IPLର ୨୦୦ ଛକା ମାରିବା କ୍ଲବ୍‌ରେ ସାମିଲ ହେଲେ କେଏଲ୍‌ ରାହୁଲ , ଗୁଜରାଟ ଟାଇଟାନ୍ସ ବିପକ୍ଷରେ କଲେ କୀର୍ତ୍ତିମାନ

ନୂଆଦିଲ୍ଲୀ ୧୯।୦୪: ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେୟର କେଏଲ ରାହୁଲ । ଚଳିତ ସିଜିନ୍‌ରେ ରହିଛନ୍ତି ଦମ୍‌ଦାର୍‌ ଫର୍ମରେ । ସେ କରୁଛନ୍ତି ଚମତ୍କାର ପ୍ରଦର୍ଶନ । ଏବେ ରାହୁଲ କରିଛନ୍ତି ବଡ ରେକର୍ଡ । ସେ ଭାଙ୍ଗିଛନ୍ତି IPLର ଛକାର ରେକର୍ଡ । ରାହୁଲ ଗୁଜରାଟ ବିପକ୍ଷରେ ବ୍ୟାଟିଂ କରୁଥିବା ସମୟରେ ୧୪ ବଲରେ ଖେଳିଥିଲେ ୨୮ ରନର ଇନିଂସ । ଏହି ସମୟ ମଧ୍ୟରେ ସେ ୪ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।ଆଉ ଏହି ଗୋଟିଏ ଛକା ମାରି ରାହୁଲ ଭାଙ୍ଗିଛନ୍ତି ଛକା ମାରିବାର ରେକର୍ଡ । ରାହୁଲ ଆଇପିଏଲରେ ପୂରଣ କରିଛନ୍ତି ୨୦୦ ଛକା । ସେ ଏପର୍ଯ୍ୟନ୍ତ IPLରେ ୧୩୮ଟି ମ୍ୟାଚ୍ ଖେଳି ସାରିଛନ୍ତି । ଏହି ସମୟ ମଧ୍ୟରେ ସେ ୨୦୦ଟି ଛକା ମାରିଛନ୍ତି । ରାହୁଲ ମଧ୍ୟ ୪୨୨ଟି ଚୌକା ମାରିଛନ୍ତି।IPLରେ ସର୍ବାଧିକ ଛକା ମାରିବା ମାମଲାରେ କେଏଲ ରାହୁଲ ଅନେକ କିମ୍ବଦନ୍ତୀଙ୍କୁ ପଛରେ ପକାଇଛନ୍ତି । ଶେନ୍ ୱାଟସନ ଏବଂ ଜସ୍ ବଟଲରଙ୍କ ପରି ଅନେକ ଖେଳାଳି ପଛରେ ପଡିଛନ୍ତି । ରାହୁଲ ୨୦୨୫ ଆଇପିଏଲରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ୨୬୬ ରନ୍ କରିଛନ୍ତି । ରାହୁଲ ସିଜିନରେ ୨ଟି ଅର୍ଦ୍ଧଶତକ ମଧ୍ୟ ଲଗାଇ ସାରିଛନ୍ତି ।  

IPLର ୨୦୦ ଛକା ମାରିବା କ୍ଲବ୍‌ରେ ସାମିଲ ହେଲେ କେଏଲ୍‌ ରାହୁଲ , ଗୁଜରାଟ ଟାଇଟାନ୍ସ ବିପକ୍ଷରେ କଲେ କୀର୍ତ୍ତିମାନ

ନୂଆଦିଲ୍ଲୀ ୧୯।୦୪: ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେୟର କେଏଲ ରାହୁଲ । ଚଳିତ ସିଜିନ୍‌ରେ ରହିଛନ୍ତି ଦମ୍‌ଦାର୍‌ ଫର୍ମରେ । ସେ କରୁଛନ୍ତି ଚମତ୍କାର ପ୍ରଦର୍ଶନ । ଏବେ ରାହୁଲ କରିଛନ୍ତି ବଡ ରେକର୍ଡ । ସେ ଭାଙ୍ଗିଛନ୍ତି IPLର ଛକାର ରେକର୍ଡ । 

ରାହୁଲ ଗୁଜରାଟ ବିପକ୍ଷରେ ବ୍ୟାଟିଂ କରୁଥିବା ସମୟରେ ୧୪ ବଲରେ ଖେଳିଥିଲେ ୨୮ ରନର ଇନିଂସ । ଏହି ସମୟ ମଧ୍ୟରେ ସେ ୪ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ଆଉ ଏହି ଗୋଟିଏ ଛକା ମାରି ରାହୁଲ ଭାଙ୍ଗିଛନ୍ତି ଛକା ମାରିବାର ରେକର୍ଡ । ରାହୁଲ ଆଇପିଏଲରେ ପୂରଣ କରିଛନ୍ତି ୨୦୦ ଛକା । ସେ ଏପର୍ଯ୍ୟନ୍ତ IPLରେ ୧୩୮ଟି ମ୍ୟାଚ୍ ଖେଳି ସାରିଛନ୍ତି । ଏହି ସମୟ ମଧ୍ୟରେ ସେ ୨୦୦ଟି ଛକା ମାରିଛନ୍ତି । ରାହୁଲ ମଧ୍ୟ ୪୨୨ଟି ଚୌକା ମାରିଛନ୍ତି।

IPLରେ ସର୍ବାଧିକ ଛକା ମାରିବା ମାମଲାରେ କେଏଲ ରାହୁଲ ଅନେକ କିମ୍ବଦନ୍ତୀଙ୍କୁ ପଛରେ ପକାଇଛନ୍ତି । ଶେନ୍ ୱାଟସନ ଏବଂ ଜସ୍ ବଟଲରଙ୍କ ପରି ଅନେକ ଖେଳାଳି ପଛରେ ପଡିଛନ୍ତି । ରାହୁଲ ୨୦୨୫ ଆଇପିଏଲରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ୨୬୬ ରନ୍ କରିଛନ୍ତି । ରାହୁଲ ସିଜିନରେ ୨ଟି ଅର୍ଦ୍ଧଶତକ ମଧ୍ୟ ଲଗାଇ ସାରିଛନ୍ତି ।