ବାଜିମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼: ଦିଲ୍ଲୀ ପରେଡରେ ଅଧିକାର କଲା ପ୍ରଥମ ସ୍ଥାନ
ନୂଆଦିଲ୍ଲୀ,୨୬।୧: ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା ଚିତ୍ର, ଏହାସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖାଯାଇଥିଲା। ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି। ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ […] The post ବାଜିମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼: ଦିଲ୍ଲୀ ପରେଡରେ ଅଧିକାର କଲା ପ୍ରଥମ ସ୍ଥାନ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧: ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା ଚିତ୍ର, ଏହାସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖାଯାଇଥିଲା। ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି।
ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଦର୍ଶିତ କରିବାକୁ ଥିବା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରଜ କରିଦେଉଥିଲା। ହେଲେ ଏଥର ଜାନୁଆରୀ ୨୬ ପାଇଁ ଓଡ଼ିଶା ଯେଉଁ ମେଢ ପ୍ରଦର୍ଶନ କରିବାକୁ ଯୋଜନା ରଖିଥିଲା ସେଥିରେ କେନ୍ଦ୍ର ଅନେକ କିଛି ଜିନିଷ ପରିବର୍ତ୍ତନ କରିଥିଲେ ମଧ୍ୟ ଶେଷରେ ମନୋନୀତ କରିଥିଲା।
The post ବାଜିମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼: ଦିଲ୍ଲୀ ପରେଡରେ ଅଧିକାର କଲା ପ୍ରଥମ ସ୍ଥାନ appeared first on Dharitri Odia News.