ଆଉ ମେଣ୍ଟ ନୁହେଁ, ଏକୁଟିଆ ଲଢିବ ଭାଜପା
ଚଣ୍ଡିଗଡ,୭।୩: ହରିୟାଣାର ଦଶଟି ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଦେବ। ଜେଜେପି ସହିତ କୌଣସି ମେଣ୍ଟ ହେବ ନାହିଁ। ସୂତ୍ରରୁ ପ୍ରକାଶ ଯେ, ହରିୟାଣା କୋର କମିଟିର ହାଇ କମାଣ୍ଡଙ୍କ ସହ ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଦଶଟି ଆସନରେ ଏହା ଦୃଢ ସ୍ଥିତିରେ ଅଛି ବୋଲି ଦଳ ବିଶ୍ୱାସ କରୁଛି। ଏଭଳି ପରିସ୍ଥିତିରେ ସେ କୌଣସି ପ୍ରକାରର ବିପଦ ନେବାକୁ ଚାହାଁନ୍ତି ନାହିଁ। ଭାଜପା ଏକାକୀ ଲଡିବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୮ […] The post ଆଉ ମେଣ୍ଟ ନୁହେଁ, ଏକୁଟିଆ ଲଢିବ ଭାଜପା appeared first on Dharitri Odia News.
ଚଣ୍ଡିଗଡ,୭।୩: ହରିୟାଣାର ଦଶଟି ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଦେବ। ଜେଜେପି ସହିତ କୌଣସି ମେଣ୍ଟ ହେବ ନାହିଁ। ସୂତ୍ରରୁ ପ୍ରକାଶ ଯେ, ହରିୟାଣା କୋର କମିଟିର ହାଇ କମାଣ୍ଡଙ୍କ ସହ ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି।
ଦଶଟି ଆସନରେ ଏହା ଦୃଢ ସ୍ଥିତିରେ ଅଛି ବୋଲି ଦଳ ବିଶ୍ୱାସ କରୁଛି। ଏଭଳି ପରିସ୍ଥିତିରେ ସେ କୌଣସି ପ୍ରକାରର ବିପଦ ନେବାକୁ ଚାହାଁନ୍ତି ନାହିଁ। ଭାଜପା ଏକାକୀ ଲଡିବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୮ ପରେ ଯେକୌଣସି ସମୟରେ ହରିୟାଣା ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିପାରିବ। ମାର୍ଚ୍ଚ ୮ରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ।
ଏହି ବୈଠକରେ ହରିୟାଣା ଭାଜପାର କେନ୍ଦ୍ରୀୟ ନେତା ତଥା ମୂଳ କମିଟି ନେତାମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ, ରାଜ୍ୟ ଦାୟିତ୍ୱରେ ଥିବା ବିପ୍ଲବ କୁମାର ଦେବ, ରାଜ୍ୟ ସଭାପତି ନାଇବ ସିଂ ସାଇନି ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ତେବେ ମାର୍ଚ୍ଚ ୮ରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ଅନ୍ତିମ ମୋହର ଦେବେ।
The post ଆଉ ମେଣ୍ଟ ନୁହେଁ, ଏକୁଟିଆ ଲଢିବ ଭାଜପା appeared first on Dharitri Odia News.