IPL 2024ରୁ ବାଦ୍ ପଡ଼ିବେ କି ସୂର୍ଯ୍ୟକୁମାର ଯାଦବ ? ଭଙ୍ଗା ହୃଦୟ ପୋଷ୍ଟରୁ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଟି-୨୦ ଅନ୍ତର୍ଜାତୀୟର ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ସେ ଶେଷ ଥର ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲେ। ଏହି ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ। କିନ୍ତୁ ବାମ ଗୋଡର ଗୋଇଠିରେ ଆଘାତ ଲାଗିବା କାରଣରୁ ସେ କ୍ରିକେଟରୁ ଦୂରରେ ଅଛନ୍ତି। ନିକଟରେ ଗୋଇଠିର ଅସ୍ତ୍ରୋପଚାର କରିଛନ୍ତି ସୂର୍ଯ୍ୟ। ଆଶା କରାଯାଉଥିଲା ଆଇପିଏଲ୍ ୨୦୨୪ ଜରିଆରେ ମଇଦାନକୁ ଫେରିବେ। ମାତ୍ର ତାଙ୍କର ଆଇପିଏଲ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।Also read: ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା, ବାଦ୍ ପଡ଼ିଲେ ଏହି ତାରକା ଖେଳାଳିଦଳର ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚର କହିଛନ୍ତି, ବିସିସିଆଇର ଡାକ୍ତରୀ ଦଳ ସହ ଆମେ ଯୋଗାଯୋଗରେ ଅଛୁ। ସୂର୍ଯ୍ୟଙ୍କ ଖେଳିବା ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ହୃଦୟ ଭଙ୍ଗା ଫଟୋ ସେୟାର କରିଛନ୍ତି। ଏହା ଦେଖି ଅନୁମାନ କରାଯାଉଛି ଯେ, ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ି ପାରନ୍ତି।ସୂର୍ଯ୍ୟକୁମାର ଯାଦବ ଚାରି ଦିନ  ପୂର୍ବେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଅଭ୍ୟାସ୍ କରୁଥିବା ଦେ

IPL 2024ରୁ ବାଦ୍ ପଡ଼ିବେ କି ସୂର୍ଯ୍ୟକୁମାର ଯାଦବ ? ଭଙ୍ଗା ହୃଦୟ ପୋଷ୍ଟରୁ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଟି-୨୦ ଅନ୍ତର୍ଜାତୀୟର ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ସେ ଶେଷ ଥର ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲେ। ଏହି ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ। କିନ୍ତୁ ବାମ ଗୋଡର ଗୋଇଠିରେ ଆଘାତ ଲାଗିବା କାରଣରୁ ସେ କ୍ରିକେଟରୁ ଦୂରରେ ଅଛନ୍ତି। ନିକଟରେ ଗୋଇଠିର ଅସ୍ତ୍ରୋପଚାର କରିଛନ୍ତି ସୂର୍ଯ୍ୟ। ଆଶା କରାଯାଉଥିଲା ଆଇପିଏଲ୍ ୨୦୨୪ ଜରିଆରେ ମଇଦାନକୁ ଫେରିବେ। ମାତ୍ର ତାଙ୍କର ଆଇପିଏଲ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Also read: ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା, ବାଦ୍ ପଡ଼ିଲେ ଏହି ତାରକା ଖେଳାଳି

ଦଳର ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚର କହିଛନ୍ତି, ବିସିସିଆଇର ଡାକ୍ତରୀ ଦଳ ସହ ଆମେ ଯୋଗାଯୋଗରେ ଅଛୁ। ସୂର୍ଯ୍ୟଙ୍କ ଖେଳିବା ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ହୃଦୟ ଭଙ୍ଗା ଫଟୋ ସେୟାର କରିଛନ୍ତି। ଏହା ଦେଖି ଅନୁମାନ କରାଯାଉଛି ଯେ, ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ି ପାରନ୍ତି।

ସୂର୍ଯ୍ୟକୁମାର ଯାଦବ ଚାରି ଦିନ  ପୂର୍ବେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଥିଲା। ସୂର୍ଯ୍ୟ ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ପୁନଃଥଇଥାନ ଦେଇ ଗତି କରୁଛନ୍ତି। ଜାନୁଆରୀ ୧୭ରେ ସୂର୍ଯ୍ୟକୁମାର ଯାଦବ ନିଜର ସର୍ଜରୀକୁ ନେଇ ସୂଚନା ଦେଇଥିଲେ ଯେ, ସେ ଶୀଘ୍ର କ୍ରିକେଟ୍ ମଇଦାନକୁ ଫେରିବାକୁ ଚାହାନ୍ତି। ତେବେ ସୂର୍ଯ୍ୟଙ୍କ ଆଇପିଏଲ୍ ୨୦୨୪ ଖେଳିବା ନେଇ ଖୁବ୍ ଶୀଘ୍ର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। 

ସୂଚନାଯୋଗ୍ୟ, ଏଥର ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବ। ଚଳିତ ସଂସ୍କରଣରେ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଥିଲା। ଫଳରେ  ରୋହିତଙ୍କୁ ଏଥର ଆଇପିଏଲରେ କେବଳ ଜଣେ ଖେଳାଳି ହିସାବରେ ଦେଖିବାକୁ ମିଳିବ।