IPLରେ ଭାଙ୍ଗିଲା ଚୌକା-ଛକାର ରେକର୍ଡ, ୪୦ ଚୌକା-୩୧ ଛକା ସାମିଲ୍‌

ନୂଆଦିଲ୍ଲୀ ୨୧।୦୪: ଆଇପିଏଲ୍‌ ୨୦୨୪ । ସବୁ ମ୍ୟାଚ୍‌ରେ ଭାଙ୍ଗୁଛି ଅନେକ ରେକର୍ଡ । ଶନିବାର ବି ଭାଙ୍ଗିଛି ଚୌକା ଛକାର ରେକର୍ଡ । ଆଇପିଏଲ୍‌ର ୩୫ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍‌ ଏବଂ ହାଇଦ୍ରାବାଦ । ଦମ୍‌ଦାର୍‌ ମ୍ୟାଚ୍‌ରେ ୬୭ ରନ୍‌ରେ ହାରିଛି ଦିଲ୍ଲୀ କ୍ୟାପିଟାଲ୍ସ । କିନ୍ତୁ ମ୍ୟାଚ୍‌ ହାରିବା ପରେ ବି ହୋଇଛି ଚୌକା-ଛକା ବର୍ଷା । ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ହାଇଦ୍ରାବାଦ ବିପକ୍ଷରେ ଦମ୍‌ଦାର୍‌ ବ୍ୟାଟିଂ କରିଥିଲେ । ଏହାପରେ ଜ୍ୟାକ୍ ଫ୍ରେସର ମ୍ୟାକଗର୍କ ଦିଲ୍ଲୀ ପାଇଁ ବଡ ରନ୍ ସ୍କୋର କରିଥିଲେ । ଏହି ମ୍ୟାଚ୍‌ରେ ଛକା ଏବଂ ଚୌକାର ଭାଙ୍ଗିଛି ରେକର୍ଡ । ଆଇପିଏଲ୍ ଇତିହାସରେ ଏହା ହେଉଛି ଦ୍ୱିତୀୟ ମ୍ୟାଚ୍, ଯେଉଁଥିରେ ସବୁଠାରୁ ଅଧିକ ବାଉଣ୍ଡରୀ ଲାଗିଥିଲା ।  ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଚୌକା-ଛକା ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହୋଇଥିଲା । ମ୍ୟାଚରେ ମୋଟ ୮୧ଟି ବାଉଣ୍ଡରୀ  ଲାଗିଥିଲା । ଏଥିରେ ୪୩ଟି ଚୌକା ଏବଂ ୩୮ଟି ଛକା ସାମିଲ ଥିଲା । ବର୍ତ୍ତମାନ ହାଇଦ୍ରାବାଦର ସମାନ ମ୍ୟାଚରେ ଦ୍ୱିତୀୟ ରେକର୍ଡ ମଧ୍ୟ ହେଲା । ହାଇଦ୍ରାବାଦ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୭୧ଟି ବାଉଣ୍ଡରୀ ଲାଗିଛି । ଏହି ସମୟ ମଧ୍ୟରେ ୪୦ଟି ଚୌକା ଏବଂ ୩୧ଟି ଛକା ଲାଗିଛି ।  ହାଇଦ୍ରାବାଦ-ଦିଲ୍ଲୀ ମ୍ୟାଚ୍ରେ ଭାଙ୍ଗି

IPLରେ ଭାଙ୍ଗିଲା ଚୌକା-ଛକାର ରେକର୍ଡ, ୪୦ ଚୌକା-୩୧ ଛକା ସାମିଲ୍‌

ନୂଆଦିଲ୍ଲୀ ୨୧।୦୪: ଆଇପିଏଲ୍‌ ୨୦୨୪ । ସବୁ ମ୍ୟାଚ୍‌ରେ ଭାଙ୍ଗୁଛି ଅନେକ ରେକର୍ଡ । ଶନିବାର ବି ଭାଙ୍ଗିଛି ଚୌକା ଛକାର ରେକର୍ଡ । ଆଇପିଏଲ୍‌ର ୩୫ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍‌ ଏବଂ ହାଇଦ୍ରାବାଦ । ଦମ୍‌ଦାର୍‌ ମ୍ୟାଚ୍‌ରେ ୬୭ ରନ୍‌ରେ ହାରିଛି ଦିଲ୍ଲୀ କ୍ୟାପିଟାଲ୍ସ । କିନ୍ତୁ ମ୍ୟାଚ୍‌ ହାରିବା ପରେ ବି ହୋଇଛି ଚୌକା-ଛକା ବର୍ଷା । 

ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ହାଇଦ୍ରାବାଦ ବିପକ୍ଷରେ ଦମ୍‌ଦାର୍‌ ବ୍ୟାଟିଂ କରିଥିଲେ । ଏହାପରେ ଜ୍ୟାକ୍ ଫ୍ରେସର ମ୍ୟାକଗର୍କ ଦିଲ୍ଲୀ ପାଇଁ ବଡ ରନ୍ ସ୍କୋର କରିଥିଲେ । ଏହି ମ୍ୟାଚ୍‌ରେ ଛକା ଏବଂ ଚୌକାର ଭାଙ୍ଗିଛି ରେକର୍ଡ । ଆଇପିଏଲ୍ ଇତିହାସରେ ଏହା ହେଉଛି ଦ୍ୱିତୀୟ ମ୍ୟାଚ୍, ଯେଉଁଥିରେ ସବୁଠାରୁ ଅଧିକ ବାଉଣ୍ଡରୀ ଲାଗିଥିଲା ।  

ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଚୌକା-ଛକା ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହୋଇଥିଲା । ମ୍ୟାଚରେ ମୋଟ ୮୧ଟି ବାଉଣ୍ଡରୀ  ଲାଗିଥିଲା । ଏଥିରେ ୪୩ଟି ଚୌକା ଏବଂ ୩୮ଟି ଛକା ସାମିଲ ଥିଲା । ବର୍ତ୍ତମାନ ହାଇଦ୍ରାବାଦର ସମାନ ମ୍ୟାଚରେ ଦ୍ୱିତୀୟ ରେକର୍ଡ ମଧ୍ୟ ହେଲା । ହାଇଦ୍ରାବାଦ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୭୧ଟି ବାଉଣ୍ଡରୀ ଲାଗିଛି । ଏହି ସମୟ ମଧ୍ୟରେ ୪୦ଟି ଚୌକା ଏବଂ ୩୧ଟି ଛକା ଲାଗିଛି ।  

ହାଇଦ୍ରାବାଦ-ଦିଲ୍ଲୀ ମ୍ୟାଚ୍ରେ ଭାଙ୍ଗିଛି ଚଳିତ ସିଜିନ୍‌ରେ ଖେଳାଯାଇଥିବା ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ । ହାଇଦ୍ରାବାଦ-ମୁମ୍ବାଇ ମ୍ୟାଚ୍‌ରେ ମୋଟ ୬୯ଟି ବାଉଣ୍ଡରୀ ଲାଗିଥିଲା । ଏଥିରେ ୩୧ଟି ଚୌକା ଏବଂ ୩୮ଟି ଛକା ରହିଥିଲା । ଏହାପୂର୍ବରୁ ୨୦୧୦ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୬୯ଟି ବାଉଣ୍ଡରୀ ଲାଗିଥିଲା ।  

ଖବର ଅନୁଯାୟୀ, ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୨୬୬ ରନ୍ ସ୍କୋର କରିଥିଲା। ଏହି ସମୟରେ ଟ୍ରାଭିସ୍ ହେଡ୍ ୮୯ ରନର ଇନିଂସ ଖେଳିଥିଲେ। ଯେଉଁଥିରେ ଅଭିଷେକ ୪୬ ରନ୍‌ କରିଥିଲେ। ମାତ୍ର ୧୨ଟି ବଲରେ ସେ ୬ଟି ଛକା ଓ ୨ଟି ଚୌକା ମାରିଥିଲେ । ଏହାର ଜବାବରେ ଦିଲ୍ଲୀ କ୍ୟାପାଟାଲ୍ସ ମାତ୍ର ୧୯୯ ରନ୍ ସ୍କୋର କରିପାରିଥିଲା । ଏଥିପାଇଁ ଜ୍ୟାକ୍ ଫ୍ରେଜର ୧୮ଟି ବଲରେ ୬୫ରନ୍ କରିଥିଲେ । ସେ ୫ ଚୌକା ଓ ୭ଟି ଛକା ମାରିଥିଲେ।