IPL 2024: ବେଙ୍ଗଲୁରୁକୁ ୧୭୬ ରନ ଟାର୍ଗେଟ୍ ଦେଲା ପଞ୍ଜାବ, ଶିଖର ଅର୍ଦ୍ଧଶତକରୁ ବଞ୍ଚିତ

ବେଙ୍ଗାଲୁରୁ: ଚଳିତ ସଂସ୍କରଣର ଷଷ୍ଠ ମୁକାବିଲା ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୬ ଓ୍ଵିକେଟ୍ ହରାଇ ୧୭୬ ରନର ଲଢୁଆ ସ୍କୋର କରିଛି। ଅଧିନାୟକ ଶିଖର ଧାଓ୍ଵନ ୪୫ ରନ କରିଥିବା ବେଳେ ଶଶାଙ୍କ ସିସଂ ୮ ବଲ୍‌ରୁ ୨୧ ରନ କରିବାରୁ ପଞ୍ଜାବ ଏହି ସ୍କୋରରେ ପହଞ୍ଚି ପାରିଛି। ଜିତେଶ ଶର୍ମା ୨୭ ରନ ଓ ପ୍ରଭସିମରନ ସିଂ ୨୫ ରନ କରିଛନ୍ତି। ବେଙ୍ଗଲୁରୁ ପକ୍ଷରୁ ମହମ୍ମଦ ସିରାଜ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଉଲ୍ଲେଖନୀୟ ନିଜର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ବିଜୟ ଲାଭ କରିଥିବା ବେଳେ ବେଙ୍ଗଲୁରୁ ପରାଜିତ ହୋଇଛି। 