନିଂସ ସମ୍ଭାଳିଥିଲେ। ସେ ଦ୍ରୁତ ବ୍ୟାଟିଂ କରି ୨୨ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ଅପରାଜିତ ୪୩ ରନ କରିଛନ୍ତି। ତାଙ୍କ ଏହି ଇନିଂସ ସହାୟତାରେ ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୮୮ ରନ କରି ପାରିଛି।