IPL 2024ରେ ଆଜି ସିଏସକେ ପାଇଁ ଗୁରୁତ୍ଵପୂର୍ଣ୍ଣ ମୁକାବିଲା, ହାର-ଜିତରେ ପଡ଼ିବ ବଡ଼ ପ୍ରଭାବ
ଚେନ୍ନାଇ: ଆଇପିଏଲ୍ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ମିଶ୍ରିତ ରହିଛି। ଚଳିତ ସଂସ୍କରଣରେ ଦଳର ନେତୃତ୍ଵ ନେଉଛନ୍ତି ଋତୁରାଜ ଗାଏକ୍ଵାଡ଼। ଦଳ ଏ ପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି ୪ଟି ଜିତିଥିବା ବେଳେ ୪ଟି ହାରିଛି। ସିଏସକେ ଆଜି ନବମ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଏହି ମୁକାବିଲା ଧୋନୀଙ୍କ ଟିମ୍ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ବହନ କରୁଛି।Also read: ଜାହିର ଚୟନ କଲେ ଭାରତୀୟ ଟି-୨୦ ବିଶ୍ଵ କପ୍ ଟିମ୍, ଜାଣନ୍ତୁ କେଉଁ ୧୫ ଖେଳାଳିଙ୍କୁ ଦେଲେ ସ୍ଥାନଆଜି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ଘରୋଇ ମଇଦାନରେ ଚେନ୍ନାଇ ସିଜିନର ନବମ ମ୍ୟାଚ୍ ଖେଳିବ। ଯଦି ଦଳ ଆଜି ହାଇଦ୍ରାବାଦଠୁ ହାରେ ତେବେ ପ୍ଲେ ଅଫ୍ରେ ପହଞ୍ଚିବା କଷ୍ଟକର ହୋଇଯିବ। ପରାଜୟ ସତ୍ତ୍ଵେ ବି ପ୍ଲେ ଅଫ୍ ଦୌଡ଼ରେ ଦଳ ରହିବ। କିନ୍ତୁ ଆଗାମୀ ମ୍ୟାଚ୍ ଗୁଡ଼ିକ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିବ। ଯଦି ଚେନ୍ନାଇ ଆଜିର ମ୍ୟାଚ୍ ଜିତେ ତେବେ ଦଳର ସ୍ଥିତି ସୁଦୃଢ ହେବା ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଯିବ।ବର୍ତ୍ତମାନ ସିଏସକେ ୮ ଅଙ୍କ ସହ ଆଇପିଏଲ୍ ୨୦୨୪ର ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଆଜିର ମ୍ୟାଚ୍ ଜିତିଲେ ୧୦ ପଏଣ୍ଟ ହେବା ସହ ଉନ୍ନତ ରନ ରେଟ୍ ଯୋଗୁଁ ତୃତୀୟ ସ୍ଥାନକୁ ଉଠିବ। କାରଣ କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ ସୁପର ଜିଆଣ୍ଟ ଓ ଦିଲ୍ଲୀ କ୍ୟାପିଟାଲ୍ସର ଖାତାରେ ୧୦-୧୦ ପ
ଚେନ୍ନାଇ: ଆଇପିଏଲ୍ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ମିଶ୍ରିତ ରହିଛି। ଚଳିତ ସଂସ୍କରଣରେ ଦଳର ନେତୃତ୍ଵ ନେଉଛନ୍ତି ଋତୁରାଜ ଗାଏକ୍ଵାଡ଼। ଦଳ ଏ ପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି ୪ଟି ଜିତିଥିବା ବେଳେ ୪ଟି ହାରିଛି। ସିଏସକେ ଆଜି ନବମ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଏହି ମୁକାବିଲା ଧୋନୀଙ୍କ ଟିମ୍ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ବହନ କରୁଛି।
Also read: ଜାହିର ଚୟନ କଲେ ଭାରତୀୟ ଟି-୨୦ ବିଶ୍ଵ କପ୍ ଟିମ୍, ଜାଣନ୍ତୁ କେଉଁ ୧୫ ଖେଳାଳିଙ୍କୁ ଦେଲେ ସ୍ଥାନ
ଆଜି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ଘରୋଇ ମଇଦାନରେ ଚେନ୍ନାଇ ସିଜିନର ନବମ ମ୍ୟାଚ୍ ଖେଳିବ। ଯଦି ଦଳ ଆଜି ହାଇଦ୍ରାବାଦଠୁ ହାରେ ତେବେ ପ୍ଲେ ଅଫ୍ରେ ପହଞ୍ଚିବା କଷ୍ଟକର ହୋଇଯିବ। ପରାଜୟ ସତ୍ତ୍ଵେ ବି ପ୍ଲେ ଅଫ୍ ଦୌଡ଼ରେ ଦଳ ରହିବ। କିନ୍ତୁ ଆଗାମୀ ମ୍ୟାଚ୍ ଗୁଡ଼ିକ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିବ। ଯଦି ଚେନ୍ନାଇ ଆଜିର ମ୍ୟାଚ୍ ଜିତେ ତେବେ ଦଳର ସ୍ଥିତି ସୁଦୃଢ ହେବା ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଯିବ।
ବର୍ତ୍ତମାନ ସିଏସକେ ୮ ଅଙ୍କ ସହ ଆଇପିଏଲ୍ ୨୦୨୪ର ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଆଜିର ମ୍ୟାଚ୍ ଜିତିଲେ ୧୦ ପଏଣ୍ଟ ହେବା ସହ ଉନ୍ନତ ରନ ରେଟ୍ ଯୋଗୁଁ ତୃତୀୟ ସ୍ଥାନକୁ ଉଠିବ। କାରଣ କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ ସୁପର ଜିଆଣ୍ଟ ଓ ଦିଲ୍ଲୀ କ୍ୟାପିଟାଲ୍ସର ଖାତାରେ ୧୦-୧୦ ପଏଣ୍ଟ ରହିଛି। ଚେନ୍ନାଇର ନେଟ୍ ରନ ରେଟ୍ ଲକ୍ଷ୍ନୌ ଓ ଦିଲ୍ଲୀଠୁ ଉନ୍ନତ ରହିଥିବା ବେଳେ ହାଇଦ୍ରାବାଦ ବିପକ୍ଷରେ ଜିତିଲେ ନେଟ୍ ରନ ରେଟ୍ ଉନ୍ନତ ହୋଇଯିବ। ତେଣୁ ଆଜିର ମ୍ୟାଚ୍ ଚେନ୍ନାଇ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି।