ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିଲେ, ବାଟରେ ଧକ୍କା ଦେଲା ବସ୍; ଚାଲିଗଲା ଜଣଙ୍କ ଜୀବନ, ଆଉ…
ଆର୍.ଉଦୟଗିରି,୧୭।୫(ମନ୍ମଥ ମିଶ୍ର): ବିବାହ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରୁଥିଲେ। ଧକ୍କା ଦେଲା ଘରୋଇ ବସ୍। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲା ପଥର ଗ୍ରାମର ସଞ୍ଜୟ ବଡ଼ ରଇତ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ବିବାହ ଲାଗି ନିମନ୍ତ୍ରଣ କାର୍ଡ ଦେବାକୁ ଯାଇ ଘରକୁ ଫେରୁଥିବା ସମୟରେ […] The post ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିଲେ, ବାଟରେ ଧକ୍କା ଦେଲା ବସ୍; ଚାଲିଗଲା ଜଣଙ୍କ ଜୀବନ, ଆଉ… appeared first on Dharitri Odia News.
ଆର୍.ଉଦୟଗିରି,୧୭।୫(ମନ୍ମଥ ମିଶ୍ର): ବିବାହ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରୁଥିଲେ। ଧକ୍କା ଦେଲା ଘରୋଇ ବସ୍। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲା ପଥର ଗ୍ରାମର ସଞ୍ଜୟ ବଡ଼ ରଇତ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ବିବାହ ଲାଗି ନିମନ୍ତ୍ରଣ କାର୍ଡ ଦେବାକୁ ଯାଇ ଘରକୁ ଫେରୁଥିବା ସମୟରେ ଚମ୍ପା ଘାଟିରେ ଅପରାହ୍ନ ୪. ୪୫ ସମୟରେ ଭିକ୍ରାନ୍ତ ନାମକ ଏକ ଘରୋଇ ବସ ସେମାନଙ୍କୁ ଧକ୍କା ଦେଇଥିଲା। ବସ୍ଟି ବ୍ରହ୍ମପୁରରୁ ଆର.ଉଦୟଗିରି ପଟେ ଆସୁଥିବା ବେଳେ ଏଭଳି ଘଟଣା ଘଟିଛ। ଗୁରୁତର ୨ଜଣଙ୍କୁ ଆର.ଉଦୟଗିରି ପୋଲିସ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା l ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ସୂଚନା ଦେଇଛନ୍ତି l ଘଟଣା ସ୍ଥଳରେ ଆର.ଉଦୟଗିରି ପୋଲିସ ପହଞ୍ଚି ଘଟଣାର ଛାନଭିନ କରୁଛି l.
The post ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିଲେ, ବାଟରେ ଧକ୍କା ଦେଲା ବସ୍; ଚାଲିଗଲା ଜଣଙ୍କ ଜୀବନ, ଆଉ… appeared first on Dharitri Odia News.