IPL 2024: ରାହୁଲ ଓ ପୂରନଙ୍କ ଅର୍ଦ୍ଧଶତକ ବୃଥା, ଲକ୍ଷ୍ନୌକୁ ୨୦ ରନରେ ହରାଇଲା ରାଜସ୍ଥାନ

ଜୟପୁର: ଅଧିନାୟକ ସଞ୍ଜୁ ସାମସନଙ୍କ ଅଧିନାୟକତ୍ଵ ଇନିଂସ ଏବଂ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଆଇପିଏଲର ଚତୁର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୨୦ ରନରେ ହରାଇଛି। କେଏଲ ରାହୁଲ ଓ ନିକୋଲାସ ପୂରନଙ୍କ ଅର୍ଦ୍ଧଶତକ ବୃଥା ହୋଇଛି। ବିଜୟ ସହ ରାଜସ୍ଥାନ ଚଳିତ ସିଜିନ ଆରମ୍ଭ କରିଥିବା ବେଳେ ପ୍ରଥମ ମ୍ୟାଚରେ ପରାଜୟର ସ୍ଵାଦ ଚାଖିଛି କେଏଲ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନଙ୍କ ଅପରାଜିତ ୮୨ ରନ ଓ ରିୟାନ ପରାଗଙ୍କ ୪୩ ରନ ବଳରେ ୪ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ଜବାବରେ ନିକୋଲାସ ପୁରନଙ୍କ ଅପରାଜିତ ୬୪ ରନ ଓ କେଏଲ ରାହୁଲଙ୍କ ୫୮ ରନ ସତ୍ଵେ ଲକ୍ଷ୍ନୌ ୬ ଓ୍ଵିକେଟ୍ ହରାଇ ୧୭୩ ରନ କରିଥିଲା। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ  ବୋଲ୍ଟ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି।