ଦେଖାଗଲାଣି ବିରଳ ମାଛ; ଉପରକୁ ଆସିବାର ଅର୍ଥ, ମାଡି ଆସୁଛି ବଡ ବିପଦ
ନୂଆଦିଲ୍ଲୀ ୦୧।୦୨: ବେଳାଭୂମିରେ ଦେଖାଗଲା ପ୍ରଳୟର ମାଛ । ମାଡି ଆସୁଛି କି ବିପଦ ? ଦେଖା ଦେଲାଣି ବିପର୍ଯ୍ୟୟର ଆଶଙ୍କା । ମନରେ ପଶିଲାଣି ଛନକା, ପୂର୍ବରୁ ତାଣ୍ଡବ ରଚିସାରିଥିବାର ମିଳିସାରିଛି ପ୍ରମାଣ । ମାଛଟିର ନାଁ ହେଉଛି ଡୁମସ୍ଡେ । ମେକ୍ସିକୋ ବେଳାଭୂମିରେ ନଜର ଆସିଛି ବିରଳ ମାଛ । ଓରଫିସ୍ ନାମରେ ମଧ୍ୟ ଏହା ଜଣାଶୁଣା । ମାଛଟି ଦେଖିବାକୁ ସର୍ଫବୋର୍ଡ ପରି ଲମ୍ବା । ୨୦୨୫ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଓରଫିସ୍ । ତେବେ ଗତବର୍ଷ କାଲିଫର୍ନିଆରେ ଓରଫିସ୍ ଦେଖାଯାଇଥିଲା । ଯାହାର କିଛି ସପ୍ତାହ ପରେ ୭.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଆଉ ଛାରଖାର ହୋଇଯାଇଥିଲା କାର୍ଲିଫନିଆ । ତେବେ କଣ ରହିଛି ଏହି ଓରଫିସ୍ର ରହସ୍ୟ ? ଜାପାନୀ ପୌରାଣିକ କଥାରେ କୁହାଯାଏ ସମୁଦ୍ରର ଡ୍ରାଗନ । ଏହାବ୍ୟତୀତ ଭଗବାନଙ୍କ ବାର୍ତ୍ତାବାହକ ଭାବେ ବିଶ୍ବାସ କରାଯାଏ । ଯେବେ ବି ଏ ମାଛ ଉପରକୁ ଆସିଛି ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମାଛ ବଡ ସୁନାମୀର ସଙ୍କେତ ଦେଇଥାଏ । କିନ୍ତୁ ବୈଜ୍ଞାନିକମାନେ ଏହାକୁ ଏଡାଇଛନ୍ତି । କିନ୍ତୁ ୨୦୧୧ରେ ଦେଖିବାକୁ ମିଳିଥିଲା ଏହାର ପ୍ରମାଣ । ଜାପାନରେ ସେହିବର୍ଷ ଆସିଥିଲା ୯.୧ ତୀବ୍ରତାର ଭୂକମ୍ପ ଏବଂ ଏହାର ପ୍ରଭାବରେ ୧୩୩ ଫୁଟ ଉଚ୍ଚର ବିନାଶକାରୀ ସୁନାମୀ । ଏଥିରେ ୧୫ ହଜାରରୁ ଅଧିକ ଲୋକଙ୍କର ହୋଇଥିଲା ମୃତ୍ୟୁ । ତେବେ ଏହି ଘଟଣାର କିଛ
ନୂଆଦିଲ୍ଲୀ ୦୧।୦୨: ବେଳାଭୂମିରେ ଦେଖାଗଲା ପ୍ରଳୟର ମାଛ । ମାଡି ଆସୁଛି କି ବିପଦ ? ଦେଖା ଦେଲାଣି ବିପର୍ଯ୍ୟୟର ଆଶଙ୍କା । ମନରେ ପଶିଲାଣି ଛନକା, ପୂର୍ବରୁ ତାଣ୍ଡବ ରଚିସାରିଥିବାର ମିଳିସାରିଛି ପ୍ରମାଣ । ମାଛଟିର ନାଁ ହେଉଛି ଡୁମସ୍ଡେ । ମେକ୍ସିକୋ ବେଳାଭୂମିରେ ନଜର ଆସିଛି ବିରଳ ମାଛ । ଓରଫିସ୍ ନାମରେ ମଧ୍ୟ ଏହା ଜଣାଶୁଣା । ମାଛଟି ଦେଖିବାକୁ ସର୍ଫବୋର୍ଡ ପରି ଲମ୍ବା ।

୨୦୨୫ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଓରଫିସ୍ । ତେବେ ଗତବର୍ଷ କାଲିଫର୍ନିଆରେ ଓରଫିସ୍ ଦେଖାଯାଇଥିଲା । ଯାହାର କିଛି ସପ୍ତାହ ପରେ ୭.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଆଉ ଛାରଖାର ହୋଇଯାଇଥିଲା କାର୍ଲିଫନିଆ । ତେବେ କଣ ରହିଛି ଏହି ଓରଫିସ୍ର ରହସ୍ୟ ? ଜାପାନୀ ପୌରାଣିକ କଥାରେ କୁହାଯାଏ ସମୁଦ୍ରର ଡ୍ରାଗନ । ଏହାବ୍ୟତୀତ ଭଗବାନଙ୍କ ବାର୍ତ୍ତାବାହକ ଭାବେ ବିଶ୍ବାସ କରାଯାଏ ।

ଯେବେ ବି ଏ ମାଛ ଉପରକୁ ଆସିଛି ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମାଛ ବଡ ସୁନାମୀର ସଙ୍କେତ ଦେଇଥାଏ । କିନ୍ତୁ ବୈଜ୍ଞାନିକମାନେ ଏହାକୁ ଏଡାଇଛନ୍ତି । କିନ୍ତୁ ୨୦୧୧ରେ ଦେଖିବାକୁ ମିଳିଥିଲା ଏହାର ପ୍ରମାଣ । ଜାପାନରେ ସେହିବର୍ଷ ଆସିଥିଲା ୯.୧ ତୀବ୍ରତାର ଭୂକମ୍ପ ଏବଂ ଏହାର ପ୍ରଭାବରେ ୧୩୩ ଫୁଟ ଉଚ୍ଚର ବିନାଶକାରୀ ସୁନାମୀ ।

ଏଥିରେ ୧୫ ହଜାରରୁ ଅଧିକ ଲୋକଙ୍କର ହୋଇଥିଲା ମୃତ୍ୟୁ । ତେବେ ଏହି ଘଟଣାର କିଛି ବର୍ଷ ପୂର୍ବରୁ ସମୁଦ୍ରତଟରେ ମରିପଡିଥିଲେ ୨୦ ଓରଫିସ୍ । ଏହାବ୍ୟତୀତ ୨୦୨୪ ନଭେମ୍ବରରେ କାର୍ଲିଫୋନିଆ ସମୁଦ୍ର ତଟରେ ଏକ ମୃତ ଓରଫିସ୍ ମିଳିଥିଲା । ଏହାର କିଛି ସପ୍ତାହ ପରେ ରାଜ୍ୟରେ ହୋଇଥିଲା ବଡ ଭୂକମ୍ପ ଏବଂ ସୁନମୀ । ଏହି କାରଣରୁ ପ୍ରଳୟ ଆସିଥିବା ନେଇ ବିଶ୍ବାସ କରନ୍ତି ଲୋକେ ।

ଓରଫିସ୍ ସାଧାରଣତଃ ସମୁଦ୍ରରେ ରହିଥାନ୍ତି । ଏମାନେ ସମୁଦ୍ରତଟକୁ ସେତେବେଳେ ଆସିଥାନ୍ତି ଯେତେବେଳେ କୌଣସି ବଡ ପ୍ରାକୃତିକ ବିପଦ ଆସିବାକୁ ଥାଏ । କୁହାଯାଏ କି ଏହି ମାଛ ଜାପାନ ଦ୍ବୀପର ତଳେ ରୁହନ୍ତି ଏବଂ ସମୁଦ୍ରତଟକୁ ଆସି ଭୂକମ୍ପ ପାଇଁ ସଚେତନ କରନ୍ତି । ଏହି ମାଛ ସାଧାରଣତଃ ୬୫୬ ଫୁଟରୁ ୩୨୮୦ ଫୁଟ ଗଭୀରତାରେ ମିଳିଥାନ୍ତି । ଓରଫିସ୍ ୩୬ ଫୁଟ ଯାଏଁ ଲମ୍ବା ହୋଇଥାନ୍ତି ଏବଂ ୪୪୧ ପାଉଣ୍ଡରୁ ଅଧିକ ଓଜନ ହୋଇଥାନ୍ତି । ଏମାନଙ୍କ ଚର୍ମରେ କୌଣସି କାତି ନଥାଏ । ଏହାର ସୂକ୍ଷ୍ମ ସ୍ତର ଗୁଆନିନ୍ ନାମକ ଏକ ପଦାର୍ଥରେ ଆଚ୍ଛାଦିତ ହୋଇଥାଏ ।

ଓରଫିସ୍ ଦେଖିବା ଅନେକ ସଂସ୍କୃତିରେ ବିପର୍ଯ୍ୟୟର ସଙ୍କେତ ବୋଲି ବିବେଚନା କରାଯାଏ । ତଥାପି ବୈଜ୍ଞାନିକ ଏହାକୁ ମାନିନଥାନ୍ତି । ଏହାକୁ କେବଳ ଏକ ସଂଯୋଗ ବୋଲି କହିଥାନ୍ତି । କିନ୍ତୁ ଏହି ମାଛ ପ୍ରତ୍ୟେକ ଥର ଲୋକଙ୍କ ମଧ୍ୟରେ ଭୟ ଏବଂ ଆଶଙ୍କା ସୃଷ୍ଟି କରେ । ତେବେ ଏହା କ’ଣ କେବଳ ଏକ ସଂଯୋଗ ନା ପ୍ରକୃତିର ଏକ ରହସ୍ୟମୟ ସଙ୍କେତ ? ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରଶ୍ନର ମିଳିନି କୌଣସି ଉତ୍ତର…