IPL 2025ରେ ‘ବଲ୍ ଟ୍ୟାମ୍ପରିଂ’? ପୁଣି ବ୍ୟାନ୍ ହୋଇପାରେ CSK, କ୍ୟାମେରାରେ କଏଦ ଭିଡିଓ ଭାଇରାଲ୍

ଚେନ୍ନାଇ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (CSK) ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ୪ ୱିକେଟରେ ବିଜୟ ହାସଲ କରିଛି। ଷ୍ଟମ୍ପ ପଛରେ MS ଧୋନିଙ୍କ ଷ୍ଟମ୍ପିଂ ସହିତ ଏହା ସବୁଠାରୁ ବଡ଼ ଆଲୋଚନାର ବିଷୟ ପାଲଟିଛି। ରଚିନ ରବିନ୍ଦ୍ରଙ୍କ ୬୫ ଏବଂ ନୁର ଅହମ୍ମଦଙ୍କ ୪ ୱିକେଟ ନେବା ସୁପର କିଙ୍ଗ୍ସର ପ୍ରଥମ ମୁକାବିଲାରେ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେବେ ଇଣ୍ଟରନେଟ୍ […] The post IPL 2025ରେ ‘ବଲ୍ ଟ୍ୟାମ୍ପରିଂ’? ପୁଣି ବ୍ୟାନ୍ ହୋଇପାରେ CSK, କ୍ୟାମେରାରେ କଏଦ ଭିଡିଓ ଭାଇରାଲ୍ appeared first on Dharitri Odia News.

IPL 2025ରେ ‘ବଲ୍ ଟ୍ୟାମ୍ପରିଂ’? ପୁଣି ବ୍ୟାନ୍ ହୋଇପାରେ CSK, କ୍ୟାମେରାରେ କଏଦ ଭିଡିଓ ଭାଇରାଲ୍

ଚେନ୍ନାଇ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (CSK) ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ୪ ୱିକେଟରେ ବିଜୟ ହାସଲ କରିଛି। ଷ୍ଟମ୍ପ ପଛରେ MS ଧୋନିଙ୍କ ଷ୍ଟମ୍ପିଂ ସହିତ ଏହା ସବୁଠାରୁ ବଡ଼ ଆଲୋଚନାର ବିଷୟ ପାଲଟିଛି। ରଚିନ ରବିନ୍ଦ୍ରଙ୍କ ୬୫ ଏବଂ ନୁର ଅହମ୍ମଦଙ୍କ ୪ ୱିକେଟ ନେବା ସୁପର କିଙ୍ଗ୍ସର ପ୍ରଥମ ମୁକାବିଲାରେ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ତେବେ ଇଣ୍ଟରନେଟ୍ ଅଭିଯୋଗ ହୋଇଛି ଯେ ‘ଅନ୍ୟ ଏକ କାରଣ’ ମୁକାବିଲାର ଫଳାଫଳରେ ଅବଦାନ ରଖିପାରେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଚେନ୍ନାଇର ଦୁଇ ଷ୍ଟାର ଋତୁରାଜ ଗାୟକୱାଡ ଏବଂ ଖଲିଲ ଅହମ୍ମଦଙ୍କୁ ଦର୍ଶାଯାଇଛି। ଯେଉଁଥିରେ ଦୁହିଁଙ୍କ ଉପରେ ‘ବଲ୍ ଟ୍ୟାମ୍ପରିଂ’ର ଅଭିଯୋଗ ଲାଗିଛି।

ଭିଡିଓରେ, ଖଲିଲ୍ ଏବଂ ଋତୁରାଜ କିଛି ଆଦାନପ୍ରଦାନ କରିଥିବା ପରି ମନେ ହେଉଛି। ଏହାପରେ CSK ଅଧିନାୟକ ନିଜ ପକେଟରେ କିଛି ରଖିବା ଦେଖା ଯାଉଛି। ଯାହାକୁ ନେଇ ଦୁହେଁ ‘ବଲ୍ ଟ୍ୟାମ୍ପରିଂ’ର କରିଥିବା କୁହାଯାଉଛି।

ସୋସିଆଲ ମିଡ଼ିଆ ୟୁଜରମାନେ ବିଶ୍ୱାସ କରୁଛନ୍ତି ଯେ, ଚେନ୍ନାଇର ଖେଳାଳିମାନେ ‘ବଲ୍ ଟ୍ୟାମ୍ପରିଂ’ କରିଥିଲେ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ସେମାନଙ୍କର କୌଣସି ଖେଳାଳିଙ୍କ ଦ୍ୱାରା ଏହି ବିଷୟରେ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇନାହିଁ। CSK ବଲ୍‌ର ଅବସ୍ଥା ସହିତ ଟାମ୍ପରିଂ କରିବା ବିଷୟରେ ହେଉଥିବା ଆଲୋଚନା କେବଳ ପ୍ରଶଂସକଙ୍କ ଏକ ଗୋଷ୍ଠୀ ଦ୍ୱାରା ଅନୁମାନିକ ମନେ ହେଉଛି।

The post IPL 2025ରେ ‘ବଲ୍ ଟ୍ୟାମ୍ପରିଂ’? ପୁଣି ବ୍ୟାନ୍ ହୋଇପାରେ CSK, କ୍ୟାମେରାରେ କଏଦ ଭିଡିଓ ଭାଇରାଲ୍ appeared first on Dharitri Odia News.