ଦେଖିଚାହିଁ ବ୍ୟବହାର କରନ୍ତୁ କଣ୍ଟାକ୍ଟ ଲେନ୍ସ, ନଚେତ୍‌ ହରାଇ ପାରନ୍ତି ଦୃଷ୍ଟି ଶକ୍ତି

ଆଜିକାଲି ପ୍ରାୟ ଲୋକଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ହେଉଛି । ବହୁତ କମ୍‌ ବୟସରୁ ମଧ୍ୟ ଚକ୍ଷୁ ସମସ୍ୟାକୁ ସାମ୍ନା କରୁଛନ୍ତି ଲୋକେ । ତେବେ ଏଥିରେ ବହୁତ ଜଣ ଅଛନ୍ତି ଯେଉଁମାନଙ୍କୁ ଚଷମା ପିନ୍ଧିବାକୁ ଭଲ ଲାଗେନି । ସେଥିପାଇଁ ସେମାନେ ଲେନ୍ସ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଲେନ୍ସ ଡାଇରେକ୍ଟ ଆଖିର ରେଟିନାରେ ଲାଗିଥାଏ । ଯାହାଦ୍ୱାରା ମୁହଁର ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପଡିନଥାଏ । କିନ୍ତୁ ଏହା ଯେତିକି ଭଲ ସେତିକି […] The post ଦେଖିଚାହିଁ ବ୍ୟବହାର କରନ୍ତୁ କଣ୍ଟାକ୍ଟ ଲେନ୍ସ, ନଚେତ୍‌ ହରାଇ ପାରନ୍ତି ଦୃଷ୍ଟି ଶକ୍ତି appeared first on KNews Odisha.

ଦେଖିଚାହିଁ ବ୍ୟବହାର କରନ୍ତୁ କଣ୍ଟାକ୍ଟ ଲେନ୍ସ, ନଚେତ୍‌ ହରାଇ ପାରନ୍ତି ଦୃଷ୍ଟି ଶକ୍ତି
lense

ଆଜିକାଲି ପ୍ରାୟ ଲୋକଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ହେଉଛି । ବହୁତ କମ୍‌ ବୟସରୁ ମଧ୍ୟ ଚକ୍ଷୁ ସମସ୍ୟାକୁ ସାମ୍ନା କରୁଛନ୍ତି ଲୋକେ । ତେବେ ଏଥିରେ ବହୁତ ଜଣ ଅଛନ୍ତି ଯେଉଁମାନଙ୍କୁ ଚଷମା ପିନ୍ଧିବାକୁ ଭଲ ଲାଗେନି । ସେଥିପାଇଁ ସେମାନେ ଲେନ୍ସ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଲେନ୍ସ ଡାଇରେକ୍ଟ ଆଖିର ରେଟିନାରେ ଲାଗିଥାଏ । ଯାହାଦ୍ୱାରା ମୁହଁର ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପଡିନଥାଏ । କିନ୍ତୁ ଏହା ଯେତିକି ଭଲ ସେତିକି ଖରାପ ମଧ୍ୟ । କାହିଁକିନା ବେଳେବେଳେ ଏହି ଲେନ୍ସ ଦ୍ୱାରା ଅନେକ ସମସ୍ୟାକୁ ସାମ୍ନା କରନ୍ତି ଲୋକେ । କେହି କେହି ତ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି ଏହି ଲେନ୍ସ ପାଇଁ । ଆଉ କେହି ଲେନ୍ସ ଦ୍ୱାରା ଏତେ ଅଭ୍ୟସ୍ତ ହୋଇଯାନ୍ତି ଯେ ଲେନ୍ସ ଛଡା ଆଉ କିଛି ବ୍ୟବହାର କରନ୍ତି ନାହିଁ । କିନ୍ତୁ ଏହି ଲେନ୍ସ ଦ୍ୱାରା ଅନେକ ସମୟରେ ଆଖି ଜଳାପୋଡା ହୋଇଥାଏ, ଆଖି ନାଲି ପଡିଯାଏ । ସେଥିପାଇଁ ଲେନ୍ସକୁ ବ୍ୟବହାର କରିବା ସମୟରେ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଆଉ ଯଦି ଏଥିରେ ହେଳା କରନ୍ତି ସବୁଦିନ ପାଇଁ ଦୃଷ୍ଟି ଶକ୍ତି ବି ହରାଇବାକୁ ପଡିଯାଏ ।

ଯେମିତି ଏବେ ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ୍‌ ଭାସିନ୍‌ ଭୋଗୁଛନ୍ତି । ଲେନ୍ସ ଦ୍ୱାରା ଜସ୍ମିନ ଭାସିନଙ୍କ କର୍ଣ୍ଣିୟା ଡ୍ୟାମେଜ୍‌ ହୋଇଯାଇଛି । କେବଳ ଏତିକି ନୁହେଁ ଏହି କାରଣରୁ ତାଙ୍କୁ ଦେଖିବାରେ ସମସ୍ୟା ହେଉଛି । ଏହାସହିତ ଆଖି ଏତେ ଯନ୍ତ୍ରଣା ହେଉଛି ଯେ ତାଙ୍କର ଅବସ୍ଥା ଏକଦମ୍‌ ଖରାପ ହୋଇଗଲାଣି । ଜସ୍ମିନ୍‌ ୧୭ ତାରିଖରେ ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ସେ କଣ୍ଟାକ୍ଟ ଲେନ୍ସ ଲଗାଇଥିଲେ । ଆଉ ଲେନ୍ସ ଲଗାଇବା ତୁରନ୍ତ ପରେ ତାଙ୍କ ଆଖିରେ ବହୁତ ଯନ୍ତ୍ରଣା ହେଲା । ପ୍ରଥମେ ପ୍ରଥମେ ତ ସେ ଏହାକୁ ଅଣଦେଖା କରିଦେଲେ କିନ୍ତୁ ପରେ ତାଙ୍କ ଯନ୍ତ୍ରଣା ବଢ଼ିବାକୁ ଲାଗିଲା । କିନ୍ତୁ ସେ ଇଭେଣ୍ଟ ଶେଷ ହେବା ଯାଏଁ ଅପେକ୍ଷା କଲେ, କଷ୍ଟ ଯନ୍ତ୍ରଣା ହେବା ସତ୍ତ୍ୱେ ମଧ୍ୟ ସେ ସନଗ୍ଲାସ ପିନ୍ଧି ଇଭେଣ୍ଟକୁ ଶେଷ କଲେ । ଏବଂ ଏହାପରେ ସେ ତୁରନ୍ତ ଡାକ୍ତରଙ୍କ ପାଖକୁ ଗଲେ । କିନ୍ତୁ ସେତେବେଳକୁ ତାଙ୍କ ଆଖିର ଯନ୍ତ୍ରଣା ବହୁତ ବଢ଼ିଯାଇଥିଲା ଏବଂ ତାଙ୍କୁ ଭଲଭାବେ ଦେଖା ବି ଯାଉନଥିଲା ।

ଏହାପରେ ଡାକ୍ତର ତାଙ୍କୁ କହିଲେ ଯେ ତାଙ୍କ ଆଖିର କର୍ଣ୍ଣିୟା ଡ୍ୟାମେଜ୍‌ ହୋଇସାରିଛି । ଏବଂ ଠିକ୍‌ ହେବାକୁ ଚାରି ପାଞ୍ଚ ଦିନ ସମୟ ଲାଗିବ । ଡାକ୍ତର ତାଙ୍କ ଆଖିରେ ବ୍ୟାଣ୍ଡେଜ୍‌ ବାନ୍ଧି ଦେଇଛନ୍ତି । ଯେଉଁ କାରଣରୁ ସେ ଦେଖି ତ ପାରୁନାହାଁନ୍ତି ତାସହ ଯନ୍ତ୍ରଣା କାରଣରୁ ଶୋଇ ବି ପାରୁନାହାଁନ୍ତି । ତେବେ କହିବାକୁ ଚାହିଁବୁ ଯେ ଆଖି ହେଉଛି ଆମ ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ମଧ୍ୟରୁ ଗୋଟିଏ । ଏମିତିରେ ଯଦି ଆପଣ କଣ୍ଟାକ୍ଟ ଲେନ୍ସ ପିନ୍ଧୁଛନ୍ତି ତାହେଲେ ଏହି ସମୟରେ ଆପଣଙ୍କୁ କିଛି କଥା ଉପରେ ଖାସ୍‌ ଧ୍ୟାନ ଦେବା ନିହାତି ଦରକାର ।

  • କଣ୍ଟାକ୍ଟ ଲେନ୍ସ ଲଗାଇବା ପୂର୍ବରୁ ନିଜ ହାତକୁ ସାବୁନରେ ଭଲଭାବେ ଧୋଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ହାତରେ ଯେପରି କୌଣସି ଧୂଳି ମଳି ଲାଗିନଥିବ। ନଚେତ ଏହି ଧୂଳି ଆପଣଙ୍କ ଆଖିକୁ ଚାଲିଯିବ ଏବଂ ସମସ୍ୟା ହେବ ।
  • କଣ୍ଟାକ୍ଟ ଲେନ୍ସ ସବୁବେଳେ ସଫା ଏବଂ ସୁସ୍ଥ ଆଖିରେ ହିଁ ପିନ୍ଧିବା ଉଚିତ । ନଚେତ ଏହା ଆଖିରେ ଇନଫେକସନ ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା କରିପାରେ ।
    ଶୋଇବା ସମୟରେ କଣ୍ଟାକ୍ଟ ଲେନ୍ସକୁ ବିଲକୁଲ ବି ବ୍ୟବହାର କରନ୍ତୁନାହିଁ । ଶୋଇବା ପୂର୍ବରୁ କଣ୍ଟାକ୍ଟ ଲେନ୍ସ ବାହାର କରିଦିଅନ୍ତୁ । ନଚେତ ଏହା ସଂକ୍ରମଣ ସୃଷ୍ଟି କରିପାରେ। ଯନ୍ତ୍ରଣା ହେବା ସହିତ ନାଲି ମଧ୍ୟ ପକାଇ ଦେଇଥାଏ ।
  • ଚେଷ୍ଟା କରନ୍ତୁ ଆପଣ ଡେଲି ଡିସପୋଜାଲ ଲେନ୍ସ ବ୍ୟବହାର କରିବାକୁ । ଅର୍ଥାତ୍‌ ରିୟୁଜେବଲ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।
  • ଯଦି ଆପଣ ରିୟୁଜେବଲ କଣ୍ଟାକ୍ଟ ଲେନ୍ସର ବ୍ୟବହାର କରନ୍ତି ବି, ତାହେଲେ ଏହାକୁ ପ୍ରତିଥର ସଲ୍ୟୁସନରେ ଷ୍ଟୋର କରି ରଖନ୍ତୁ ।
  • ଏତିକି ନୁହେଁ ଯଦି ଆପଣ ଲେନ୍ସ ପିନ୍ଧୁବି ନାହାଁନ୍ତି ତାହେଲେ ପ୍ରତିଦିନ କଣ୍ଟାକ୍ଟ ଲେନ୍ସର ସଲ୍ୟୁସନ ଚେକ୍‌ କରିବା ଉଚିତ । ଏମିତି ନକଲେ ଇନଫେକ୍ସନ୍‌ ହେବାର ଭୟ ବଢ଼ିଯାଇଥାଏ ।
  • ଯଦି ଲେନ୍ସ ଲଗାଇବା ପରେ ଆପଣଙ୍କୁ ଆଖିରେ ଡ୍ରାଏନେସ ଏବଂ ରେଡନେସକୁ ସାମ୍ନା କରୁଛନ୍ତି ତାହେଲେ ଏହାକୁ ତୁରନ୍ତ ବାହାର କରିଦିଅନ୍ତୁ ।
  • ହାତକୁ ପୋଛିବା ପାଇଁ ସବୁବେଳେ କଟନ କପଡା ବ୍ୟବହାର କରନ୍ତୁ । ରୁମୁରୁମିଆ କପଡା ବ୍ୟବହାର କରନ୍ତୁ ନାହିଁ। କାହିଁକିନା ଯଦି ଗୋଟିଏ ବି ସୂତା ଆଖିକୁ ଚାଲିଯାଏ ତାହେଲେ ଏହା ଆପଣଙ୍କ ବଡ ସମସ୍ୟା ଛିଡା କରିପାରେ ।
  • କୌଣସି ପ୍ରକାରର ସ୍ପ୍ରେ ବ୍ୟବହାର କରିବା ସମୟରେ ଆଖି ବନ୍ଦ କରିଦିଅନ୍ତୁ । ଯେମିତି ଆଖି ସୁରକ୍ଷିତ ରହିପାରିବ ।
ଗୋଟେ ଦିନରେ କେତେ ଘଣ୍ଟା ପିନ୍ଧିବା ଉଚିତ କଣ୍ଟାକ୍ଟ ଲେନ୍ସ

ଆପଣ ଗୋଟେ ଦିନରେ ୬ ରୁ ୭ ଘଣ୍ଟା ପାଇଁ କଣ୍ଟାକ୍ଟ ଲେନ୍ସ ଲଗାି ପାରିବେ । କିନ୍ତୁ ଏହି ସମୟରେ ବାରମ୍ବାର ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ଡ୍ରାଏ ଏରିୟା କିମ୍ବା ଗରମରେ ଅଧିକ ସମୟ ବିତାଇବା ଠାରୁ ଦୂରେଇ ରୁହନ୍ତୁ । ଏହାସହିତ ଆଖି ଖୁଞ୍ଚି ହେଲା ଭଳି ଲାଗିଲେ କିମ୍ବା ଜଳିବା ପୋଡିବା ଅନୁଭବ ହେଲେ ଆଖିକୁ ରଗଡନ୍ତୁନାହିଁ ।

The post ଦେଖିଚାହିଁ ବ୍ୟବହାର କରନ୍ତୁ କଣ୍ଟାକ୍ଟ ଲେନ୍ସ, ନଚେତ୍‌ ହରାଇ ପାରନ୍ତି ଦୃଷ୍ଟି ଶକ୍ତି appeared first on KNews Odisha.