ଜାତୀୟ ରାଜପଥରେ ଦୁଇ କାର୍ ମୁହାଁମୁହିଁ: ଚାଲିଗଲା ୩ ଜୀବନ
କୋରାପୁଟ/ସୁନାବେଡା୨୦।୭(ଅମିତାଭ ବେହେରା/କୃତିବାସ ପ୍ରଧାନ ): କୋରାପୁଟ ଜିଲା ସୁନାବେଡା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁନାବେଡା ଏଇଏଫ କଲୋନୀର ଆଶୁତୋଷ ରାଣା(୨୪), ସୁନାବେଡା ଡିପି କ୍ୟାମ୍ପର ଦିବ୍ୟରଞ୍ଜନ ପାତ୍ର(୨୪) ଏବଂ ସୁନାବେଡା ଗଞ୍ଜାମ କଲୋନୀର ବିକାଶ ପାତ୍ର(୨୬) ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ସୁନାବେଡା ୨୬ନମ୍ବର ଜାତୀୟ […] The post ଜାତୀୟ ରାଜପଥରେ ଦୁଇ କାର୍ ମୁହାଁମୁହିଁ: ଚାଲିଗଲା ୩ ଜୀବନ appeared first on Dharitri Odia News.
କୋରାପୁଟ/ସୁନାବେଡା୨୦।୭(ଅମିତାଭ ବେହେରା/କୃତିବାସ ପ୍ରଧାନ ): କୋରାପୁଟ ଜିଲା ସୁନାବେଡା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁନାବେଡା ଏଇଏଫ କଲୋନୀର ଆଶୁତୋଷ ରାଣା(୨୪), ସୁନାବେଡା ଡିପି କ୍ୟାମ୍ପର ଦିବ୍ୟରଞ୍ଜନ ପାତ୍ର(୨୪) ଏବଂ ସୁନାବେଡା ଗଞ୍ଜାମ କଲୋନୀର ବିକାଶ ପାତ୍ର(୨୬) ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ସୁନାବେଡା ୨୬ନମ୍ବର ଜାତୀୟ ରାଜପଥ ଡିଟିଏସ୍ ଫାଟକ ନିକଟରେ ଏକ କାର୍ ଏବଂ ସଫାରି ମଧ୍ୟରେ ଧକ୍କା ହୋଇଥିଲା। କାର୍ରେ ଥିବା ବିକାଶ ପାତ୍ର, ଦିବ୍ୟ ରଞ୍ଜନ ରଣା, ଆଶୁତୋଷ ପାତ୍ର ଏବଂ କେଳାସ ହରିଜନ ଗୁରୁତର ହୋଇଥିଲେ। ସେମାନଙ୍କୁ ବିଶାଖାପାଟଣା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କୈଳାସ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୩ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କୋରାପୁଟରୁ ଦାମନଯୋଡିକୁ ଏକ ସଫାରି ଗାଡିରେ ଏକ ପରିବାର ଯାଉଥିଲେ। ଦୁର୍ଘଟଣାରେ ସଫାରି ବେଲୁନ ଖୋଲିଯିବା ଫଳରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଲେ ଗାଡି ଡ୍ରାଇଭର ଗୁରୁତର ଥିବା ଜଣାପଡିଛି। ଏନେଇ ସ୍ଥାନୀୟ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଜାତୀୟ ରାଜପଥରେ ଦୁଇ କାର୍ ମୁହାଁମୁହିଁ: ଚାଲିଗଲା ୩ ଜୀବନ appeared first on Dharitri Odia News.