IPL 2025 restart: ଦିଲ୍ଲୀକୁ ବଡ଼ ଝଟକା, ଫେରିବେ ନାହିଁ ଏହି ବିଦେଶୀ ଖେଳାଳି

ନୂଆଦିଲ୍ଲୀ, ୧୬ା୫: ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଯୋଗୁ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶନିବାରଠାରୁ ପୁଣି ଖେଳାଯିବ। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଟୁର୍ନାମେଣ୍ଟର ଅବଶିଷ୍ଟାଂଶ ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସର ମିଚେଲ ଷ୍ଟାର୍କ ଓ ଡୋନୋଭାନ ଫେରିରା ଭାରତ ନ ଆସିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହାର ଶେଷ ଦୁଇ ମ୍ୟାଚ ଖେଳିବା ଲାଗି ଇଂଲଣ୍ଡ ଅଲରାଉଣ୍ଡର ଓ୍ବିଲ ଜ୍ୟାକ୍ସ ଭାରତ ଫେରିବେ। ଅଷ୍ଟ୍ରେଲିଆ ପେସର […] The post IPL 2025 restart: ଦିଲ୍ଲୀକୁ ବଡ଼ ଝଟକା, ଫେରିବେ ନାହିଁ ଏହି ବିଦେଶୀ ଖେଳାଳି appeared first on Dharitri Odia News.

IPL 2025 restart: ଦିଲ୍ଲୀକୁ ବଡ଼ ଝଟକା, ଫେରିବେ ନାହିଁ ଏହି ବିଦେଶୀ ଖେଳାଳି

ନୂଆଦିଲ୍ଲୀ, ୧୬ା୫: ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଯୋଗୁ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶନିବାରଠାରୁ ପୁଣି ଖେଳାଯିବ। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଟୁର୍ନାମେଣ୍ଟର ଅବଶିଷ୍ଟାଂଶ ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସର ମିଚେଲ ଷ୍ଟାର୍କ ଓ ଡୋନୋଭାନ ଫେରିରା ଭାରତ ନ ଆସିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହାର ଶେଷ ଦୁଇ ମ୍ୟାଚ ଖେଳିବା ଲାଗି ଇଂଲଣ୍ଡ ଅଲରାଉଣ୍ଡର ଓ୍ବିଲ ଜ୍ୟାକ୍ସ ଭାରତ ଫେରିବେ। ଅଷ୍ଟ୍ରେଲିଆ ପେସର ଷ୍ଟାର୍କ ଓ ଦକ୍ଷିଣ ଆଫ୍ରିକା ବ୍ୟାଟର ଫେରିରା ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାନେଜମେଣ୍ଟକୁ ଜଣାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଭିଯାନରେ ଷ୍ଟାର୍କଙ୍କର ଏକ ବଡ଼ ଭୂମିକା ରହିଛି। ସେ ୨୬.୧୪ ଆଭରେଜରେ ୧୪ ଉଇକେଟ ନେଇ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ହୋଇପାରିଛନ୍ତି। ପ୍ଲେ-ଅଫ୍‌ରେ ପ୍ରବେଶ ପାଇଁ ଦିଲ୍ଲୀ ଆଶା କ୍ଷୀଣ ହୋଇ ପଡ଼ିଥିବା ବେଳେ ତାଙ୍କ ଅନୁପସ୍ଥିତି ଦଳକୁ ବଡ଼ ଝଟକା ଲାଗିଛି।

ଫେରିରା ଚଳିତ ସିଜନରେ ମାତ୍ର ଗୋଟିଏ ମ୍ୟାଚ ଖେଳିଛନ୍ତି। ତାଙ୍କ ଦେଶ ଦକ୍ଷିଣ ଆଫ୍ରିକାର ଟ୍ରିଷ୍ଟାନ ଷ୍ଟବ୍ସ ଦିଲ୍ଲୀ କ୍ୟାପିଟାଲ୍ସର ଅବଶିଷ୍ଟ ୩ ମ୍ୟାଚ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେଇଛନ୍ତି। ଷ୍ଟବ୍ସ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବାକୁ ମନୋନୀତ ହୋଇଛନ୍ତି। ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ଯଦି ପ୍ଲେ-ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରେ ଦଳ ପାଇଁ ଖେଳିବା ଲାଗି ସେ ଉପଲବ୍ଧ ହୋଇ ନ ପାରନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଉପଅଧିନାୟକ ଫାଫ୍‌ ଡୁପ୍ଲେସି ଉପଲବ୍ଧ ହେବେ କି ତା ସ୍ପଷ୍ଟ ହୋଇ ନାହିଁ। ପଞ୍ଜାବ କିଙ୍ଗ୍ସ ପାଇଁ ଦଳରେ ଯୋଗଦାନ କରିବା ଲାଗି ମାର୍କସ ଷ୍ଟୋଇନିସ୍‌ ଓ ଜୋଶ ଇଂଙ୍ଗ୍ଲିସ୍‌ ରାଜି ହୋଇଛନ୍ତି।

ମୁମ୍ବାଇ ଇଣ୍ଡିଆନ ବ୍ୟାଟର ଜ୍ୟାକ୍ସ ତାଙ୍କ ଦଳକୁ ଫେରିବେ ବୋଲି ସ୍ପଷ୍ଟ କରିଛନ୍ତି। ମୁମ୍ବାଇକୁ ତାଙ୍କର ଏକ ବିମାନ ଟିକେଟର ଏକ ଫଟୋ ସେ ଶୁକ୍ରବାର ଇନ୍‌ଷ୍ଟାଗ୍ରାମରେ ପୋଷ୍ଟିଂ କରିଛନ୍ତି। କିନ୍ତୁ ତାଙ୍କ ଦେଶର ଜୋସ୍‌ ବଟଲରଙ୍କ ଭଳି ସେ ମୁମ୍ବାଇ ଇଣ୍ଡିଆନ୍ସର ଶେଷ ଦୁଇଟି ଲିଗ୍‌ ମ୍ୟାଚ ଖେଳି ସ୍ବଦେଶ ଫେରିଯିବେ। କାରଣ ଆଇପିଏଲ୍‌ ପ୍ଲେ-ଅଫ୍‌ ବେଳକୁ ମେ ୨୯ରୁ ଇଂଲଣ୍ଡର ଓ୍ବେଷ୍ଟଇଣ୍ଡିଜ ବିିପକ୍ଷ ହ୍ବାଇଟ ବଲ୍‌ ସିରିଜ ଖେଳାଯିବାକୁଥିବାରୁ ଜାତୀୟ ଦଳ ପାଇଁ ଖେଳି ବା ଲାଗି ସେ ସ୍ବଦେଶ ଫେରିଯିବେ।

The post IPL 2025 restart: ଦିଲ୍ଲୀକୁ ବଡ଼ ଝଟକା, ଫେରିବେ ନାହିଁ ଏହି ବିଦେଶୀ ଖେଳାଳି appeared first on Dharitri Odia News.