IPL ଅକସନକୁ ନେଇ ଚର୍ଚ୍ଚାରେ ମଲ୍ଲିକା ସାଗର, ଜାଣନ୍ତୁ କିଏ ଏହି ମହିଳା?

ନୂଆଦିଲ୍ଲୀ ୨୪।୧୧: କ୍ରିକେଟ ଜଗତରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ମେଗା ଅକ୍ସନ ହେଉଛି। ଏହି ଅକ୍ସନ ସାଉଦୀ ଆରବର ଜେଦ୍ଦାରେ ଚାଲିଛି। ଏହି ଅକ୍ସନରେ ଖେଳାଳିଙ୍କ ଉପରେ ପଇସା ବର୍ଷା ହେଉଛି। ମଲ୍ଲିକା ସାଗର ଏଥର ମଧ୍ୟ ଅକ୍ସନର ଭୂମିକାରେ ଅଛନ୍ତି। ତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଲ୍ଲିକା ୨୦୨୪ରେ ଆଇପିଏଲର ପ୍ରଥମ ମହିଳା ଅକ୍ସନର ହେବାର ସୌଭାଗ୍ୟ ହାସଲ କରିଛନ୍ତି। ମଲ୍ଲିକାଙ୍କ ପୂର୍ବରୁ ଆଇପିଏଲ ନିଲାମୀ ହ୍ୟୁଗ୍ ଏଡମିଡସ୍ କରୁଥିଲେ। ଏଡମିଡସ୍ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଅକ୍ସନର ଭୂମିକା ତୁଲାଇ ଆସୁଥିଲେ। ତେବେ ମଲ୍ଲିକା ସାଗର ୨୦୨୩ରେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ଏଡମିଡସ୍ ଅଚାନକ ଅସୁସ୍ଥ ହେବାରୁ ମଲ୍ଲିକାଙ୍କୁ ଅକ୍ସନ ସମ୍ଭାଳିବାକୁ ପଡିଥିଲା। ତାଙ୍କର ସାହାସ ଓ ଆତ୍ମବିଶ୍ୱାସ ନା କେବଳ ପ୍ରଶଂସା ସାଉଣ୍ଚି ଥିଲା ବିସିସିଆଇ ତାଙ୍କୁ ୨୦୨୪ରେ ଆଇପିଏଲର ପୂର୍ଣ୍ଣକାଳୀନ ଅକ୍ସନର ନିଯୁକ୍ତ କରିଦେଇଥିଲେ। Wtf 27 crore main Rishabh pant ko kharid liya, abey goenka ghar ki sabji bhaji bhi isi se mangayega kya. pic.twitter.com/gNCigvuCuJ— Prayag (@theprayagtiwari) November 24, 2024ମଲ୍ଲିକା ଏଥର ମଧ୍ୟ ସେଇ ଝୁଙ୍କରେ ଅକ୍ସନ ଚଳାଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ମୁମ୍ବାଇର ବାସିନ୍ଦା ମଲ୍ଲିକା ସାଗର କେବଳ ଆଇପିଏଲ ମଧ୍ୟରେ ସୀମିତ ନାହାନ୍ତି

IPL ଅକସନକୁ ନେଇ ଚର୍ଚ୍ଚାରେ ମଲ୍ଲିକା ସାଗର, ଜାଣନ୍ତୁ କିଏ ଏହି ମହିଳା?

ନୂଆଦିଲ୍ଲୀ ୨୪।୧୧: କ୍ରିକେଟ ଜଗତରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ମେଗା ଅକ୍ସନ ହେଉଛି। ଏହି ଅକ୍ସନ ସାଉଦୀ ଆରବର ଜେଦ୍ଦାରେ ଚାଲିଛି। ଏହି ଅକ୍ସନରେ ଖେଳାଳିଙ୍କ ଉପରେ ପଇସା ବର୍ଷା ହେଉଛି। ମଲ୍ଲିକା ସାଗର ଏଥର ମଧ୍ୟ ଅକ୍ସନର ଭୂମିକାରେ ଅଛନ୍ତି। ତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଲ୍ଲିକା ୨୦୨୪ରେ ଆଇପିଏଲର ପ୍ରଥମ ମହିଳା ଅକ୍ସନର ହେବାର ସୌଭାଗ୍ୟ ହାସଲ କରିଛନ୍ତି। 

ମଲ୍ଲିକାଙ୍କ ପୂର୍ବରୁ ଆଇପିଏଲ ନିଲାମୀ ହ୍ୟୁଗ୍ ଏଡମିଡସ୍ କରୁଥିଲେ। ଏଡମିଡସ୍ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଅକ୍ସନର ଭୂମିକା ତୁଲାଇ ଆସୁଥିଲେ। ତେବେ ମଲ୍ଲିକା ସାଗର ୨୦୨୩ରେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ଏଡମିଡସ୍ ଅଚାନକ ଅସୁସ୍ଥ ହେବାରୁ ମଲ୍ଲିକାଙ୍କୁ ଅକ୍ସନ ସମ୍ଭାଳିବାକୁ ପଡିଥିଲା। ତାଙ୍କର ସାହାସ ଓ ଆତ୍ମବିଶ୍ୱାସ ନା କେବଳ ପ୍ରଶଂସା ସାଉଣ୍ଚି ଥିଲା ବିସିସିଆଇ ତାଙ୍କୁ ୨୦୨୪ରେ ଆଇପିଏଲର ପୂର୍ଣ୍ଣକାଳୀନ ଅକ୍ସନର ନିଯୁକ୍ତ କରିଦେଇଥିଲେ। 


ମଲ୍ଲିକା ଏଥର ମଧ୍ୟ ସେଇ ଝୁଙ୍କରେ ଅକ୍ସନ ଚଳାଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ମୁମ୍ବାଇର ବାସିନ୍ଦା ମଲ୍ଲିକା ସାଗର କେବଳ ଆଇପିଏଲ ମଧ୍ୟରେ ସୀମିତ ନାହାନ୍ତି। ସେ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ) ଓ ପ୍ରୋ କବାଡୀ ଲିଗ୍ (ପିକେଏଲ) ଭଳି ଅନ୍ୟ ଖେଳ ଆୟୋଜନର ନିଲାମୀ ମଧ୍ୟ ସଫଳତା ପୂର୍ବକ କରିଛନ୍ତି। ଏହା ତାଙ୍କର ବିଶେଷଜ୍ଞତା ଓ କୁଶଳତାର ପରିଣାମ ଯେ ସେ ଏହି କ୍ଷେତ୍ରରେ ଲଗାତାର ଆଗକୁ ବଢୁଛନ୍ତି। 


ମଲ୍ଲିକାଙ୍କ ଶିକ୍ଷାଗତ ଯୋଗ୍ୟତା କଥା କହିଲେ ସେ ଆମେରିକାର ବ୍ରିନମର କଲେଜ ଫିଲାଡେଲଫିଆରୁ ଆର୍ଟ ହିଷ୍ଟ୍ରିରେ ଡିଗ୍ରି ହାସଲ କରିଛନ୍ତି। ତାଙ୍କ ଋଚି ପାଇଁ ସେ ୨୦୦୧ ମସିହାରେ ମାତ୍ର ୨୬ ବର୍ଷ ବୟସରେ ପ୍ରଶିଦ୍ଧ ଅକ୍ସନ ହାଉସ୍ ‘କ୍ରିଷ୍ଟିଜ୍’ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏଠାରୁ ସେ ନିଲାମର ବିଭିନ୍ନ କଳା ହାସଲ କରିଥିଲେ। ୨୦୨୧ ମସିହାରେ ସେ ପ୍ରୋ କବାଡୀ ଲିଗ୍ ନିଲାମ ସହିତ କ୍ରିଡା ନିଲାମ କ୍ଷେତ୍ରରେ ପାଦ ଥାପିଥିଲେ ଓ ପ୍ରଥମ ମହିଳା ଅକ୍ସନର ହେବାର କିର୍ତ୍ତିମାନ ସ୍ଥାପନା କରିଥିଲେ। ତାଙ୍କ ଆତ୍ମ ବିଶ୍ୱାସ ଓ କୁଶଳତା ତାଙ୍କୁ ଆଇପିଏଲ ଭଳି ବଡ଼ ମଞ୍ଚକୁ ପହଞ୍ଚାଇଛି।