ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ
ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ନୟାଗଡ଼ ଅଭିମୁଖେ ବାହାରିଛନ୍ତି। ସେଠାରେ ରାଷ୍ଟ୍ରପତି ପହଞ୍ଚିବା ପରେ ନୟାଗଡ଼ କାଳିଆପଲ୍ଲୀରେ ବିଶ୍ବାବସୁ ସମ୍ପ୍ରଦାୟ ପକ୍ଷରୁ ହେଉଥିବା ମହାଯଜ୍ଞରେ ଯୋଗ ଦେବେ। ସେଠାରୁ କଣ୍ଟିଲୋ ଯାଇ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ। ସା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନ […] The post ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ appeared first on Dharitri Odia News.
ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।
ପରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ନୟାଗଡ଼ ଅଭିମୁଖେ ବାହାରିଛନ୍ତି। ସେଠାରେ ରାଷ୍ଟ୍ରପତି ପହଞ୍ଚିବା ପରେ ନୟାଗଡ଼ କାଳିଆପଲ୍ଲୀରେ ବିଶ୍ବାବସୁ ସମ୍ପ୍ରଦାୟ ପକ୍ଷରୁ ହେଉଥିବା ମହାଯଜ୍ଞରେ ଯୋଗ ଦେବେ। ସେଠାରୁ କଣ୍ଟିଲୋ ଯାଇ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ। ସା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ । ସେଠାରେ ସେ ରାତ୍ରିଯାପନ କରିବେ।
ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
The post ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ appeared first on Dharitri Odia News.