ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍ କାଟିବାରେ ବିଫଳ, ହତାଶ ହୋଇ ଫେରିଗଲେ ଲୁଟେରା
ବଡ଼ବିଲ,୧୮ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ସବ୍ଡିଭିଜନ୍ ଅଫିସରଙ୍କ କାର୍ଯ୍ୟାଳୟରୁ ମାତ୍ର ୧ଶହ ମିଟର ଦୂର ଏଲଆଇସି ବିଲ୍ଡିଂର ତଳ ମହଲାରେ ଥିବା ୟୁକୋ ବ୍ୟାଙ୍କ ବଡ଼ବିଲ ଶାଖାରୁ ଲୁଟ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଷ୍ଟ୍ରଙ୍ଗ ରୁମ୍ କାଟିବାରେ ବିଫଳ ହେବାରୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ପୋଲିସ ସାଇଣ୍ଟିଫିକ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସବୁଦିନ ଭଳି ଶନିବାର ଅପରାହ୍ନରେ ବ୍ୟାଙ୍କ ବନ୍ଦ କରି ସୋମବାର ସକାଳେ ୟୁକୋ ବ୍ୟାଙ୍କ, ବଡବିଲ ଶାଖା […] The post ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍ କାଟିବାରେ ବିଫଳ, ହତାଶ ହୋଇ ଫେରିଗଲେ ଲୁଟେରା appeared first on Dharitri Odia News.
ବଡ଼ବିଲ,୧୮ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ସବ୍ଡିଭିଜନ୍ ଅଫିସରଙ୍କ କାର୍ଯ୍ୟାଳୟରୁ ମାତ୍ର ୧ଶହ ମିଟର ଦୂର ଏଲଆଇସି ବିଲ୍ଡିଂର ତଳ ମହଲାରେ ଥିବା ୟୁକୋ ବ୍ୟାଙ୍କ ବଡ଼ବିଲ ଶାଖାରୁ ଲୁଟ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଷ୍ଟ୍ରଙ୍ଗ ରୁମ୍ କାଟିବାରେ ବିଫଳ ହେବାରୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ପୋଲିସ ସାଇଣ୍ଟିଫିକ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ସବୁଦିନ ଭଳି ଶନିବାର ଅପରାହ୍ନରେ ବ୍ୟାଙ୍କ ବନ୍ଦ କରି ସୋମବାର ସକାଳେ ୟୁକୋ ବ୍ୟାଙ୍କ, ବଡବିଲ ଶାଖା ଖୋଲିଥିଲା। ବ୍ୟାଙ୍କ ଖୋଲିବା ପରେ ବ୍ୟାଙ୍କର ସମସ୍ତ ଜିନିଷପତ୍ର ଇତସ୍ଥତ ହୋଇପଡ଼ିଥିବା କର୍ମଚାରୀ ଦେଖିଥିଲେ। ପରେ ଲୁଟ ଉଦ୍ୟମ ହୋଇଥିବା ଜଣାପଡିଥିଲା। ତୁରନ୍ତ ଏ ନେଇ ବଡବିଲ ପୋଲିସକୁ ବ୍ୟାଙ୍କର ଶାଖା ପରିଚାଳକ ସନ୍ଦିପ ଶୁଭଙ୍କର ଜେନା ଅବଗତ କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ବ୍ୟାଙ୍କର ଭୋଲ୍ଡ (ଷ୍ଟ୍ରଙ୍ଗ ରୁମ) ସମ୍ମୁଖରେ ଗ୍ୟାସ ସାହାଯ୍ୟରେ ଲୁହା କାଟିବା ନିମନ୍ତେ ବ୍ୟବହାର କରାଯାଉଥିବା ପାଇପ, ଏକ ଲୁହା କରତ ଓ ଏକ ସ୍କୃ-ଡ୍ରାଇଭରକୁ ଜବତ କରିଥିଲା।
କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ସାଇଣ୍ଟିଫିକ ଟିମ ତଦନ୍ତରେ ପୋଲିସର ସହାୟତା କରୁଛି। ତେବେ ବ୍ୟାଙ୍କର ଶାଖା ପରିଚାଳକ ସନ୍ଦିପଙ୍କ କହିବା ଅନୁଯାୟୀ, ସିସି କ୍ୟାମେରା ଗୁଡ଼ିକର ତାର ବିଚ୍ଛିନ୍ନ ସମୟକୁ ଆଧାର କରି ଗତ ଶନିବାର ରାତି ୧୨ ଟାରୁ ଗୋଟାଏ ମଧ୍ୟରେ ଲୁଟ ଉଦ୍ୟମ ହୋଇଥିବା ଜଣାପଡିଛି। ଦୁର୍ବୃତ୍ତ ବ୍ୟାଙ୍କ ପଛପାଖରେ ଥିବା ଝରକା କାଚ ଭାଙ୍ଗିବା ସହ ଗ୍ରିଲ କାଟି ଭିତରେ ପ୍ରବେଶ କରିଥିଲେ। ପ୍ରଥମେ ସିସି କ୍ୟାମେରା ସଂଯୋଗ ତାର ଓ ଆଲାର୍ମ ସିଷ୍ଟମକୁ କାଟି ବିଚ୍ଛିନ୍ନ କରିଦେଇଥିଲେ।
ଗ୍ୟାସ କଟର ସାହାୟତାରେ ଷ୍ଟ୍ରଙ୍ଗ ରୁମ କାଟିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ପାଇପ୍, ଏକ ଲୁହା କଟା କରତ, ଏକ ବଡ ସ୍କୃ-ଡ୍ରାଇଭର ଛାଡିଯାଇ ପଳାୟନ କରିଥିବା ଜଣାପଡ଼ିଛି। ସୂଚନା ଥାଉକିଳ ୨୦୧୯ରେ ମଧ୍ୟ ଉକ୍ତ ବ୍ୟାଙ୍କରୁ ଅନୁରୂପ ଭାବେ ଲୁଟ ଉଦ୍ୟମ ହୋଇଥିଲା।
The post ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍ କାଟିବାରେ ବିଫଳ, ହତାଶ ହୋଇ ଫେରିଗଲେ ଲୁଟେରା appeared first on Dharitri Odia News.