ଗୁଣୁପୁର :ସରୁନି ଜଳ ଯନ୍ତ୍ରଣା ,ବିତିଚାଲିଛି ସମୟ କିନ୍ତୁ ବଦଳୁନି ଆଦିବାସୀଙ୍କ ଭାଗ୍ୟ
କନକବ୍ୟୁରୋ : ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି କିନ୍ତୁ ଦୁର୍ଗମ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ସରକାରଙ୍କ ଯୋଜନା ସବୁ ସତେ ଯେମିତି ସ୍ୱପ୍ନ ହୋଇ ରହିଯାଇଛି । ଶୀତ ଦିନରେ ମଧ୍ୟ ଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଲୋକଙ୍କୁ ଜଳ କଷ୍ଟ ଭୋଗିବାକୁ ପଡୁଛି । ଦେଖିବା ରାୟଗଡ଼ା ଗୁଣୁପୁର ବ୍ଲକରୁ ଏହି ରିପୋର୍ଟ। ବଣ, ପାହାଡ ଘେରା ଆଦିବାସୀ ବହୁଳ ଗାଁ ଗୁଣୁପୁର ବ୍ଲକର ପେରେଣ୍ଡା । ଗାଁରେ ୫୦ଟି ପରିବାର ବସବାସ କରୁଥିବା ବେଳେ ପ୍ରତି ନିର୍ବାଚନରେ ଅଂଶ ଗ୍ରହଣ କରୁଛନ୍ତି। ଜନପ୍ରତିନିଧି ବାଛୁଛନ୍ତି। କିନ୍ତୁ ଜନତାଙ୍କ ଦୁର୍ଦ୍ଧଶାର ଅନ୍ତ ଘଟୁନି । ଖରାଦିନ ଭଳି ଶୀତଦିନେ ବି ଜଳ ଯନ୍ତ୍ରଣା ଭୋଗିବାକୁ ପଡୁଛି। ପାଣି ଗରାଏ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଗାଁରେ ଥିବା ୨ଟି ନଳକୂପ ଅଚଳ ହୋଇପଡ଼ିଛି। ପୁରା ଗାଁର ଶୋଷ ମେଣ୍ଟାଉଛି, ଏକମାତ୍ର ସୌର ଚାଳିତ ନଳକୂପ। ପାଗରେ ପରିବର୍ତନ ହେଲେ ସେଥିରୁ ମଧ୍ୟ ଜଳ ଯୋଗାଣରେ ବ୍ୟାଘାତ ଘଟୁଛି । ଅନ୍ୟପଟେ ଜଳ ସମସ୍ୟା ଦୂର କରିବା ପାଇଁ ୨ବର୍ଷ ତଳୁ ମେଗା ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । ସବୁ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି । କିନ୍ତୁ ଏଯାଏଁ ପ୍ରକଳ୍ପ ସମ୍ପୂର୍ଣ ହୋଇପାରିନାହିଁ । ସେପଟେ ବିଡିଓ କହିଛନ୍ତି, ସ୍ଥାନୀୟ ଅଂଚଳରେ ଜଳ ଉତ୍ସ କମ ରହୁଥିବାରୁ ସମସ୍ୟା ଦେଖା ଦେଉଛି। ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷ

କନକବ୍ୟୁରୋ : ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି କିନ୍ତୁ ଦୁର୍ଗମ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ସରକାରଙ୍କ ଯୋଜନା ସବୁ ସତେ ଯେମିତି ସ୍ୱପ୍ନ ହୋଇ ରହିଯାଇଛି । ଶୀତ ଦିନରେ ମଧ୍ୟ ଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଲୋକଙ୍କୁ ଜଳ କଷ୍ଟ ଭୋଗିବାକୁ ପଡୁଛି । ଦେଖିବା ରାୟଗଡ଼ା ଗୁଣୁପୁର ବ୍ଲକରୁ ଏହି ରିପୋର୍ଟ। ବଣ, ପାହାଡ ଘେରା ଆଦିବାସୀ ବହୁଳ ଗାଁ ଗୁଣୁପୁର ବ୍ଲକର ପେରେଣ୍ଡା ।
ଗାଁରେ ୫୦ଟି ପରିବାର ବସବାସ କରୁଥିବା ବେଳେ ପ୍ରତି ନିର୍ବାଚନରେ ଅଂଶ ଗ୍ରହଣ କରୁଛନ୍ତି। ଜନପ୍ରତିନିଧି ବାଛୁଛନ୍ତି। କିନ୍ତୁ ଜନତାଙ୍କ ଦୁର୍ଦ୍ଧଶାର ଅନ୍ତ ଘଟୁନି । ଖରାଦିନ ଭଳି ଶୀତଦିନେ ବି ଜଳ ଯନ୍ତ୍ରଣା ଭୋଗିବାକୁ ପଡୁଛି। ପାଣି ଗରାଏ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଗାଁରେ ଥିବା ୨ଟି ନଳକୂପ ଅଚଳ ହୋଇପଡ଼ିଛି। ପୁରା ଗାଁର ଶୋଷ ମେଣ୍ଟାଉଛି, ଏକମାତ୍ର ସୌର ଚାଳିତ ନଳକୂପ। ପାଗରେ ପରିବର୍ତନ ହେଲେ ସେଥିରୁ ମଧ୍ୟ ଜଳ ଯୋଗାଣରେ ବ୍ୟାଘାତ ଘଟୁଛି ।
ଅନ୍ୟପଟେ ଜଳ ସମସ୍ୟା ଦୂର କରିବା ପାଇଁ ୨ବର୍ଷ ତଳୁ ମେଗା ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । ସବୁ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି । କିନ୍ତୁ ଏଯାଏଁ ପ୍ରକଳ୍ପ ସମ୍ପୂର୍ଣ ହୋଇପାରିନାହିଁ । ସେପଟେ ବିଡିଓ କହିଛନ୍ତି, ସ୍ଥାନୀୟ ଅଂଚଳରେ ଜଳ ଉତ୍ସ କମ ରହୁଥିବାରୁ ସମସ୍ୟା ଦେଖା ଦେଉଛି। ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଜଳ ହିଁ ଜୀବନ । ଏହାକୁ ଗୁରୁତ୍ୱ ଦେଇ ଆଦିବାସୀ ଅଂଚଳରେ ଜଳ ଯୋଗାଣ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।